Posted inଖେଳ

ଭାରତ- ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ

ପୋର୍ଟ ଅଫ୍‌ ସ୍ପେନ୍‌,୧୧।୮(ପି.ଟି.)- ବର୍ଷା ଯୋଗୁ ପ୍ରଥମ ଦିନିକିଆ ଧୋଇଯିବା ପରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ରବିବାର ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ତ୍ରିନିଦାଦ୍‌ର ପୋର୍ଟ ଅଫ୍‌ ସ୍ପେନ୍‌ସ୍ଥିତ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଭାରତୀୟ ବ୍ୟାଟିଂ ଅର୍ଡରର ୪ ନମ୍ବର ସ୍ଥାନକୁ ନେଇ ଏବେ ବି ଆକଳନ ଜାରି ରହିଛି। ଏହି ନମ୍ବରରେ ବ୍ୟାଟିଂ କରିବାକୁ ଏପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଭାରତ ପ୍ରସ୍ତୁତୀ କରିପାରି ନାହିଁ। ପ୍ରତିଭା ସମ୍ପନ୍ନ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଦ୍ୱିତୀୟ ଦିନିକିଆରେ ଏହି ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ହାସଲ କରିବେ ବୋଲି ଆଶା କରାଯାଉଛି। ଗତ ଟି୨୦ ସିରିଜରେ ଆୟାର ବ୍ୟାଟିଂ କରିବାର ସୁଯୋଗ ହାସଲ କରି ନ ଥିଲେ। ପ୍ରଥମ ଦିନିକିଆରେ ଅନ୍ତିମ ଏକାଦଶରେ ସାମିଲ ହୋଇଥିଲେ ମଧ୍ୟ ଆୟାର ଖେଳିବାର ସୁଯୋଗ ପାଇ ନ ଥିଲେ। କାରଣ ୧୩ ଓଭରରେ ପରେ ବର୍ଷା ଯୋଗୁ ମ୍ୟାଚ୍‌କୁ ବାତିଲ କରିବାକୁ ପଡିଥିଲା। ନିଜର ଦକ୍ଷତା ପ୍ରମାଣ କରିବା ପାଇଁ ୨ଟି ମ୍ୟାଚ୍‌ ଯଥେଷ୍ଟ ନୁହଁ। ତେବେ ଏହି ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରିଲେ ଆୟାରଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ ଏବଂ ତାଙ୍କ ଉପରୁ ଚାପ କମିବ। ଭାରତ ଏ’ ଦଳ ତରଫରୁ ଖେଳି ସେ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ତେଣୁ ସେ ସୁଯୋଗର ସଦ୍‌ବ୍ୟବହାର କରିବା ଆଶା କରାଯାଉଛି।
ଅଧିନାୟକ ବିରାଟ କୋହଲିଙ୍କ ଦିଶା ନିର୍ଦ୍ଦେଶ ଓ ଉପ- ଅଧିନାୟକ ରୋହିତ ଶର୍ମାଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଆୟର ଆଶାନୁରୂପ ପ୍ରଦର୍ଶନ କରିବେ। ଯଦି ଆୟାରଙ୍କୁ ସୁଯୋଗ ମିଳେ ତେବେ ଲୋକେଶ ରାହୁଲଙ୍କୁ ବେଞ୍ଚ୍‌ରେ ବସିବାକୁ ପଡିବ। ପ୍ରଥମ ମ୍ୟାଚ୍‌ରେ ଭାରତର ଟିମ୍‌ କମ୍ବିନେଶନ ଦେଖିବାକୁ ଗଲେ ଓ ଗତ ବିଶ୍ୱକପ୍‌ରେ କେତୋଟି ଦମ୍‌ଦାର ଇନିଂସ ଖେଳିବା ପରେ ରାହୁଲଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଜଣେ ସ୍ପେଶାଲିଷ୍ଟ ଓପନର ଭାବେ ବିବେଚନା କରୁଛି। ଫଳରେ ଦୁଇ ସ୍ପେଶାଲିଷ୍ଟ ଓପନର ଶିଖର ଧାଓ୍ବନ ଓ ରୋହିତଙ୍କ ମଧ୍ୟରୁ ଜଣେ ଆହତ ହେଲେ ରାହୁଲ ଖେଳିବାର ସୁଯୋଗ ହାସଲ କରିବେ। ଏହି ସିରିଜ କେଦାର ଯାଦବଙ୍କ ପାଇଁ ମଧ୍ୟ ବେଶ୍‌ ଗୁରୁତ୍ୱ ବହନ କରୁଛି। ଦୀନେଶ କାର୍ତ୍ତିକଙ୍କ ପରେ ସେ ଦଳରେ ନିଜର ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବେ। ଏପଟେ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରି ଦଳରେ ସ୍ଥାନ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ତାଙ୍କ ବ୍ୟାଟିଂ କ୍ରମ ନେଇ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀ ଚିନ୍ତିତ ଥିବେ। କେଦାର ଯାଦବଙ୍କ ନିକଟରେ ଉଚ୍ଚକୋଟୀର ଟେକ୍‌ନିକ ନ ଥିବା ବିଚାର କରାଯାଉଛି। ପୁଣି ଜୋରଦାର ଶଟ୍‌ ଖେଳି ଛକା ମାରିବାର ଦକ୍ଷତା ବା ଶକ୍ତି ତାଙ୍କ ନିକଟରେ କମ ରହିଛି ବୋଲି ଭାରତୀୟ କ୍ରିକେଟ ପଣ୍ଡିତମାନେ ବିଚାର କରନ୍ତି। ଟପ୍‌ ଅର୍ଡର ବିଫଳ ହେବାବେଳେ କେଦାର ଏପର୍ଯ୍ୟନ୍ତ ଗୋଟିଏ ଦୃଷ୍ଟାନ୍ତମୂଳକ ଇନିଂସ ଖେଳିପାରି ନାହାନ୍ତି। ତାଙ୍କର ସାଇହ ହ୍ୟାଣ୍ଡ ଅଫ୍‌ ସ୍ପିନ୍‌ ମଧ୍ୟ ସେତେଟା ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରି ନାହିଁ। ପୁଣି ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଦଳରେ ରହିଥିବା ବେଳେ କେଦାରଙ୍କ ବୋଲିଂର ଆବଶ୍ୟକତା କମ୍‌ ରହିଛି।
ବୋଲିଂରେ ଅଭିଜ୍ଞ ଭୁବନେଶ୍ୱର କୁମାର ଯଦି ବିଶ୍ରାମ ନେବେ ତାହେଲେ ନବଦୀପ ସଇନିଙ୍କୁ ସୁଯୋଗ ମିଳିପାରେ। ୟୁଜବେନ୍ଦ୍ର ଚହଲ ଅତିରିକ୍ତ ସ୍ପିନର ଭାବେ ଦଳରେ ସ୍ଥାନ ପାଇପାରନ୍ତି। ଯୁବ ଦ୍ରୁତ ବୋଲର ଖଲିଲ ଅହମ୍ମଦ ଅନ୍ତିମ ଏକାଦଶରୁ ବାଦ୍‌ ପଡିବେ। ପ୍ରଥମ ଦିନିକିଆରେ ୩ ଓଭର ବୋଲିଂରେ ସେ ୨୭ ରନ ବ୍ୟୟ କରି ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।
ଅପରପକ୍ଷରେ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ଓପ୍‌ନର କ୍ରିସ୍‌ ଗେଲ ଓ ଇନ୍‌ଫର୍ମ ଇଭିନ ଲୁଇସ୍‌ ଭାରତ ପାଇଁ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ପ୍ରଥମ ମ୍ୟାଚ୍‌ରେ ଗେଲ ୩୧ଟି ବଲ୍‌ ଖେଳି ମାତ୍ର ୪ ରନ କରି କୁଲଦୀପ ଯାଦବଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ଗେଲଙ୍କ ଏହି ଇନିଂସ ଅବଶ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଗେଲଙ୍କୁ ଘରୋଇ ମ୍ୟାଟିରେ ବିଦାୟୀ ବା ଫେୟାରଓ୍ବେଲ ଟେଷ୍ଟ ଖେଳିବାର ସୁଯୋଗ ମିଳିନାହିଁ। କାରଣ ତାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇ ନାହିଁ। ତେଣୁ ୩ ମ୍ୟାଚ୍‌ବିଶିଷ୍ଟ ସିରିଜର ବାକି ଦୁଇଟି ମ୍ୟାଚ୍‌ରେ ଗେଲ କିଛି କରି ଦେଖାଇବେ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଓ ନବଦୀପ ସଇନି।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ ଗେଲ୍‌, ରନ କ୍ୟାମ୍ପବେଲ, ଇଭିନ ଲୁଇସ୍‌, ସାଇ ହୋପ୍‌, ଶିମରନ ହେଟମେୟର, ନିକୋଲାସ ପୁରନ, ରୋଷ୍ଟନ ଚେଜ୍‌, ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ୍‌, କିମୋ ପଲ, ଶେଲଡନ କଟ୍ରେଲ, ଓଶେନ ଥୋମାସ ଓ କେମର ରୋଚ୍‌।
ସ୍ଥାନ: ପୋର୍ଟ ଅଫ୍‌ ସ୍ପେନ୍‌
ସମୟ: ସନ୍ଧ୍ୟା ୭ଟା
ସିଧା ପ୍ରସାରଣ: ସୋନୀ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri