Posted inଖେଳ

ଭାରତ ଗସ୍ତ ଲାଗି ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ

ମେଲବୋର୍ନ, ୩୦।୧୨(ପି.ଟି.)- ଆଗାମୀ ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ ହୋଇଛି। ଆହତ ହୋଇଥିବା ଦ୍ରୁତ ବୋଲର ସିନ ଆବୋଟ୍ଟଙ୍କ ବଦଳରେ ବିସ୍ଫୋରକ ଓପନିଂ ଅଲରାଉଣ୍ଡର ଡ’ଆର୍କି ଶର୍ଟଙ୍କୁ ଦଳରେ ସାମିଲ କରାଯାଇଛି। ଜାନୁୟାରୀ ୧୪ରେ ଅଷ୍ଟ୍ରେଲିଆ ଭାରତ ଗସ୍ତ ଆରମ୍ଭ କରିବ ଓ ଏହି ଦିନ ମୁମ୍ବାଇରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ସେହିପିର ଦ୍ୱିତୀୟ ଦିନିକିଆ ରାଜକୋଟରେ ୧୭ ତାରିଖରେ ଓ ତୃତୀୟ ଦିନିକିଆ ୧୯ ତାରିଖରେ ବେଙ୍ଗାଲୁରୁରେ ଆୟୋଜନ ହେବ। ଅଷ୍ଟ୍ରେଲିଆ ଦଳରେ ପୂର୍ବରୁ ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ, ଜୋଶ ହାଜେଲଉଡ ଓ କେନ୍‌ ରିଚାର୍ଡସନଙ୍କ ଭଳି ଆଗଧାଡିର ବୋଲର ସାମିଲ ରହିଛନ୍ତି। ଶର୍ଟ ଜଣେ ବିଗ୍‌ ହିଟିଂ ବ୍ୟାଟ୍ସମ୍ୟାନ ହେବା ସହିତ ଭଲ ଲେଗ୍‌ ସ୍ପିନ୍‌ ମଧ୍ୟ ବୋଲିଂ କରିଥାନ୍ତି। ଅଷ୍ଟ୍ରେଲିଆ ପାଇଁ ଶର୍ଟ ୪ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୨୬.୬୬ ରନ ହାରରେ ସେ ୮୩ ରନ ସଂଗ୍ରହ କରିଛନ୍ତି। ସେ ମିଡଲଅର୍ଡରେ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି। ଶେଷଥର ପାଇଁ ଅଷ୍ଟ୍ରେଲିଆ ୨୦୧୯ ବିଶ୍ୱକପ୍‌ ପୂର୍ବରୁ ଦିନିକିଆ ଖେଳିବାକୁ ଭାରତ ଗସ୍ତ କରିଥିଲା। ୨-୦ ପଛରେ ପଡିଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆ ୩-୨ରେ ସିରିଜ ହାତେଇଥିଲା। ବଲ ଟ୍ୟାମ୍ପରିଂ ଘଟଣା ପରେ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ୍‌ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ।
ଘୋଷିତ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡି’ଆର୍କି ଶର୍ଟ, ଆଷ୍ଟନ ଅଗର, ଆଲେକ୍ସ କାରେ (ଉଇକେଟକିପର), ପ୍ୟାଟ୍‌ କୁମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଜୋଶ ହାଜେଲଉଡ, ମାର୍ନସ ଲାବୁସେନ, କେନ ରିଚାର୍ଡସନ, ଷ୍ଟିଭେନ ସ୍ମିଥ୍‌, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
ଦିନିକିଆ କାର୍ଯ୍ୟସୂଚୀ
ପ୍ରଥମ ଦିନିକିଆ: ଜାନୁୟାରୀ ୧୪ ମୁମ୍ବାଇ(ମୁମ୍ବାଇ)
ଦ୍ୱିତୀୟ ଦିନିକିଆ: ଜାନୁୟାରୀ ୧୭ (ରାଜକୋଟ)
ତୃତୀୟ ଦିନିକିଆ: ଜାନୁୟାରୀ ୧୯ (ବେଙ୍ଗାଲୁରୁ)


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri