ଭାଇରାଲ ଭିଡିଓରେ ଆର୍‌ଟିଓ

ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି ସମାନ ସମୟରେ ନବରଙ୍ଗପୁର ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ଦୁର୍ନୀତି କରୁଥିବା ଅଭିଯୋଗ ଉଠିଛି। ଜଣେ ଯୁବକ ଉପରୋକ୍ତ ବିଭାଗରେ ନିଯୁକ୍ତି ପାଇଁ ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଇଥିବା ଓ ଏହି କଥା ଆର୍‌ଟିଓ ସ୍ବୀକାର କରୁଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସେହିପରି ଅନ୍ୟ ଏକ ଘଟଣାରେ ଜଣଙ୍କଠାରୁ ସେ ଟଙ୍କା ନେବା ବେଳର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରୁ ଆସିଥିବା ଏକ ଫଟୋରୁ ଜଣାପଡ଼ିଛି।
ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବକ ନବରଙ୍ଗପୁର ଆର୍‌ଟିଓଙ୍କୁ କହୁଥିବା ଦେଖିବାକୁ ମିଳିଛି ଯେ ସେ ପରିବହନ ବିଭାଗରେ ନିଯୁକ୍ତି ପାଇଁ ଆର୍‌ଟିଓଙ୍କ ଘରକୁ ଯାଇ ୩୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ନିଯୁକ୍ତି ପରେ ତାଙ୍କୁ ଦରମା ମିଳୁନାହିଁ। ଟଙ୍କା ନେବା ବିଷୟକୁ ପରିବହନ ଅଧିକାରୀ ପ୍ରଥମେ ଅସ୍ବୀକାର କରି କାହାକୁ ଟଙ୍କା ଦେଇଥିଲ ବୋଲି ଯୁକ୍ତି କରିଥିଲେ। ଯୁବକ ଜଣକ ବର୍ଷା ଯୋଗୁ ଆର୍‌ଟିଓଙ୍କ ଘରେ ନେଇ ଟଙ୍କା ଦେଇଥିବା ଉତ୍ତର ଦେଉଛନ୍ତି। ତାଙ୍କ ମା’ ଓ ଭଉଣୀ ଟଙ୍କା ଦେବା କଥା ଜାଣିଛନ୍ତି ଓ ସେମାନେ ସାଥିରେ ଆସିଛନ୍ତି ବୋଲି ଯୁବକ ଜଣକ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି। ଆର୍‌ଟିଓଙ୍କ କହିବା ପ୍ରକାରେ ସେ ବରିଷ୍ଠ କିରାଣିଙ୍କୁ ମଧ୍ୟ ୧୫ ହଜାର ଟଙ୍କା ଦେଇଥିବା କହିଛନ୍ତି। ଏହା ପରେ ପରିବହନ ଅଧିକାରୀ ୩୦ ହଜାର ଟଙ୍କା ନେଇଥିବା ସ୍ବୀକାର କରିବା ସହ ବାହାରକୁ ଯାଇ ଅନ୍ୟ କାହା ମାଧ୍ୟମରେ ଘଟଣାର ସମାଧାନ କରିବାକୁ ସେ କହୁଥିବା ଭିଡିଓରୁ ଜଣାପଡ଼ିଛି। ଭିଡିଓ ଭାଇରାଲ ହେବା ପରେ ପରିବହନ ଅଧିକାରୀ କିଛି ଟଙ୍କା ଫେରାଇଥିବା ଓ ବଳକା ଟଙ୍କା ପରେ ଫେରାଇବେ ବୋଲି କହିଥିବା ଯୁବକ ଜଣକ ‘ଧରିତ୍ରୀ’ ପ୍ରତିନିଧିଙ୍କୁ କହିଛନ୍ତି। ଟଙ୍କା ଫେରାଇବା ପରେ ପରିବହନ ଅଧିକାରୀ ପଠାଇଥିବା ଦୁଇ ବ୍ୟକ୍ତି ଓ ଅଭିଯୋଗକାରୀ ଯୁବକ ସ୍ଥାନୀୟ ସରପଞ୍ଚଙ୍କ ନିକଟକୁ ଯାଇ ଆଲୋଚନା କରିଛନ୍ତି। ଏ ବିଷୟରେ ସରପଞ୍ଚ କହିଛନ୍ତି, ବକେୟା ଟଙ୍କା ଫେରାଇବା ବିଷୟରେ ମୋ ଉପସ୍ଥିତିରେ ଆଲୋଚନା ପାଇଁ ଆସିଥିଲେ। ଆପୋଷ ବୁଝାମଣାପତ୍ର ମଧ୍ୟ ଲେଖା ହୋଇଥିଲା। ମାତ୍ର କେତେ ଟଙ୍କା ଫେରାଇଥିଲେ ଓ କେତେ ଟଙ୍କା ବକେୟା ରହିଛି ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଭିଡିଓ ଭାଇରାଲ୍‌ ପରେ ପରିବହନ ଅଧିକାରୀ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେଉଥିବା ସମୟର ଏକ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସିସିଟିଭି ଫୁଟେଜ୍‌ରୁ ଏହି ଫଟୋ ବାହାର କରାଯାଇଥିବା ବେଳେ ତାହାର ସମୟ ସ୍ପଷ୍ଟ ହୋଇନାହିଁ। ଏହି ଭିଡିଓ ଓ ଫଟୋର ସତ୍ୟତା ଜାଣିବା ପାଇଁ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ମେସେଜ୍‌ ମାଧ୍ୟମରେ ତାଙ୍କଠାରୁ ଉତ୍ତର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri