ଭବାନୀପାଟଣାରେ ଖୋଲିବ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର

ଭବାନୀପାଟଣା,୨୬।୬(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ୫ଟି ସ୍ଥାନରେ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର ଖୋଲିବ। ଏ ନେଇ ଏମ୍‌ଏସ୍‌ଏମ୍‌ଇ ବିଭାଗର ଏକ ଟିମ୍‌ ଏମ୍‌କେ ଶତପଥୀଙ୍କ ନେତୃତ୍ୱରେ ଭବାନୀପାଟଣା ଗସ୍ତକରି ଏହି ତାଲିମ କେନ୍ଦ୍ର ପାଇଁ ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରିବାକୁ ସରକାରୀ ପଲିଟେକ୍‌ନିକ୍‌ କଲେଜ ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧି ଦଳ ସହ ଓଡ଼ିଶା ବୈଷୟିକ ତାଲିମ୍‌ ଓ ଶିକ୍ଷା ନିର୍ଦ୍ଦେଶାଳୟର ଡେପୁଟି ନିର୍ଦ୍ଦେଶକ ଅଜୟ ପଣ୍ଡା ଗତ ମଙ୍ଗଳବାର ପ୍ରଥମେ ସରକାରୀ ଆଇଟିଆଇ ପରିଦର୍ଶନ କରି ପ୍ରସ୍ତାବିତ ତାଲିମ କେନ୍ଦ୍ର ଖୋଲିବାକୁ ଭିତ୍ତିଭୂମି ଯାଞ୍ଚ କରିଥିଲେ। ବୁଧବାର ଏହି ପ୍ରତିିନିଧି ଦଳ ବାନ୍ଦୋପଲାଠାରେ ଯାନ୍ତ୍ରିକ କଲେଜର ଭିଭିଭୂମି ଯାଞ୍ଚ କରିବେ ବୋଲି କେନ୍ଦ୍ର ଟୁଲ୍‌ ରୁମ୍‌ ଏବଂ ତାଲିମ କେନ୍ଦ୍ର ଭୁବନେଶ୍ୱରର ମ୍ୟାନେଜର ଏମ୍‌କେ ଶତପଥୀ କହିଛନ୍ତି। ଟୁଲ୍‌ ରୁମ୍‌ ତାଲିମ୍‌ କେନ୍ଦ୍ର ଖୋଲିବା ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମିର ପ୍ରାୟ ୯୦ ଶତକଡା ପୂରଣ କରୁଛି ବୋଲି ମ୍ୟାନେଜର ଶତପଥୀ କହିଛନ୍ତି। ଏହା ଜରିଆରେ କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ମନ୍ତ୍ରାଳୟ ଆଗ୍ରହୀ ଯୁବପିଢ଼ିଙ୍କୁ ନିଯୁକ୍ତିଭିତ୍ତିକ ଜ୍ଞାନକୌଶଳ ତାଲିମ୍‌ ପ୍ରଦାନର ସୁବିଧା ଭବାନୀପାଟଣାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଆସନ୍ତା ଶିକ୍ଷାବର୍ଷରୁ ଭବାନୀପାଟଣାରେ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ଏବଂ ଯୁବତୀ ଯୁବକଙ୍କୁ ତାଲିମ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ସୋମବାରରେ ମୁକ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଗହଳି, ଲକ୍ଷାଧିକ କାଉଡ଼ିଆଙ୍କ ଜଳଲାଗି

ଜମନକିରା,୨୪।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏହି ଅବସରରେ ସମ୍ବଲପୁର ଜିଲା ଜମନକିରା ବ୍ଲକସ୍ଥିତ ପ୍ରସିଦ୍ଧ ପଶ୍ଚିମାଭିମୁଖୀ ଶୈବପୀଠ ବାବା…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri