ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଷଷ୍ଠ ଦିବସ: ଇଣ୍ଡିଆନ୍‌ କ୍ଲବ ୨-୧ ଗୋଲରେ ବିଜୟୀ

ଭବାନୀପାଟଣା,୨୧।୯(ଡି.ଏନ.ଏ.)
ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ଶୁକ୍ରବାର ଷଷ୍ଠ ମ୍ୟାଚ୍‌ ଇଣ୍ଡିଆନ୍‌ କ୍ଲବ ବନାମ ଶ୍ରୀକ୍ରିଷ୍ଣା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଇଣ୍ଡିଆନ୍‌ କ୍ଲବ ୨-୧ ଗୋଲରେ ବିଜୟୀ ହୋଇଥିଲା। ଇଣ୍ଡିଆନ୍‌ କ୍ଲବ ତରଫରୁ ଶ୍ରୀଦେବ ଓ ଆକାଶ ୧ ଲେଖାଏଁ ଗୋଲ ଦେଇଥିବା ବେଳେ ଶ୍ରୀକ୍ରିଷ୍ଣା କ୍ଲବ ତରଫରୁ କିଷନ ଗୋଟାଏ ଗୋଲ ଦେଇଥିଲେ। ଫଳରେ ଇଣ୍ଡିଆନ୍‌ କ୍ଲବ ବିଜୟୀ ହୋଇଥିଲା। ଷଷ୍ଠ ଦିବସର ମ୍ୟାଚ୍‌ରେ ଅତିଥି ଭାବେ କ୍ରୀଡା ସଙ୍ଗଠକ ତଥା ଜୁନିୟର ଏନ୍‌ସିସି ଅଫିସର ରବିପ୍ରଶାଦ କାକନୁଗୋ ଯୋଗଦେଇଥିଲେ। ଜିତେନ୍ଦ୍ର କୁମାର ରଥ, ପି.ଭି. ରାଓ, ରଞ୍ଜନ କୁମାର ଦାସ ହରପ୍ରଶାଦ ପଟେଲ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍‌ରେ କ୍ରୀଡା ସଂସ୍ଥା ସମ୍ପାଦକ ତଥା ଓଡିଶା ଆଥୋଲେଟିକ୍‌ ଆସୋସିଏଶନ୍‌ ସଭାପତି ଜଗମୋହନ ପଟ୍ଟନାୟକ ଓ ଉପସଭାପତି ସୁରେନ୍ଦ୍ର ନାଥ ତ୍ରୀପାଠି, ଫୁଟବଲ ସେକ୍ରେଟେରି କାଦର ଖାନ, ଆଥେଲେଟିକ୍‌ ସେକ୍ରେଟେରି ସମ୍ଭୁ ରାଉତ, ଆଇପିଇ ମହେନ୍ଦ୍ର ପଣ୍ଡା, ଜିଲାର ଭେଟେରାନ ଫୁଟବଲ ଖେଳାଳି ନଳିନୀ ମୁଣ୍ଡ, ଜଳେଶ୍ୱର ଗଉଡ, କିଶୋର ସାହୁ, ଅର୍ଜୁନ ନାଏକ, ଧିରେନ ପଟ୍ଟନାୟକ, ରାଜିବ ସାହୁ, ସନ୍ତୋଷ ପ୍ରଧାନ, ଭିକାରୀ ଚରଣ ମିଶ୍ର, ଝୁନୁ ପଣ୍ଡା, ଅଶୋକ ପଟ୍ଟନାୟକ ଓ ଚକ୍ରଧର ସେଠୀ ସହଯୋଗ କରିଥିଲେ। ଶନିବାର ସପ୍ତମ ମ୍ୟାଚ୍‌ ଷ୍ଟାର ଇଲେଭେନ ବନାମ ଇଭିନିଂ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

କେସିଙ୍ଗାରେ ଦଶମ-ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା,୩୧ା୫(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପ ଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତରୁ…

ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ: ବିବିଏରେ ଗୁନଗୁନ, ବିସିଏରେ ସଲୋନୀ ଟପ୍ପର…

ଭବାନୀପାଟଣା,୩୦।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ପୁଣିଥରେ ଉତ୍କୃଷ୍ଟ ଶିକ୍ଷାଗତ ସଫଳତା ହାସଲ କରିଛି। ମା’ ମାଣିକେଶ୍ୱରୀ…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

ଅଘୋଷିତ ବିଦ୍ୟୁତ କାଟରେ ଅସହ୍ୟ ଲାଞ୍ଜିଗଡ ଗ୍ରାମବାସୀ: ଗ୍ରିଡ୍‌ରେ ତାଲା ପକାଇ ଧାରଣା, ଟାଟା ପାୱାର ଯନ୍ତ୍ରୀଙ୍କ ସହ ଆଲୋଚନା

ଲାଞ୍ଜିଗଡ, ୨୯।୫ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ବ୍ଲକ ଅଞ୍ଚଳବାସୀ ଶୁକ୍ରବାର ଲାଞ୍ଜିଗଡ ଟାଟା ପାୱାର ବିଦ୍ୟୁତ ଗ୍ରିଡ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri