ଭତ୍ତାକୁ ଚାହିଁଛନ୍ତି ଉତ୍ତରା: ୩୦କେଜି ଚାଉଳରେ ଚଳୁଛନ୍ତି ୪ ପ୍ରାଣୀ

ଭାପୁର,୨୬।୬(ଡି.ଏନ.ଏ.) – ଦୁଇବର୍ଷ ହେଲା ଆରପାରିରେ ସ୍ବାମୀ। ଘରେ ୨ ଝିଅ, ଜଣେ ପୁଅ। ମୂଲମଜୁରି ଲାଗିଲେ ସେମାନଙ୍କ ପେଟକୁ ଦାନା ଯୋଗାଡ଼ ହେଉଛି। ଭଙ୍ଗା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛୁ। ସରକାର ୩୦ କେଜି ଚାଉଳ ଦେଉଛନ୍ତି। ସେତକରେ ଦୁଃଖକଷ୍ଟରେ ଚଳୁଛୁ। ବର୍ଷେ ହେଲା ଆବେଦନ କରି ଭତ୍ତାକୁ ଅନାଇଛି। ଗୁହାରି ଶୁଣିବାକୁ କେହିନାହିଁ। ଆମ ଦୁଃଖ କାହା ଆଖିରେ ପଡୁନି ବୋଲି କ୍ଷୋଭର ସହ କହିଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ ଭୁବନପୁର ଗୋଡ଼ିସାହିର ଉତ୍ତରା ପଧାନ (୪୬)।
ଦୁର୍ବଳ ବାଉଁଶ ଖୁଣ୍ଟ ଉପରେ ଠିଆ ହୋଇଛି ଉତ୍ତରାଙ୍କ ଦରଭଙ୍ଗା ଛାଟିମାଟି ଘର। ଘରେ ପଶିଲେ ମୁଣ୍ଡରେ ବାଜୁଛି ତାଳବରଡ଼ା ଛପର। କବାଟ ନାହିଁ କି କାନ୍ଥରେ ଭଲରେ ନେସା ହୋଇନି ମାଟି। ଏଥିରୁ ବାରି ହୋଇପଡୁଛି ପରିବାରର ଆର୍ଥିକ ସ୍ଥିତି। ଉତ୍ତରାଙ୍କ କହିବା କଥା, ‘ଫନୀ’ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିଲା। ଦେଢ଼ ମାସ ପରେ ବି ସହାୟତା ମିଳିଲାନାହିଁ। ବାତ୍ୟା ପରେ କେମିତି ଅଛୁ, କେହି ପଚାରିଲେନି। କେତେ ଦିନ ଆଉ ଭଙ୍ଗାଘରେ ରହିଥାନ୍ତୁ। ସବୁ ଆଶା ତୁଟାଇ ନିଜ ଚେଷ୍ଟାରେ କାଠ, ବାଉଁଶ ସଂଗ୍ରହ କରି ଭଙ୍ଗା କୁଡ଼ିଆକୁ ଠିଆ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ଉତ୍ତରା। ଭତ୍ତା ପାଇଁ ଓ୍ବାର୍ଡମେମ୍ବରଙ୍କ ସହାୟତାରେ ସରପଞ୍ଚଙ୍କ ନିକଟରେ ବର୍ଷେ ତଳେ ଆବେଦନ କରିଥିଲେ। ହେଲେ ଏ ଯାଏ ତାହା ମଞ୍ଜୁର ହୋଇ ନ ଥିବା ଉତ୍ତରା କହିଛନ୍ତି।
ଏ ନେଇ ସରପଞ୍ଚ ବାସନ୍ତୀ ଭୋଇ କୁହନ୍ତି, ଭତ୍ତା ଆବେଦନପତ୍ର ବ୍ଲକ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ନିର୍ବାଚନ ଥିବାରୁ ମଞ୍ଜୁରୀରେ ବିଳମ୍ବ ହେଉଛି। ମହିଳାଙ୍କ ସମସ୍ୟାର ଗୁରୁତ୍ୱ ବୁଝି ଶୀଘ୍ର ଭତ୍ତା ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ। ଏ ନେଇ ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ କୁହନ୍ତି, ଆବେଦନକାରୀଙ୍କୁ ପର୍ଯ୍ୟାୟକ୍ରମେ ଭତ୍ତା ପ୍ରଦାନ କରାଯିବ। କିନ୍ତୁ ହିତାଧିକାରୀଙ୍କ ନାମରେ ଘରଡିହ ନ ଥିଲେ ବାସଗୃହ ମିଳିପାରିବ ନାହିଁ ବୋଲି ବିଡିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?