ଭତ୍ତାକୁ ଚାହିଁଛନ୍ତି ଉତ୍ତରା: ୩୦କେଜି ଚାଉଳରେ ଚଳୁଛନ୍ତି ୪ ପ୍ରାଣୀ

ଭାପୁର,୨୬।୬(ଡି.ଏନ.ଏ.) – ଦୁଇବର୍ଷ ହେଲା ଆରପାରିରେ ସ୍ବାମୀ। ଘରେ ୨ ଝିଅ, ଜଣେ ପୁଅ। ମୂଲମଜୁରି ଲାଗିଲେ ସେମାନଙ୍କ ପେଟକୁ ଦାନା ଯୋଗାଡ଼ ହେଉଛି। ଭଙ୍ଗା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛୁ। ସରକାର ୩୦ କେଜି ଚାଉଳ ଦେଉଛନ୍ତି। ସେତକରେ ଦୁଃଖକଷ୍ଟରେ ଚଳୁଛୁ। ବର୍ଷେ ହେଲା ଆବେଦନ କରି ଭତ୍ତାକୁ ଅନାଇଛି। ଗୁହାରି ଶୁଣିବାକୁ କେହିନାହିଁ। ଆମ ଦୁଃଖ କାହା ଆଖିରେ ପଡୁନି ବୋଲି କ୍ଷୋଭର ସହ କହିଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ ଭୁବନପୁର ଗୋଡ଼ିସାହିର ଉତ୍ତରା ପଧାନ (୪୬)।
ଦୁର୍ବଳ ବାଉଁଶ ଖୁଣ୍ଟ ଉପରେ ଠିଆ ହୋଇଛି ଉତ୍ତରାଙ୍କ ଦରଭଙ୍ଗା ଛାଟିମାଟି ଘର। ଘରେ ପଶିଲେ ମୁଣ୍ଡରେ ବାଜୁଛି ତାଳବରଡ଼ା ଛପର। କବାଟ ନାହିଁ କି କାନ୍ଥରେ ଭଲରେ ନେସା ହୋଇନି ମାଟି। ଏଥିରୁ ବାରି ହୋଇପଡୁଛି ପରିବାରର ଆର୍ଥିକ ସ୍ଥିତି। ଉତ୍ତରାଙ୍କ କହିବା କଥା, ‘ଫନୀ’ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିଲା। ଦେଢ଼ ମାସ ପରେ ବି ସହାୟତା ମିଳିଲାନାହିଁ। ବାତ୍ୟା ପରେ କେମିତି ଅଛୁ, କେହି ପଚାରିଲେନି। କେତେ ଦିନ ଆଉ ଭଙ୍ଗାଘରେ ରହିଥାନ୍ତୁ। ସବୁ ଆଶା ତୁଟାଇ ନିଜ ଚେଷ୍ଟାରେ କାଠ, ବାଉଁଶ ସଂଗ୍ରହ କରି ଭଙ୍ଗା କୁଡ଼ିଆକୁ ଠିଆ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ଉତ୍ତରା। ଭତ୍ତା ପାଇଁ ଓ୍ବାର୍ଡମେମ୍ବରଙ୍କ ସହାୟତାରେ ସରପଞ୍ଚଙ୍କ ନିକଟରେ ବର୍ଷେ ତଳେ ଆବେଦନ କରିଥିଲେ। ହେଲେ ଏ ଯାଏ ତାହା ମଞ୍ଜୁର ହୋଇ ନ ଥିବା ଉତ୍ତରା କହିଛନ୍ତି।
ଏ ନେଇ ସରପଞ୍ଚ ବାସନ୍ତୀ ଭୋଇ କୁହନ୍ତି, ଭତ୍ତା ଆବେଦନପତ୍ର ବ୍ଲକ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ନିର୍ବାଚନ ଥିବାରୁ ମଞ୍ଜୁରୀରେ ବିଳମ୍ବ ହେଉଛି। ମହିଳାଙ୍କ ସମସ୍ୟାର ଗୁରୁତ୍ୱ ବୁଝି ଶୀଘ୍ର ଭତ୍ତା ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ। ଏ ନେଇ ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ କୁହନ୍ତି, ଆବେଦନକାରୀଙ୍କୁ ପର୍ଯ୍ୟାୟକ୍ରମେ ଭତ୍ତା ପ୍ରଦାନ କରାଯିବ। କିନ୍ତୁ ହିତାଧିକାରୀଙ୍କ ନାମରେ ଘରଡିହ ନ ଥିଲେ ବାସଗୃହ ମିଳିପାରିବ ନାହିଁ ବୋଲି ବିଡିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri