ଭଦ୍ରକ ଜିଲାରେ କଂଗ୍ରେସ ରାଜନୀତି: ନୂଆ ମୁହଁକୁ ନେଇ ଆଶା,ଆଶଙ୍କା

ଭଦ୍ରକ ଅଫିସ, ୨୬ା୪-ଭଦ୍ରକ ଜିଲାରେ କଂଗ୍ରେସ ୫ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଛାଡିଛି| ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ନିଜ ଜିଲା ଛାଡ଼ି ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ ୪ଜଣ ତାଙ୍କ ଅନୁଗାମୀ ବୋଲି ଚର୍ଚ୍ଚା ହେଉଛି। ଭଦ୍ରକ ବିଧାୟକ ପ୍ରାର୍ଥୀଭାବେ ନଳିନୀକାନ୍ତ ମହାନ୍ତି ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି|  ସେ ଜିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବାରୁ ଦଳ ତାଙ୍କ ଉପରେ ଭରସା କରି ପ୍ରାର୍ଥୀ କରିଛି ା ଭଦ୍ରକ ବିଧାନସଭା କ୍ଷେତ୍ରର କୋଣାନୁକୋଣରେ ତାଙ୍କ ଦଖଲ ଥିବା କାରଣରୁ ସେ ଭୋଟରଙ୍କ ସମର୍ଥନ ପାଇବେ ବୋଲି ବେଶ୍‌ ଆଶାବାଦୀ ଅଛନ୍ତି। ଭଦ୍ରକର ବିଭିନ୍ନ ସମସ୍ୟା ଓ ଶାସକ ଦଳର ମନମୁଖି କାର୍ଯ୍ୟକୁ ସେ ବିଭିନ୍ନ ସମୟରେ ବିରୋଧ କରି ଆସିଛନ୍ତି ା ବିଭିନ୍ନ ଆନ୍ଦୋଳନର ନେତୃତ୍ୱ ନେଇଥିବା ମହାନ୍ତି ଭଦ୍ରକବାସୀଙ୍କ ଉପରେ ଆସ୍ଥା ରଖି  ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସେହିଭଳି ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ଅଶୋକ ଦାସ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସେ ଭଦ୍ରକ ଜିଲା ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି। ଅପରପକ୍ଷେ ସେ ବାସୁଦେବପୁର ପୌରପାଳିକାର ପୌରାଧ୍ୟକ୍ଷ ଥିଲେ। ବାସୁଦେବପୁରରୁ ପାରିବାରିକ ରାଜନୀତିକୁ ପ୍ରତିହତ କରିବା ପାଇଁ ଅଶୋକ ହେଉଛନ୍ତି ଏକ ମାତ୍ର ଅସ୍ତ୍ର ବୋଲି କଂଗ୍ରେସ ଚିନ୍ତା କରିଛି। ତେଣୁ ବିରୋଧୀ ଭୂମିକା ନିଭାଇ ଆସୁଥିବା ଅଶୋକ କେତେ ଜନ ସମର୍ଥନ ପାଇବେ ତାକୁ ରାଜନୈତିକ ସମୀକ୍ଷକମାନେ ଚାହିଁ ରହିଛନ୍ତି।

ଚାନ୍ଦବାଲି ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଦିଗମ୍ବର ଦାସଙ୍କୁ ଦଳ ଟିକେଟ୍‌ ଦେଇଛି ା ଯଦିଓ ସେ ମଧ୍ୟ ନୂଆ ପ୍ରାର୍ଥୀ କିନ୍ତୁ ଚାନ୍ଦବାଲି ବ୍ଲକ କଂଗ୍ରେସ କମିଟି ସଭାପତି ଦାୟିତ୍ୱ ତୁଲାଇ ଆସୁଥିଲେ। ବାଁଶଡା ପଞ୍ଚାୟତରୁ ସେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଏବେ ସେ ନିଜର ପ୍ରଚାରକୁ ଜୋର୍‌ଦାର କରିଛନ୍ତି ା କଂଗ୍ରେସର ପ୍ରତି ଗାଁରେ ଥିବା ପକେଟ୍‌ ଭୋଟ ଓ ସଙ୍ଗଠନ ତାଙ୍କୁ ସାହାର୍ଯ୍ୟ କରିବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ା  ତେବେ ୨୦୦୯, ୨୦୧୪ ସାଧାରଣ ନିର୍ବାଚନ ଏବଂ ୨୦୧୭ ଜିଲା ପରିଷଦ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଆଶାନୁରୂପ ସଫଳତା ମିଳିପାରିନାହିଁ। ଏହା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ବିଜେଡିର ଗୋଷ୍ଠୀ କନ୍ଦଳ, ଭାଜପାର ରଣନୀତି ଓ କଂଗ୍ରେସର ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ଦିଗମ୍ବର କିଭଳି ଫାଇଦା ନେବେ ତାକୁ ନେଇ ସେ ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି।

ଧାମନଗର ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଡ. ବିଦ୍ୟାଧର ଜେନାଙ୍କୁ ଦଳ ଟିକେଟ ପ୍ରଦାନ କରିଛି। ଏହି ଅଞ୍ଚଳରେ ବ୍ୟବସାୟୀ ଭାବେ ସେ ପରିଚିତ। ଅପରପକ୍ଷରେ ସେ ହୋମିଓପାଥିକ୍‌ ଡାକ୍ତର ହୋଇଥିବାରୁ ଅଞ୍ଚଳବାସୀ ତାଙ୍କୁ ଜଣେ ବିଧାୟକ ଭାବେ କେତେଦୂର ସମର୍ଥନ ଦେବେ ତାକୁ ଅପେକ୍ଷା ରହିଛି ା  ଧାମନଗର ବ୍ଲକ ତଥା ଏନ୍‌ଏସିରେ ଥିବା ଦଳୀୟ ଭୋଟ ଓ ନିଜ ବ୍ୟକ୍ତିତ୍ୱର ପରିଚୟକୁ ପାଥେୟ କରି ଏଥର ବିଜୟୀ ହେବ ବୋଲି ସେ ଆଶା ବାନ୍ଧିଛନ୍ତି ା

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀ  ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ନିଜେ ସାରା ଓଡିଶା ପାଇଁ ଦଳ ପକ୍ଷରୁ ନିର୍ବାଚନୀ ଷ୍ଟ୍ରାଟେଜି ସ୍ଥିର କରୁଥିବାରୁ ଏହି ନିର୍ବାଚନମଣ୍ଡଳୀ ତାଙ୍କ ପାଇଁ କିଛି ବଡ଼ କଥା ନୁହେଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତଥାପି ସେ ଏହି ନିର୍ବାଚନୀମଣ୍ଡଳୀରେ କଡା ମୁକାବିଲାର ସାମ୍ନା କରିବେ। ଭଣ୍ଡାରିପୋଖରୀ ଅଞ୍ଚଳ ଲୋକମାନେ ନିଜ ଅଞ୍ଚଳର ଅନ୍ୟଦଳର ପ୍ରାର୍ଥୀକୁ ଗୁରୁତ୍ୱ ନ ଦେଇ କାହିଁକି ତାଙ୍କୁ ସମର୍ଥନ କରିବେ ବୋଲି ଏଠାରେ ଆଲୋଚନା ଜୋର ଧରିଛି ା ତାଙ୍କ ପାଇଁ ନୂଆ ପ୍ରସଙ୍ଗ କ’ଣ ରହିବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି। କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଏଠି କେତେଦୂର ଭୋଟର ଗ୍ରହଣ କରୁଛନ୍ତି ତାକୁ ନେଇ ସମସ୍ତଙ୍କ ନଜର ରହିଛି ା

ଅନ୍ୟପକ୍ଷେ କଂଗ୍ରେସର ଲୋକ ସଭା ପ୍ରାର୍ଥୀ ଇଂ. ମଧୁମିତା ସେଠୀ ମଧ୍ୟ ନୂଆ ମୁହଁ। ସେ ବର୍ତ୍ତମାନର ପିସିସି ଉପସଭାପତି ତଥା ପୂର୍ବତନ ଏମ୍‌ପି ଅନନ୍ତ ସେଠୀଙ୍କ ଝିଅ। ତାଙ୍କ ପାଇଁ ମଧ୍ୟ ଏହି ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନୂଆ। ବିଜେଡିର ଭ୍ରଷ୍ଟାଚାର ଶାସନକୁ ଦୂରେଇବା ପାଇଁ ସେ ସଂକଳ୍ପବଦ୍ଧ। ଲୋକେ କିଭଳି ତାଙ୍କୁ ଗ୍ରହଣ କରିବେ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri