ଭାଜପା ପାଇଁ ଆରମ୍ଭ ହେଲା କର ବା ମର ଲଢ଼େଇ !

ନୂଆଦିଲ୍ଲୀ,୨୮।୪: ସୋମବାର ହେବ ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ଏହାପରେ ଆଉ ୩ଟି ପର୍ଯ୍ୟାୟରେ ଶେଷ ହେବ ୧୭ତମ ଲୋକ ସଭା ପାଇଁ ମତଦାନ। ଏସବୁ ୧୯୫ ଆସନ ମଧ୍ୟରୁ ୨୦୧୪ରେ ଭାଜପା ମେଣ୍ଟକୁ ୧୭୭ ଆସନ ମିଳିଥିଲା। ସଫଳତା ହାର ୯୦ ପ୍ରତିଶତ ଥିଲା। ସେଥିମଧ୍ୟରେ ରାଜସ୍ଥାନର ୨୫ରୁ ୨୫ ଆସନରେ ଭାଜପା ବିଜୟ ହୋଇଥିଲା। ସେହିପରି ମଧ୍ୟପ୍ରଦେଶର ୨୯ରୁ ୨୭ ଆସନ ଭାଜପା ଖାତାକୁ ଆସିଥିଲା। ଉତ୍ତରପ୍ରଦେଶର ୫୪ରୁ ୫୦ ଆସନ ଭାଜପା ହାତେଇଥିଲା। ସେହିପରି ଝାଡ଼ଖଣ୍ଡରେ ୨୪ରୁ ୧୨ରେ ଭାଜପା ବିଜୟୀ ରହିଥିଲା। ମାତ୍ର ଏବେ ସମୀକରଣ ବଦଳି ଯାଇଛି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ହୋଇଛି। ଫଳରେ ଏସବୁ ଆସନରେ ଭାଜପା ପାଇଁ ସୃଷ୍ଟି ହୋଇଛି କର ବା ମର ସ୍ଥିତି। କଂଗ୍ରେସ ଖରାପ ସ୍ଥିିତିରୁ ଭଲ କରିବାର ଲକ୍ଷ୍ୟ ନେଇ ଉଦ୍ୟମ ଜାରି ରଖିଛି। ମାତ୍ର ଭାଜପା ପୂର୍ବ ଟ୍ରାକ୍‌କୁ ଫେରିବା ନେଇ ସନ୍ଦେହରେ ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ସହ ଆଲୋଚନା ମଧ୍ୟରେ ଅନଶନ ପ୍ରତ୍ୟାହାର କଲେ ଅଭିଜିତ୍, ଅଢ଼େଇ ଦିନ ପରେ…

ନୂଆଦିଲ୍ଲୀ,୨୦ା୭: କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ମଧ୍ୟ ତାଙ୍କର ଅନଶନ ସମାପ୍ତ କରିଛନ୍ତି । ସଂସଦ ଅଭିମୁଖେ ଏକ ପଦଯାତ୍ରା ପାଇଁ ଡାକରା ମଧ୍ୟରେ,…

ପ୍ରଥମ ଡେଙ୍ଗୁ ଭ୍ୟାକ୍ସିନ୍‌ ‘QDENGA’କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୦ା୭: ପ୍ରତିବର୍ଷ ଡେଙ୍ଗୁ ଦ୍ୱାରା ଦେଶରେ ବହୁତ କ୍ଷତି ଘଟିଥାଏ। ବର୍ଷା ପରେ ଡେଙ୍ଗୁ ଦେଶର ଅନେକ ଅଞ୍ଚଳରେ ବ୍ୟାପିଥାଏ, ଯାହା ପ୍ରତିବର୍ଷ ହଜାର ହଜାର ଲୋକଙ୍କ…

ପୋଲିସ ମୁଖ୍ୟାଳୟରୁ ଡିଜିପିଙ୍କ ମୃତଦେହ ଉଦ୍ଧାର, କାରଣ ଜାଣିଲେ….

ଅଗରତାଲା,୨୦।୭: ରାଜ୍ୟ ପୋଲିସ ମୁଖ୍ୟାଳୟରୁ ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଖବର ପୋଲିସ…

ପ୍ରେମିକଙ୍କୁ ନିର୍ମମ ହତ୍ୟା: ଶବକୁ ପଚାଇବା ପାଇଁ ୨୪ ଘଣ୍ଟା ପାଣିରେ ବୁଡ଼ାଇ ରଖିଲେ ପ୍ରେମିକା, ତାପରେ…

ମୁମ୍ବାଇ,୨୦।୭: ମହାରାଷ୍ଟ୍ରର ଥାଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ନିର୍ମମ ଭାବରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।…

‘ସଂଯୋଗ ନୁହେଁ ସନ୍ଦେଶ…’ ମୌସୁମୀ ଅଧିବେଶନ ପୂର୍ବରୁ ମୋଦିଙ୍କ ବଡ଼ ବାର୍ତ୍ତା, କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୦ା୭: ସଂସଦର ମୌସୁମୀ ଅଧିବେଶନର ଠିକ୍ ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅଧିବେଶନ ଐତିହାସିକ ହେବାକୁ ଯାଉଛି ବୋଲି କହିଛନ୍ତି…

କେବେ ଆଉ କେମିତି ଭାଙ୍ଗିବେ ଅନଶନ ସ୍ପଷ୍ଟ କଲେ ସୋନମ ୱାଙ୍ଗଚୁକ , ରଖିଲେ ଏହି ୩ ସର୍ତ୍ତ

ନୂଆଦିଲ୍ଲୀ,୨୦।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କ ଅନଶନ ଶେଷ କରିବାର ଯୋଜନା ଘୋଷଣା କରିଛନ୍ତି। ସୋମବାର (ଜୁଲାଇ ୨୦) ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତିନୋଟି…

ଆଜି ଅନଶନ ଭାଙ୍ଗିପାରନ୍ତି ଓ୍ବାଙ୍ଗ୍‌ଚୁକ୍‌

ନୂଆଦିଲ୍ଲୀ,୨୦ା୭ (ପି.ଟି.): ରାଜନେତାମାନେ ଯଦି ସଫଦରଜଙ୍ଗ ହସ୍ପିଟାଲରେ ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଭେଟି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ କାଳରେ ଶିକ୍ଷା ଉତ୍ତରଦାୟିତ୍ୱ ପ୍ରସଙ୍ଗ ଉଠାଇବାର ପ୍ରତିଶ୍ରୁତି ଦିଅନ୍ତି,…

ଆଜି ସିଜେପିର ‘ସଂସଦ ଚଲୋ’

ନୂଆଦିଲ୍ଲୀ,୨୦ା୭ (ପି.ଟି.): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତରମନ୍ତରଠାରେ ସିଜେପି ପକ୍ଷରୁ ଧାରଣା ଜାରି ରହିଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri