ବ୍ୟାଙ୍କରେ ଶୂନ, କ୍ୟାଶ୍‌ବୁକ୍‌ରେ ସୁଧ ସହ ଅପ୍‌ଡେଟ୍‌: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ

ଅନୁଗୋଳ ଅଫିସ, ୧୫।୯ – ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ କରାଯାଇଛି। ୨୦୧୭ ଡିସେମ୍ବର ୧୫ରୁ ୨୦୧୮ ମେ ୩୧ ମଧ୍ୟରେ ତତ୍‌କାଳୀନ ଜିଲାପାଳ ଅନିଲ ସାମଲଙ୍କ ଦସ୍ତଖତ ଜାଲିଆତି କରାଯାଇ ଉକ୍ତ ଟଙ୍କା ଉଠାଇ ନିଆଯାଇଥିଲେ ହେଁ କ୍ୟାଶବୁକ୍‌ରେ କିନ୍ତୁ ସୁଧ ସହ ଅପଡେଟ୍‌ କରାଯାଉଥିବା ଚଳିତ ସେପ୍ଟେମ୍ବର ଅଡିଟରୁ ଧରାପଡ଼ିଛି। ବର୍ତ୍ତମାନର ଜିଲାପାଳ ମନୋଜ କୁମାର ମହାନ୍ତି ନିଜେ ଏହି ଠକେଇ ଧରିବା ପରେ ଘଟଣା ପଦାକୁ ଆସିଛି। ଏ ନେଇ ଜିଲାପାଳ ମହାନ୍ତି ଆକାଉଣ୍ଟ ଥିବା ବ୍ୟାଙ୍କର ତତ୍‌କାଳୀନ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କ ନାମରେ ଅନୁଗୋଳ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଶନିବାର ଅଭିଯୁକ୍ତ ତତ୍‌କାଳୀନ ମ୍ୟାନେଜର ଦାସଙ୍କୁ ଗିରଫ କରିଥିବା ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ଅଭିଯୋଗରୁ ପ୍ରକାଶ ଯେ, ୨୦୧୪-୧୫ରେ ଜିଲାପାଳଙ୍କ ନାମରେ ସ୍ଥାନୀୟ ଏକ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଥିଲା। ଟାଟା ସ୍ପଞ୍ଜ କମ୍ପାନୀ ଜିଲାରେ ଥିବା ଏକ ରାସ୍ତା ଓ ଗୃହର ଉନ୍ନୟନ ପାଇଁ ଦେଇଥିବା ୫୯ ଲକ୍ଷ ଟଙ୍କା ସେଥିରେ ଜମା କରାଯାଇଥିଲା। ନିର୍ମାଣ କାର୍ଯ୍ୟ ହୋଇ ନ ଥିବାରୁ ଉକ୍ତ ଟଙ୍କା ଆକାଉଣ୍ଟରେ ପଡ଼ି ରହିଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ କ୍ୟାଶ୍‌ବୁକ୍‌ରେ ମଧ୍ୟ ଉକ୍ତ ଟଙ୍କା ସୁଧ ସହ ଥିବା ଉଲ୍ଲେଖ କରାଯାଉଥିଲା। ହେଲେ ଚଳିତମାସରେ ଅଡିଟ୍‌ ବେଳେ କ୍ୟାଶବୁକ୍‌ ଓ ଆକାଉଣ୍ଟ ଯାଞ୍ଚ ପରେ ଏଭଳି ଠକେଇ ଧରାପଡ଼ିଛି। ଠକେଇ କରିଥିବା ବ୍ୟାଙ୍କ ମ୍ୟାନେଜର ଜିଲାପାଳଙ୍କ ଦସ୍ତଖତ ଜାଲିଆତି କରିବା ସହ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟଙ୍କ ନାମରେ ନକଲି ସିଲ୍‌ ମାରିଛନ୍ତି। ସେହିପରି ଉକ୍ତ ପାଶ୍‌ବୁକ୍‌ର ଚେକ ବୁକ୍‌ ନ ଥିବାବେଳେ ବ୍ୟାଙ୍କ ମ୍ୟାନେଜର ୮ଟି ଚେକ୍‌ ଲଗାଇ ନଗଦ ଆକାରରେ ଟଙ୍କା ଉଠାଇ ନେଇଥିବା ଜିଲାପାଳ ଅଭିଯୋଗରେ ଦର୍ଶାଇଛନ୍ତି। ଉକ୍ତ ଅଭିଯୋଗ ପାଇବା ପରେ ଅନୁଗୋଳ ପୋଲିସ ନଂ. ୭୦୯/୧୯ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ଶନିବାର କଟକ ଜିଲାରୁ ଅନୁଗୋଳ ଥାନାକୁ ଉଠାଇ ଆଣିଥିଲା। ଅପରାହ୍ନ ସାଢ଼େ ଚାରିଟାରେ ଏସ୍‌ପି ଜଗମୋହନ ମୀନା ଥାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ପଚରା ଉଚରା କରିଥିଲେ। ଏସ୍‌ଡିପିଓ ଓ ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଏ ନେଇ ଏସ୍‌ପି କହିଛନ୍ତି, ସରକାରୀ ଆକାଉଣ୍ଟରୁ ଟଙ୍କା ହଡ଼ପ ନେଇ ଜିଲାପାଳ ଅଭିଯୋଗ କରିଥିଲେ। ଏଥିରେ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିବାରୁ ତାଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଏହି ଟଙ୍କା ହଡ଼ପ ଘଟଣା ପରେ ସମ୍ପୃକ୍ତ ମ୍ୟାନେଜର ଉକ୍ତ ବ୍ୟାଙ୍କ ଛାଡ଼ି ଅନ୍ୟ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ଜିଲାପାଳ ମହାନ୍ତି କହିଛନ୍ତି, ପ୍ରତି ବ୍ୟାଙ୍କରେ ସରକାରୀ ଟଙ୍କା ନେଣଦେଣ ସମୟରେ ଜିଲାପାଳ ଅନୁଗୋଳଙ୍କ ନାମରେ ସିଲ୍‌ ମରାଯାଇଥାଏ। ହେଲେ ଏହି ଠକେଇ କରିଥିବା ବ୍ୟାଙ୍କ ମ୍ୟାନେଜର ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟଙ୍କ ନାମରେ ସିଲ୍‌ ମାରିଛନ୍ତି। ଏହି ଘଟଣାରେ ଜିଲା କାର୍ଯ୍ୟାଳୟର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri