ବ୍ୟାପୁଛି ଝାଡ଼ାବାନ୍ତି :ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଗୁରୁତର

ସଜନାଗଡ/ବାହାନଗା, ୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ବାଇଗଡ଼ିଆ ଗ୍ରାମରେ ଜଣଙ୍କ ଶୁଦ୍ଧିକ୍ରିୟା ଭୋଜି ଖାଇ ୧୫ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି। ଏନେଇ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରେ ୧୦ଜଣଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ଶୁକ୍ରବାର ଉକ୍ତ ଗ୍ରାମର ଦେବେନ୍ଦ୍ର ସିଂଙ୍କ ବାପା ଶ୍ୟାମ ସିଂଙ୍କର ଶୁଦ୍ଧିକ୍ରିୟା ଭୋଜି ଖାଇ ସାଗର ସିଂ(୧୩), ଗୌତମ ସିଂ(୪), ହରିମୋହନ ସିଂଙ୍କ ୪ ବର୍ଷର ଝିଅ କନ୍ୟା ରଶ୍ମିରେଖା(୪), ରଘୁନାଥ ସିଂଙ୍କ ସ୍ତ୍ରୀ ପୂଜା ସିଂ(୨୨), ଦେବେନ୍ଦ୍ର ସିଂଙ୍କ ସ୍ତ୍ରୀ ମାମା ସିଂ(୨୫), ସନିଆ ସିଂଙ୍କ ପୁଅ ରାମଚନ୍ଦ୍ର(୨୩), କୁନା ସିଂଙ୍କ କନ୍ୟା ସାବିତ୍ରୀ(୨୦), କଟିଆ ସିଂଙ୍କ ୪ ବର୍ଷର କନ୍ୟା ବିଷ୍ଣୁପ୍ରିୟା, ଘନସିଂର ପୁଅ ବିଜୁ (୧୩), ଶାନ୍ତି ସିଂ(୫୩), ବିଜୁ ସିଂଙ୍କ ୪ ବର୍ଷର ପୁଅ ସିଦ୍ଧାନ୍ତ, ମଦନ ସିଂ(୫୦), ଭେଙ୍ଗ ସିଂ(୬୦)ଙ୍କ ସମତେ ୧୫ଜଣ ଯୁବକ ମହିଳା, ପୁରୁଷ ଓ ନାବାଳକ, ନାବାଳିକା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଡାକ୍ତରଖାନାରେ ଚିକିସତ୍ାଧିନ ଅବସ୍ଥାରେ ଘାସିଆ ସିଂଙ୍କ ପୁଅ କଟି ସିଂ(୫୧)ଙ୍କର ମୃତ୍ୟୁ ହୋଇଛି। ଖବର ପାଇ ରବିବାର ପୂର୍ବାହ୍ନରେ ଏକ ମେଡ଼ିକାଲ ଟିମ୍‌ ସନ୍ତରାଗଡ଼ିଆ ସୁପରଭାଇଜର ବରେନ୍ଦ୍ର ପରିଡ଼ା, ଚଷାଖଣ୍ଡ ଏଏନ୍‌ଏମ୍‌ ଗୀତାଞ୍ଜଳି ଜେନା, ସନ୍ତରାଗଡ଼ିଆ ମେଲ ୱାର୍କର ଗୋଲକ ଦାସ, ଆଶା କର୍ମୀ ସାହି ମାଝି, ଈଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଇଇ ପୂର୍ଣ୍ଣଚନ୍ଦ୍ର ଦାସ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହିତ ଝାଡ଼ାବାନ୍ତି କାରଣ ଅନୁଧ୍ୟାନ କରିଛନ୍ତି। ଅପରପକ୍ଷରେ ଏହା ଯେପରି ଗାଁ ସାରା ନ ବ୍ୟାପେ ସେଥିପାଇଁ ଗ୍ରାମବାସୀଙ୍କୁ ସଚେତନ କରାଇବା ସହିତ ଗାଁ ଦାଣ୍ଡକୁ ପରିଷ୍କାର କରିବା ସହ ପ୍ରତ୍ୟେକ ଘରକୁ ଔଷଧ ଓ ବ୍ଲିଚିଂ ପାଉଡ଼ର ବଣ୍ଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?