ବୟଫ୍ରେଣ୍ଡ୍‌ଙ୍କ ସହ ଘରଛାଡ଼ି ପଳେଇବାକୁ ସୁସ୍ମିତା ପ୍ରସ୍ତୁତ

ପୂର୍ବତନ ମିସ୍‌ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ ବ୍ରୟଫ୍ରେଣ୍ଡ ରେହମାନ୍‌ ଶାଲଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନିୟୁର୍କରେ ଥିବା ସୁସ୍ମିତା ଫ୍ୟାନ୍ସଙ୍କୁ ଜଣାଇବା ପାଇଁ ଏହି ଫଟୋ ଶେୟାର କରିଛନ୍ତି। ସୁସ୍ମିତା ରେହମାନଙ୍କ ସହ ରାସ୍ତାରେ ଦୌଡୁଥିବା ଫଟୋରୁ ଦେଖିବାକୁ ମିଳୁଛି। ଏହି ଦୁଇଜଣ ନ୍ୟୁୟର୍କରେ ଏବେ ଛୁଟି ମନାଉଛନ୍ତି।

ସୁସ୍ମିତା ଏହି ଫଟୋ ଶେୟାର କରି ଏକ କ୍ୟାପଶନ ଲେଖିଛନ୍ତି ‘ ମୋ ସହିତ ଘରଛାଡ଼ି ପଳେଇଚାଲ ରେହମାନ’। ଏହି ଫଟୋକୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ୟୁଜର ଲାଇକ୍‌ କରିସାରିଛନ୍ତି। ସୁସ୍ମିତାଙ୍କ କ୍ୟାପଶନର ଉତ୍ତର ବି ଲେଖିଛନ୍ତି ରେହମାନ। ‘ଯେତେବେଳେ ତୁମେ ମୋ’ ପାଖରେ ଥାଅ, ମଁୁ ବହୁତ ଖୁସି ହୁଏ।’ ମୋତେ ବି ପଳେଇଯିବାକୁ ଇଚ୍ଛା। ଚାଲ ପଳେଇବା। ସୂଚନା ଯେ, ସୁସ୍ମିତା ତାଙ୍କଠାରୁ ବୟସରେ ୧୬ ବର୍ଷ ସାନ ରେହମାନଙ୍କ ସହ ଡେଟ୍‌ କରୁଛନ୍ତି। ଦୁହେଁ ଦୁହିଁଙ୍କୁ ପ୍ରେମ କରୁଛନ୍ତି ବୋଲି ଫ୍ୟାନ୍ସଙ୍କୁ ଓପନ୍‌ ଜଣାଉଛନ୍ତି। ସୁସ୍ମିତାଙ୍କ ପରିବାର ରେହମାନଙ୍କୁ ବହୁ ପସନ୍ଦ କରନ୍ତି। ଫ୍ୟାନ୍‌ମାନେ ଏମାନଙ୍କ ବାହାଘରକୁ ଚାହିଁ ବସିଛନ୍ତି। କିନ୍ତୁ ଏନେଇ ସୁସ୍ମିତା ସ୍ପଷ୍ଟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?