Posted inଖେଳ

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଲ୍ଡିଂରେ ସୁଧାର ହେବା ଆବଶ୍ୟକ: ସର୍ଫରାଜ

ଟଣ୍ଟନ,୧୪।୬(ପି.ଟି.)-ଚଳିତ ବିଶ୍ୱକପ୍‌ରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବିଶ୍ୱକପର ସବୁଠାରୁ ରୋମାଞ୍ଚକ ମ୍ୟାଚ୍‌ ରୂପେ ପରିଗଣିତ ହେଉଥିବା ଏହି ମୁକାବିଲା ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯିବ। ପ୍ରଶଂସକଙ୍କ ଭାବପ୍ରବଣତା ଜଡିତ ହୋଇଥିବାରୁ ଏହି ମ୍ୟାଚ୍‌ ଉଭୟ ଦେଶ ପାଇଁ ଗୁରୁତ୍ୱ ବହନ କରୁଛି। ବୁଧବାର ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ପାକିସ୍ତାନ ନିରାଶ ହୋଇଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଫିଲ୍ଡିଂରେ ତ୍ରୁଟି କରିଥିଲା। ତେବେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ତା’ର ଫିଲ୍ଡିଂରେ ସୁଧାର ଆଣିବା ଆବଶ୍ୟକ ବୋଲି ଅଧିନାୟକ ସର୍ଫରାଜ ଅହମ୍ମଦ ସାଥୀ ଖେଳାଳିଙ୍କୁ ସତର୍କ କରାଇ ଦେଇଛନ୍ତି।
ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲେ ମଧ୍ୟ ୩୦୮ ରନର ଟାର୍ଗେଟ ଧାର୍ଯ୍ୟ କରିଥିଲା। ଜବାବରେ ପାକିସ୍ତାନ ୨୬୬ ରନରେ ଅଲଆଉଟ ହୋଇ ୪୧ ରନରେ ପରାସ୍ତ ହୋଇଥିଲା। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁ ବିଭାଗରେ ଆମେ ଏହି ମ୍ୟାଚ୍‌ରେ ତ୍ରୁଟି କରିଥିଲୁ। ଖାସ୍‌ କରି ଫିଲ୍ଡିଂ ଆମର ନୌରାଶ୍ୟଜନକ ଥିଲା। ତେଣୁ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଲ୍ଡିଂରେ ସୁଧାର ଆଣିବା ନିହାତି ଦରକାର ଓ ଏଥିରେ କୌଣସି ବାହାନା ଚଳିବ ନାହିଁ ବୋଲି ସର୍ଫରାଜ କହିଛନ୍ତି। ଗତ ସପ୍ତାହରେ ଆୟୋଜକ ତଥା ହଟ୍‌ ଫେଭରାଇଟ ଇଂଲଣ୍ଡକୁ ହରାଇ ପାକିସ୍ତାନ ବିପର୍ଯ୍ୟୟ ଘଟାଇବା ସହ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲା। ଇଅନ ମୋର୍ଗାନଙ୍କ ଇଂଲଣ୍ଡ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ଠିକ୍‌ ଓଲଟା ପ୍ରଦର୍ଶନ କରିଥିଲା। ମିସ୍‌ ଫିଲ୍ଡ ଓ ଓଭର ଥ୍ରୋ ପାକିସ୍ତାନ ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଇଛି। ଓପନର ତଥା ଅଧିନାୟକ ଆରୋନ ଫିଞ୍ଚ୍‌ ୩୩ ରନ କରିଥିବା ବେଳେ ଆସିଫ ଅଲି ତାଙ୍କ କ୍ୟାଚ୍‌ ହାତଛଡ଼ା କରିଥିଲେ। ଫଳରେ ସେ ଆହୁରି ୪୯ ରନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ଡେଭିଡ ଓ୍ବାର୍ନରଙ୍କ ସହ ସେ ଓପନିଂ ଯୋଡିରେ ଭଲ ରନ ସଂଗ୍ରହ କରିଥିଲେ। ଏହାପରେ ଆସିଫ ଓ୍ବାର୍ନରଙ୍କ କ୍ୟାଚ ମଧ୍ୟ ମିସ୍‌ କରିଥିଲେ।
ତେବେ ପାକିସ୍ତାନ କେତେକ କ୍ଷେତ୍ରର ଭଲ ପ୍ରଦର୍ଶନ ମଧ୍ୟ କରିଛି। ଦ୍ରୁତ ବୋଲର ମହମ୍ମଦ ଆମୀର ଜବରଦସ୍ତ ପ୍ରଦର୍ଶନ କରି ୩୦ ରନ ଦେବା ସହ ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରିଥିଲେ। ଫଳରେ ମାତ୍ର ୮୬ ରନରେ ଅଷ୍ଟ୍ରେଲିଆର ଶେଷ ୭ଟି ଉଇକେଟର ପତନ ଘଟିଥିଲା। ଆମୀର ପ୍ରଥମେ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇ ନ ଥିଲେ। ତେବେ ସେ ଏବେ ଦଳ ପାଇଁ ଅଗ୍ରଣୀ ଉଇକେଟ ହାସଲକାରି ବୋଲର ସାବ୍ୟସ୍ତ ହୋଇଛନ୍ତି। ଆମୀର ଆଗାମୀ ମ୍ୟାଚ୍‌ରେ ଆମର ମୁଖ୍ୟ ଅସ୍ତ୍ର ହେବେ । ଆମୀର ଜଣେ ବିଶ୍ୱସ୍ତରୀୟ ବୋଲର। ତାଙ୍କୁ ବଲକୁ ଖେଳିବା ସେତେଟା ସହଜ ହେବ ନାହିଁ ବୋଲି ସର୍ଫରାଜ କହିଛନ୍ତି। ଅଷ୍ଟମ ଉଇକେଟ ଯୋଡିରେ ସର୍ଫରାଜ ଓ ଓ୍ବାହାବ ରିୟାଜ ରେକର୍ଡ ରନ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ମାତ୍ର ୧୫ ରନରେ ୩ ଉଇକେଟ ହରାଇ ଆମେ ପରାଜୟବରଣ କରିଥିଲୁ। ପୁଣି ପ୍ରଥମ ୨୦ ଓଭରରେ ଆମେ ଅତ୍ୟଧିକ ରନ ବ୍ୟୟ କରିଥିଲୁ। ପରେ ପ୍ରତ୍ୟବର୍ତ୍ତନ କରି ଭଲ ବୋଲିଂ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆକୁ ୨୭୦-୨୮୦ ମଧ୍ୟରେ ସୀମିତ ରଖିପାରି ନ ଥିଲୁ। ମ୍ୟାଚ୍‌ ଜିତିବାକୁ ହେଲେ ଟପ୍‌ ଅର୍ଡର ୪ ବ୍ୟାଟ୍ସମ୍ୟାନଙ୍କୁ ରନ୍‌ ସଂଗ୍ରହ କରିବାକୁ ହେବ ବୋଲି ସର୍ଫରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?