ଭଦ୍ରକ ଜିଲାରେ କଂଗ୍ରେସ ରାଜନୀତି: ନୂଆ ମୁହଁକୁ ନେଇ ଆଶା,ଆଶଙ୍କା

ଭଦ୍ରକ ଅଫିସ, ୨୬ା୪-ଭଦ୍ରକ ଜିଲାରେ କଂଗ୍ରେସ ୫ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଛାଡିଛି| ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ନିଜ ଜିଲା ଛାଡ଼ି ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ ୪ଜଣ ତାଙ୍କ ଅନୁଗାମୀ ବୋଲି ଚର୍ଚ୍ଚା ହେଉଛି। ଭଦ୍ରକ ବିଧାୟକ ପ୍ରାର୍ଥୀଭାବେ ନଳିନୀକାନ୍ତ ମହାନ୍ତି ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି|  ସେ ଜିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବାରୁ ଦଳ ତାଙ୍କ ଉପରେ ଭରସା କରି ପ୍ରାର୍ଥୀ କରିଛି ା ଭଦ୍ରକ ବିଧାନସଭା କ୍ଷେତ୍ରର କୋଣାନୁକୋଣରେ ତାଙ୍କ ଦଖଲ ଥିବା କାରଣରୁ ସେ ଭୋଟରଙ୍କ ସମର୍ଥନ ପାଇବେ ବୋଲି ବେଶ୍‌ ଆଶାବାଦୀ ଅଛନ୍ତି। ଭଦ୍ରକର ବିଭିନ୍ନ ସମସ୍ୟା ଓ ଶାସକ ଦଳର ମନମୁଖି କାର୍ଯ୍ୟକୁ ସେ ବିଭିନ୍ନ ସମୟରେ ବିରୋଧ କରି ଆସିଛନ୍ତି ା ବିଭିନ୍ନ ଆନ୍ଦୋଳନର ନେତୃତ୍ୱ ନେଇଥିବା ମହାନ୍ତି ଭଦ୍ରକବାସୀଙ୍କ ଉପରେ ଆସ୍ଥା ରଖି  ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସେହିଭଳି ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ଅଶୋକ ଦାସ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସେ ଭଦ୍ରକ ଜିଲା ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି। ଅପରପକ୍ଷେ ସେ ବାସୁଦେବପୁର ପୌରପାଳିକାର ପୌରାଧ୍ୟକ୍ଷ ଥିଲେ। ବାସୁଦେବପୁରରୁ ପାରିବାରିକ ରାଜନୀତିକୁ ପ୍ରତିହତ କରିବା ପାଇଁ ଅଶୋକ ହେଉଛନ୍ତି ଏକ ମାତ୍ର ଅସ୍ତ୍ର ବୋଲି କଂଗ୍ରେସ ଚିନ୍ତା କରିଛି। ତେଣୁ ବିରୋଧୀ ଭୂମିକା ନିଭାଇ ଆସୁଥିବା ଅଶୋକ କେତେ ଜନ ସମର୍ଥନ ପାଇବେ ତାକୁ ରାଜନୈତିକ ସମୀକ୍ଷକମାନେ ଚାହିଁ ରହିଛନ୍ତି।

ଚାନ୍ଦବାଲି ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଦିଗମ୍ବର ଦାସଙ୍କୁ ଦଳ ଟିକେଟ୍‌ ଦେଇଛି ା ଯଦିଓ ସେ ମଧ୍ୟ ନୂଆ ପ୍ରାର୍ଥୀ କିନ୍ତୁ ଚାନ୍ଦବାଲି ବ୍ଲକ କଂଗ୍ରେସ କମିଟି ସଭାପତି ଦାୟିତ୍ୱ ତୁଲାଇ ଆସୁଥିଲେ। ବାଁଶଡା ପଞ୍ଚାୟତରୁ ସେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଏବେ ସେ ନିଜର ପ୍ରଚାରକୁ ଜୋର୍‌ଦାର କରିଛନ୍ତି ା କଂଗ୍ରେସର ପ୍ରତି ଗାଁରେ ଥିବା ପକେଟ୍‌ ଭୋଟ ଓ ସଙ୍ଗଠନ ତାଙ୍କୁ ସାହାର୍ଯ୍ୟ କରିବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ା  ତେବେ ୨୦୦୯, ୨୦୧୪ ସାଧାରଣ ନିର୍ବାଚନ ଏବଂ ୨୦୧୭ ଜିଲା ପରିଷଦ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଆଶାନୁରୂପ ସଫଳତା ମିଳିପାରିନାହିଁ। ଏହା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ବିଜେଡିର ଗୋଷ୍ଠୀ କନ୍ଦଳ, ଭାଜପାର ରଣନୀତି ଓ କଂଗ୍ରେସର ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ଦିଗମ୍ବର କିଭଳି ଫାଇଦା ନେବେ ତାକୁ ନେଇ ସେ ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି।

ଧାମନଗର ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଡ. ବିଦ୍ୟାଧର ଜେନାଙ୍କୁ ଦଳ ଟିକେଟ ପ୍ରଦାନ କରିଛି। ଏହି ଅଞ୍ଚଳରେ ବ୍ୟବସାୟୀ ଭାବେ ସେ ପରିଚିତ। ଅପରପକ୍ଷରେ ସେ ହୋମିଓପାଥିକ୍‌ ଡାକ୍ତର ହୋଇଥିବାରୁ ଅଞ୍ଚଳବାସୀ ତାଙ୍କୁ ଜଣେ ବିଧାୟକ ଭାବେ କେତେଦୂର ସମର୍ଥନ ଦେବେ ତାକୁ ଅପେକ୍ଷା ରହିଛି ା  ଧାମନଗର ବ୍ଲକ ତଥା ଏନ୍‌ଏସିରେ ଥିବା ଦଳୀୟ ଭୋଟ ଓ ନିଜ ବ୍ୟକ୍ତିତ୍ୱର ପରିଚୟକୁ ପାଥେୟ କରି ଏଥର ବିଜୟୀ ହେବ ବୋଲି ସେ ଆଶା ବାନ୍ଧିଛନ୍ତି ା

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀ  ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ନିଜେ ସାରା ଓଡିଶା ପାଇଁ ଦଳ ପକ୍ଷରୁ ନିର୍ବାଚନୀ ଷ୍ଟ୍ରାଟେଜି ସ୍ଥିର କରୁଥିବାରୁ ଏହି ନିର୍ବାଚନମଣ୍ଡଳୀ ତାଙ୍କ ପାଇଁ କିଛି ବଡ଼ କଥା ନୁହେଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତଥାପି ସେ ଏହି ନିର୍ବାଚନୀମଣ୍ଡଳୀରେ କଡା ମୁକାବିଲାର ସାମ୍ନା କରିବେ। ଭଣ୍ଡାରିପୋଖରୀ ଅଞ୍ଚଳ ଲୋକମାନେ ନିଜ ଅଞ୍ଚଳର ଅନ୍ୟଦଳର ପ୍ରାର୍ଥୀକୁ ଗୁରୁତ୍ୱ ନ ଦେଇ କାହିଁକି ତାଙ୍କୁ ସମର୍ଥନ କରିବେ ବୋଲି ଏଠାରେ ଆଲୋଚନା ଜୋର ଧରିଛି ା ତାଙ୍କ ପାଇଁ ନୂଆ ପ୍ରସଙ୍ଗ କ’ଣ ରହିବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି। କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଏଠି କେତେଦୂର ଭୋଟର ଗ୍ରହଣ କରୁଛନ୍ତି ତାକୁ ନେଇ ସମସ୍ତଙ୍କ ନଜର ରହିଛି ା

ଅନ୍ୟପକ୍ଷେ କଂଗ୍ରେସର ଲୋକ ସଭା ପ୍ରାର୍ଥୀ ଇଂ. ମଧୁମିତା ସେଠୀ ମଧ୍ୟ ନୂଆ ମୁହଁ। ସେ ବର୍ତ୍ତମାନର ପିସିସି ଉପସଭାପତି ତଥା ପୂର୍ବତନ ଏମ୍‌ପି ଅନନ୍ତ ସେଠୀଙ୍କ ଝିଅ। ତାଙ୍କ ପାଇଁ ମଧ୍ୟ ଏହି ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନୂଆ। ବିଜେଡିର ଭ୍ରଷ୍ଟାଚାର ଶାସନକୁ ଦୂରେଇବା ପାଇଁ ସେ ସଂକଳ୍ପବଦ୍ଧ। ଲୋକେ କିଭଳି ତାଙ୍କୁ ଗ୍ରହଣ କରିବେ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri