ଭାଜପା ଭୁବନେଶ୍ୱର ଜିଲା ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଭାଜପାର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ତଥା କୋ-ଅପରେଟିଭ ସୋସାଇଟି ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ମଧ୍ୟାହ୍ନରେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏକାମ୍ର ହାଟ ନିକଟ କାର୍ଯ୍ୟାଳୟରେ ହରେକୃଷ୍ଣ ଥିବାବେଳେ ୯ଜଣ ଯୁବକ ମୁହଁରେ କପଡ଼ା ବାନ୍ଧି ଆସି ଲୁହା ପାଇପ୍‌ରେ ଆକ୍ରମଣ କରିବା ସହ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆକ୍ରମଣରେ ହରେକୃଷ୍ଣଙ୍କ ଗୋଡ଼ ଓ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ସେ ଖାରବେଳନଗର ଥାନାରେ ଏକ ଏତଲା ଦେଇଛନ୍ତି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ଏବଂ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା ହରେକୃଷ୍ଣ ଅଭିଯୋଗ କରିଛନ୍ତି। ଏହି ଆଧାରରେ ଦେବାଶିଷଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଅନ୍ୟପକ୍ଷରେ ଥାନାରେ ହରେକୃଷ୍ଣଙ୍କ ସମର୍ଥକମାନେ ପହଞ୍ଚତ୍ ଆକ୍ରମଣକାରୀଙ୍କୁ ଗିରଫ ଦାବି କରି ହୋ ହଲ୍ଲା କରିଥିଲେ। ଡିସିପି ଅନୁପ କୁମାର ସାହୁ ପହଞ୍ଚି ହରେକୃଷ୍ଣଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ହରେକୃଷ୍ଣ ଗଣମାଧ୍ୟମକୁ କହିଛନ୍ତି, ରାଜନୈତିକ ଆକ୍ରୋଶରୁ ମୋତେ ଆକ୍ରମଣ କରାଯାଇଛି। ଏହା ପଛରେ ଭୁବନେଶ୍ୱର ଏମ୍‌ପି ପ୍ରତିନିଧି ଦେବାଶିଷ ନାୟକଙ୍କ ହାତ ରହିଛି। ସେମାନେ ଭୁବନେଶ୍ୱରକୁ ନିଜ ଆୟତ୍ତରେ ରଖିବାକୁ ଚେଷ୍ଟା କରୁଛନ୍ତି। ମୁଁ ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ହେଉଥିବାରୁ ସେମାନେ ଏଭଳି ଆକ୍ରମଣ କରିଛନ୍ତି। ଅନ୍ୟପକ୍ଷରେ ଅପରାଜିତା କହିଛନ୍ତି, ହରେକୃଷ୍ଣଙ୍କୁ ଆକ୍ରମଣ ଘଟଣାରେ ମୁଁ ଦୁଃଖ ପ୍ରକାଶ କରୁଛି। ସେ ଭାଜପାର ଜଣେ ଭଲ କର୍ମୀ। ପୋଲିସ ଘଟଣାର ତଦନ୍ତ କରିବ। ଆକ୍ରମଣ ପଛରେ ଯେଉଁମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଖାରବେଳନଗର ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି, ହରେକୃଷ୍ଣଙ୍କ ଅଭିଯୋଗ ଭିତ୍ତିରେ ଆମେ କେସ୍‌ ନଂ. ୩୧୦/୧୯ ରୁଜୁ କରି ଘଟଣାର ତଦନ୍ତ କରୁଛୁ। ସିସିଟିଭି ଫୁଟେଜକୁ ଜବତ କରି ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏୟାରପୋର୍ଟ ଥାନା ଅଞ୍ଚଳରେ ଜଣେ ଭାଜପା କର୍ମୀଙ୍କୁ ଦଳର ଅନ୍ୟ କର୍ମୀମାନେ ଆକ୍ରମଣ କରିଥିଲେ। ଯାହାକୁ ନେଇ ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ପଦାରେ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ବୈତରଣୀ-କୋଚିଳା ସଙ୍ଗମସ୍ଥଳରେ ନାହଁ ଘେରିବନ୍ଧ: ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ କୋଚିଳା ନଦୀର ସଙ୍ଗମସ୍ଥଳ ଗାନ୍ଧୀଘାଟ ଶାସନ ପ୍ରତିବର୍ଷ ବନ୍ୟା ବିଭୀଷିକାର ଶିକାର ହେଉଛି।…

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

ହର୍ମୁଜରେ ଭାରତୀୟ ଜାହାଜ ଉପରେ ହୋଇଛି ଆକ୍ରମଣ: ଟ୍ରମ୍ପଙ୍କ ଦାବିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ଇରାନ

ଓ୍ବାଶିଂଟନ୍‌,୧୩।୬:ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।…

କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍‌

ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri