Posted inଖେଳ

ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପାଇଁ ଆବେଦନ କଲେ ଜଣ୍ଟି ରୋଡ୍ସ

ମୁମ୍ବାଇ, ୨୫।୭ (ପି.ଟି.)- ଦକ୍ଷିଣ ଆଫ୍ରିକା ପୂର୍ବତନ କ୍ରିକେଟର୍‌ ତଥା ନବେ ଦଶକରେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବିବେଚିତ ହୋଇଥିବା ଜଣ୍ଟି ରୋଡ୍ସ ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପଦ ପାଇଁ ଆବେଦନ କରିଛନ୍ତି। ନିଜର ଅବିଶ୍ୱସନୀୟ ଫିଲ୍ଡିଂ ପାଇଁ କ୍ରିକେଟ୍‌ ଜଗତରେ ପରିଚିତ ଜଣ୍ଟି ଏହି ପଦ ପାଇଁ ଆବେଦନ କରିଥିବା ପାର୍ଥୀଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଚେହେରା ହୋଇଛନ୍ତି। ‘ହଁ, ଭାରତୀୟ ଦଳର ନୂଆ ଫିଲ୍ଡିଂ କୋଚ୍‌ ପଦ ପାଇଁ ମୁଁ ଆବେଦନ କରିଛି। ମୁଁ ଏବଂ ମୋ ସ୍ତ୍ରୀ ଆମେ ଉଭୟ ଏହି ଦେଶକୁ ବହୁତ ଭଲ ପାଉ। ଆମେ ଏଠାରୁ ଅନେକ କିଛି ପାଇଛୁ। ଆମର ଦୁଇ ସନ୍ତାନ ଭାରତରେ ଜନ୍ମ ଗ୍ରହଣ କରିଛନ୍ତି’ ବୋଲି ୪୯ ବର୍ଷୀୟ ରୋଡ୍ସ ଏକ ଓ୍ବେବ୍‌ସାଇଟ୍‌କୁ ସାକ୍ଷାତକାର ଅବସରରେ କହିଛନ୍ତି। ୧୯୯୨ରେ ଜଣେ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଜଣ୍ଟି ଜାତୀୟ ଦଳ ପକ୍ଷରୁ ୫୨ ଟେଷ୍ଟ ଓ ୨୪୫ ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ତେବେ ବ୍ୟାଟିଂ ଅପେକ୍ଷା ସେ ନିଜର ଫିଲ୍ଡିଂ ଲାଗି ସେ ବେଶ୍‌ ପରିଚିତ ଲାଭ କରିପାରିଥିଲେ। ବିଶେଷ କରି ୧୯୯୨ ବିଶ୍ୱକପ୍‌ରେ ସେ ଯେଉଁଭଳି ଭାବେ ପାକିସ୍ତାନ ଅଧିନାୟକ ଇଞ୍ଜାମାମ-ଉଲ୍‌-ହକ୍‌ଙ୍କୁ ‘ଉଡିକି’ ରନ୍‌ ଆଉଟ୍‌ କରିଥିଲେ ତାହା ଆଜି ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ଉଜ୍ଜିବୀତ ରହିଛି। ଜଣ୍ଟି ଏଥିପୂର୍ବରୁ ଆଇପିଏଲ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିଭଳି କିଛିଦିନ ପୂର୍ବେ ସେ ଟି୨୦ ମୁମ୍ବାଇ ଲିଗ୍‌ ଅବସରରେ ଏକ ଫିଲ୍ଡିଂ କର୍ମଶାଳା ଆୟୋଜନ କରିଥିଲେ।
ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କୋଚ୍‌ ସମେତ ବ୍ୟାଟିଂ କୋଚ୍‌, ବୋଲିଂ କୋଚ୍‌ ଓ ଫିଲ୍ଡିଂ କୋଚ୍‌ ପଦ ପାଇଁ ନିକଟରେ ଦରଖାସ୍ତ ଆହ୍ବାନ କରିଥିଲା, ଯାହାର ଶେଷ ତାରିଖ ଜୁଲାଇ ୩୦ ରହିଛି। ବର୍ତ୍ତମାନ ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ଦାୟିତ୍ୱ ତୁଲାଉଥିବା ଆର୍‌ ଶ୍ରୀଧରଙ୍କ ଅବଧି ବିଶ୍ୱକପ୍‌ ପରେ ଶେଷ ହୋଇଯାଇଥିଲେ ମଧ୍ୟ ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତକୁ ନଜରରେ ରଖାଯାଇ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri