ଭଙ୍ଗା ଷ୍ଟ୍ରିଟଲାଇଟ ଖୁଣ୍ଟକୁ କାଳବୈଶାଖୀ ଭୟ

ନବରଙ୍ଗପୁର,୧।୬(ବି.ପ୍ର.)- ନବରଙ୍ଗପୁର ଜିଲା ଉପକଣ୍ଠ ଚାଉଁରିଆଗାଡା ନିକଟରୁ ଇନ୍ଦ୍ରାବତୀ ପୋଲ ପର୍ଯ୍ୟନ୍ତ ୨୬ ନମ୍ବର ଜାତୀୟ ରାଜପଥ କଡରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ ଗୁଡିକ ଦିନରେ ଜଳୁଛି ରାତିରେ ଜଳୁ ନାହିଁ । ନବରରଙ୍ଗପୁର ପୌରାଞ୍ଚଳ ସୀମାବର୍ତ୍ତି ଅଧିନରେ ଥିିବା ଲାଇଟ ଗୁଡିକ ଜଳୁଛି । ତା’ପରଠାରୁ ଯାହାବି ଖୁଣ୍ଟରେ ଲାଇଟ ଗୁଡିକ ରହିଛି ତାହା ଦୀର୍ଘ ୬ ମାସ ହେବ ଜଳୁ ନାହିଁ । ଅନ୍ୟ ପକ୍ଷେ ଖୁଣ୍ଟ ଗୁଡିକ ଫାଟି ଭାଙ୍ଗିବାକୁ ବସିଲାଣି । ଏବେ କାଳବୈଶାଖୀ ସହ ଝଡ ପବନ ହେଉଛି । ରାସ୍ତା କଡରେ ଗଛ ଗୁଡିକ ରହିଛି । ପବନ ବର୍ଷା ସମୟରେ ଏହି ଖୁୂଣ୍ଟ ଗୁଡିକ ଉପୁଡି ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ ଓ ପଥିକକୁ ସୁବିଧା ଯୋଗାଇବା ଲାଗି ଲଗାଯାଇଥିବା ଲାଇଟ ଗୁଡିକ ସାଢେ ଦୁଇ ବର୍ଷ ମଧ୍ୟରେ ଏଭଳି ଅକାମି ହୋଇ ପଡିଛି । ସେହିଭଳି ଏହି ରାସ୍ତାରେ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣରେ ମହିଳା, ପୁରୁଷ ଓ ଶିଶୁମାନେ ଯାଉଛନ୍ତିି । ଅନ୍ଧାର ଯୋଗୁ ବିଭିନ୍ନ ବନ୍ୟଜନ୍ତୁ ଆକ୍ରମଣ ଓ ଲୁଟର ଆଶଙ୍କା ରହୁଛି। ଦୁଇ ବର୍ଷ ତଳେ ପ୍ରାତଃ ଭ୍ରମଣରେ ଯିବା ସମୟରେ ଜଣେ ମହିଳାଙ୍କୁ ଏହି ରାସ୍ତାରେ ଭାଲୁ କାମୁଡିବାରୁ ଗୁରୁତର ହୋଇ ପଡିଥିଲେ । ନୂତନ ଖୁଣ୍ଟ ଓ ଲାଇଟ ଗୁଡିକ କିଭଳି ଜଳିବ ସେ ନେଇ ସହରବାସୀ ଦାବୀ କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ନାହିଁ । ଏନେଇ ଜିଲାପାଳ ଡଃ. ଅଜିତ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏଥିପ୍ରତି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ବଂଶଧାରା ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁଣପୁର ୩।୯( ସୁଜାତା ପାଢ଼ୀ): ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇବାକୁ ଯାଇ ନିଖୋଜ ବ୍ୟକ୍ତିକୁ ମାଛଖୁଣ୍ଟି ଠାରେ ଗୁରୁବାର ସkରେ ଉଦ୍ଧାର…

କେବଳ ଚାକିରି ନୁହେଁ, ରୋଜଗାରଦାତା ହୁଅନ୍ତୁ: ସ୍ବଦେଶୀ ଜାଗରଣ ମଞ୍ଚର ଆହ୍ବାନ

କଲ୍ୟାଣସିଂହପୁର/ରାୟଗଡ଼ା, ୩।୯(ଦୀପକ କୁମାର ପରିଡା): ସ୍ବଦେଶୀ ଜାଗରଣ ମଞ୍ଚ ରାୟଗଡ଼ା ଜିଲା ପକ୍ଷରୁ ଚାଲିଥିବା ‘ସ୍ବାବଲମ୍ବୀ ଭାରତ ଅଭିଯାନ’ (୨୧ ଅଗଷ୍ଟରୁ ୨ ଅକ୍ଟୋବର) ପରିପ୍ରେକ୍ଷୀରେ ସ୍ଥାନୀୟ…

କଲ୍ୟାଣସିଂହପୁରରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି, ବାବାସାହେବ…..

କଲ୍ୟାଣସିଂହପୁର,୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ‘ଆମ୍ବେଦକର ଯୁବମଞ୍ଚ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri