ଭତା, ଆବାସ ଯୋଜନାରୁ ବଁଚିତ: ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ ସୂର୍ଯ୍ୟକାନ୍ତି

ପର୍ଲା,୧୩।୧୧(ଡି.ଏନ.ଏ.)-କଳାହାଣ୍ଡି ଜିଲା ଦଣ୍ଡପାଟ ଅଂଚଳର ଅନେକ ଗରିବ୍‌ ଦୁଖି ଭଲ ଘରଖେଁ ଅଭାବୁ ବଡ଼ା ଗୁଲଗୁଲା ହେଇ ଜୀବନ ବିତଉଛନ୍‌। କିଏ ଝାଟି ମାଟି ଘରେ ତ କିଏ ଦଦରା କୁରିଆରେ ପଲିଥିନ ଢାପି ଜୀବନ୍‌ ବିତଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଳି ପଁଚେତ୍‌ ଅଧୀନ ବେହେରାଗୁଡ଼ା ଗଁାରେ।
ସୂଚନା ହିସାବେ ବେହେରାଗୁଡ଼ାର ସୂର୍ଯ୍ୟକାନ୍ତି ଧରୁଆ(୪୫)। ଝନେ ନିସାହା ଛାର୍‌ରି ମହିଲା। ଅନେକ ବଛର ତଲେ ଆପ୍‌ନେ ତାହାକୁ ଛାଡ଼ି କେନ୍‌ଆଡ଼େ ପଲେଇ ଗଲେ, ଆଏଜ୍‌ ତକ୍‌ ତାକର ଖୋଜଖବର ନଁାଇଁନ। ଏନ୍‌ତାଥି ସୂର୍ଯ୍ୟକାନ୍ତି ଗୁଟେ ଭଂଗା ଦଦ୍‌ରା କୁରିଆରେ ୧୫ ବଛର ହେଲା ପଲିଥିନ ଢାପି ଜୀବନ୍‌ ବିତଉଛନ୍‌। ସଖାଲ ପାଏଲେ ପେଟ ପାଲବାର ଲାଗି ଆସର ପାସର ଗଁାମାନକେ ଭିଖ୍‌ ମାଗିଯାଉଛନ୍‌। ଗଲା ଲଘୁଚାପ ବରଷାରେ ତାକର ଘରଟା ଭାଂଗି ଯାଇ ଅଁାଠେ ପାଏନ୍‌ ହେଇଥିଲା। ହେଲେ ପରଶାସନ ତରଫୁ ତାହାକୁ ପଲିଥିନ ଖଁଡ଼େ ବି ନାଇଁ ମିଲିଥିବାର ସେ ଅଭିଯୋଗ କରିଛନ୍‌। ତାକର ଗୁଲଗୁଲା ଦେଖି ଝନେ ସହୁରୁଦ୍‌ ଲୋକ୍‌ ତାହାକୁ ପଲିଥିନ ଖଁଡ଼େ ଦେଇଥିଲେ। ଇଆଡ଼େ ସରକାରୀ ସାହାଯ୍‌ କହେଲେ ସୂର୍ଯ୍ୟକାନ୍ତି ମାସିକ ୫ କେ.ଜି. ଚାଉଲ ପାଉଛନ୍‌। ହେଲେ ମାସିକ ୫ କେ.ଜି. ଚାଉଲ ନିଅଁଟ ହେଉଛେ। ଯେନ୍‌ଥିରଲାଗି ସେ ସଖାଲ ପାଏଲେ ଗଁା ଗଁା ଭିଖ୍‌ ମାଗି ଯାଉଛନ୍‌। ସରକାରୀ ଯୋଜନାରେ ସମକୁ ଘର ମିଲୁଛେ, ଭଲ ଚଲୁଥିଲା ଲୋକ୍‌ ମାସିକ ୩୫ କେ.ଜି. ଚାଉଲ ପାଉଥିଲାବେଲେ ମୋତେ ୫ କେ.ଜି. ମିଲୁଛେ। ହେଲେ ମୋର କେହି ନାଇଁ ବଲି ମୋତେ ଘର, ଭତା, ୩୫ କେ.ଜି. ଚାଉଲ ନାଇଁ ମିଲବାର ବଲି ସେ କହିଥିଲେ। ଘରଖଁଡ଼େର ଲାଗି ଓ୍ବାର୍ଡ ମେମରନୁ ସରପଁଚ୍‌ ଆର ଧର୍ମଗଡ଼ ବିଡିଓ ତକ୍‌ ଗୁହାରି କରିଛେଁ। ହେଲେ କେହି ମୋର କଥା ନାଇଁ ଶୁନବାର ବଲି ସେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ପଁଚେତ୍‌ କାର୍ଯ୍ୟ ନିର୍ବାହୀ ଅଧ୍‌କାରୀକୁଁ ପଚ୍‌ରାଲାରୁ ଚଲତି ବଛର ତାକର ନଁା ଆବାସ ଯୋଜନାରେ ସାମିଲ କରି ମଂଜୁରି ଲାଗି ପଠାଯାଇଛେ ବଲି ସେ କହିଛନ୍‌। ସେନ୍‌ତା ସରପଁଚ୍‌ ବଳରାମ ପୂଝାରୀକୁଁ ପଚରାଲାରୁ ବିଡିଓକୁଁ କହି ସୂର୍ଯ୍ୟକାନ୍ତିକଁର ଲାଗି ଯେତେ ଜଲଦି ହେବା ଗୁଟେ ଘରର ବେବସ୍‌ତା କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri