Posted inଖେଳ

‘ଭାରତୀୟ କ୍ରିକେଟକୁ ଭଗବାନ ସାହା’

ନୂଆଦିଲ୍ଲୀ,୭।୮- ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ନାମରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ଅଭିଯୋଗ ଆସିଛି। ଏଥିନେଇ ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ (ଭଜି) ଭାରତୀୟ କ୍ରିକେଟକୁ ଏବେ ଭଗବାନ ହିଁ ସାହା ବୋଲି ମନ୍ତବ୍ୟ ଦେଇଛନ୍ତି। ଡ୍ରାଭିଡଙ୍କୁ ନୋଟିସ କରାଯିବା ଘଟଣା ଉପରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରଥମେ ପ୍ରତିକ୍ରିୟା ରଖିଥିଲେ। କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଭାରତୀୟ କ୍ରିକେଟରେ ଏବେ ନୂଆ ଫ୍ୟାଶନ। ଏହା ଦ୍ୱାରା ଜଣେ ସହଜରେ ଖବରରେ ରହିପାରିବ। ଡ୍ରାଭିଡ୍‌ଙ୍କୁ ବିସିସିଆଇ ଏଥିକ୍ସ ଅଫିସର ନୋଟିସ ଜାରି କରିବା ଦୁର୍ଭାଗ୍ୟଜନକ ବୋଲି ଗାଙ୍ଗୁଲି ଟୁଇଟ୍‌ କରିଛନ୍ତି। ତାଙ୍କ ମତକୁ ସମର୍ଥନ ଜଣାଇ ଭେଟେରାନ ସ୍ପିନର ଭଜି ଟୁଇଟ୍‌ କରିଛନ୍ତି, ଜଣାନାହିଁ କେଉଁଆଡ଼େ ଭାରତୀୟ କ୍ର୍ରିକେଟ ମୁହଁାଉଛି। ଏନ୍‌ସିଏ ଦାୟିତ୍ୱ ପାଇଁ ଡ୍ରାଭିଡଙ୍କଠାରୁ କେହି ଭଲ ମିଳିବେ ନାହିଁ। ତାଙ୍କୁ ନୋଟିସ ପଠାଇବାର ଅର୍ଥ କିମ୍ବଦନ୍ତୀ ଖେଳାଳିଙ୍କ ଅପମାନ କରିବା। ଦେଶ କ୍ରିକେଟର ଉନ୍ନତି ପାଇଁ ସେମାନଙ୍କ ଦରକାର ରହିଛି। ଏବେ ଭଗବାନ ହିଁ ଭାରତୀୟ କ୍ରିକେଟକୁ ସାହା। ପୂର୍ବତନ ଭାରତୀୟ ଅଧିନାୟକ ଡ୍ରାଭିଡ୍‌ଙ୍କୁ ଉତ୍ତର ଦେବା ପାଇଁ ଦୁଇ ସପ୍ତାହ ସମୟ ଦିଆଯାଇଛି। ବିସିସିଆଇ ଏଥିକ୍ସ ଅଫିସରଙ୍କ ଅନୁଯାୟୀ, ଏନ୍‌ସିଏ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ଡ୍ରାଭିଡ ଇଣ୍ଡିଆ ସିମେଣ୍ଟ ଗ୍ରୁପ୍‌ର ଉପ ସଭାପତି ପଦରେ ଅଛନ୍ତି, ଯାହାକି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜର ମାଲିକ। ସମାନ ପ୍ରକାର ଅଭିଯୋଗ ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଓ ସଚିନ ତେନ୍ଦୁଲକରଙ୍କ ନାମରେ ଆସିଥିଲା। କ୍ରିକେଟ ଉପଦେଷ୍ଟା କମିଟିର ସଦସ୍ୟ ଥିବା ଦୁଇ ପୂର୍ବତନ କ୍ରିକେଟର ଆଇପିଏଲ ଫ୍ରାଞ୍ଚାଇଜ ଯଥାକ୍ରମେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମେଣ୍ଟର ପଦରେ ଥିଲେ। ସେମାନଙ୍କୁ ନୋଟିସ ହେବା ପୂର୍ବରୁ ଉଭୟ ଉପଦେଷ୍ଟା କମିଟି ପଦତ୍ୟାଗ କରିଥିଲେ। ଏହାସତ୍ତ୍ୱେ ଗାଙ୍ଗୁଲି ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ସଭାପତି ପଦରେ ଥିବାରୁ ତାଙ୍କୁ ନୋଟିସ ଜାରି ହୋଇଥିଲା। ହେଲେ ସେ କୌଣସି ସ୍ବାର୍ଥନିହିତ ଜନିତ ମାମଲାରେ ଜଡ଼ିତ ନ ଥିବା ଉତ୍ତର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri