ବ୍ୟବସ୍ଥା ନ କରି ସହଯୋଗ ଲୋଡ଼ିଲେ

ନୂଆଦିଲ୍ଲୀ, ୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଘୋଷଣା ପରେ ଗ୍ରାମାଞ୍ଚଳକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥଗୁଡ଼ିକରେ ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ସମ୍ଭବତଃ ଏପରି ଗହଳି ୭୩ବର୍ଷ ତଳେ ଦେଶ ବିଭାଜନ ସମୟରେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ହଜାର ହଜାର ପ୍ରବାସୀ ଶ୍ରମିକ କାମଧନ୍ଦା ନ ପାଇ ଚାଲି ଚାଲି ସେମାନଙ୍କ ଭିଟାମାଟିକୁ ଫେରୁଛନ୍ତି। କରୋନା ମହାମାରୀରୁ ଲୋକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗତ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଥିଲେ। ସଙ୍ଗେ ସଙ୍ଗେ ସମସ୍ତ ରାଜ୍ୟର ସୀମାକୁ ସିଲ୍‌ କରିଦିଆଗଲା। ରେଳ, ବସ୍‌ ଓ ବିମାନ ଚଳାଚଳକୁ ମଧ୍ୟ ବନ୍ଦ କରିଦିଆ ଯାଇଥିଲା। ହଠାତ୍‌ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ ଲୋକମାନେ ନିଜ ଗ୍ରାମକୁ ଫେରିବାକୁ ବସ୍‌ କି ଟ୍ରେନ୍‌ ସୁବିଧା ପାଇପାରି ନ ଥିଲେ। ଫଳରେ ଗ୍ରାମାଞ୍ଚଳରୁ ଆସି ସହରାଞ୍ଚଳରେ ରହି ଜୀବିକା ଉପାର୍ଜନ କରୁଥିବା ପ୍ରାୟ ୧୨କୋଟି ଲୋକ ନିଜ ଭିଟାମାଟିକୁ ଫେରି ପାରି ନ ଥିଲେ। ରାତାରାତି ସେମାନଙ୍କ ଚାକିରି ଚାଲିଗଲା, ସେମାନଙ୍କୁ କାୈଣସି ସାମାଜିକ ସହାୟତା ମିଳିଲା ନାହିଁ, ଭୋକ ଓପାସରେ ଦିନ କାଟିଲେ। ପରିସ୍ଥିତି କରୋନା ମହାମାରୀ ବିପଦଠାରୁ ବଳିଗଲା। ତେଣୁ ସେମାନେ ଜୀବନକୁ ବାଜି ଲଗାଇ ହଜାର ହଜାର କିଲୋମିଟର ଦୂର ନିଜ ଭିଟାମାଟିକୁ ଚାଲି ଚାଲି ଫେରିବାକୁ ବାଧ୍ୟ ହେଲେ।
ଭିଟାମାଟିକୁ ଚାଲି ଚାଲି ଫେରୁଥିବା ୧୨ଲକ୍ଷ ୫୦ହଜାର ଲୋକଙ୍କୁ ବିଭିନ୍ନ କ୍ୟାମ୍ପ ଓ ଆଶ୍ରୟ ଗୃହରେ ରଖାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରି କି ଲକ୍‌ଡାଉନ ଘୋଷଣାର କିଛି ଦିନ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୧.୭ଲକ୍ଷ କୋଟି ଟଙ୍କାର ରିଲିଫ୍‌(ଖାଦ୍ୟ, ଚାଉଳ, ରନ୍ଧନ ଗ୍ୟାସ ଇତ୍ୟାଦି)ସହାୟତା ଘୋଷଣା କରାଯାଇଥିଲା। ହେଲେ ଏହା ଲୋକଙ୍କ ପାଖରେ କିପରି ଠିକ୍‌ରେ ପହଞ୍ଚତ୍ ପାରିବ ସେନେଇ କୌଣସି ରୋଡ ମ୍ୟାପ କରାଗଲା ନାହିଁ। ଏଭଳି ସ୍ଥିତିରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀଙ୍କୁ ବିଭିନ୍ନ ଏନ୍‌ଜିଓ ଓ ସାମାଜିକ ସଂସ୍ଥା ସହଯୋଗ ଜାରି ରଖିଛନ୍ତି ବୋଲି ଦିଲ୍ଲୀର ଦାତବ୍ୟ ଅନୁଷ୍ଠାନ ‘ଗୁଞ୍ଜ’ର ପ୍ରତିଷ୍ଠାତା ଅଂଶୁ ଗୁପ୍ତା କହିଛନ୍ତି। ତାଙ୍କ କହିବାହେଲା ଲକ୍‌ଡାଉନ ସମୟରେ ବହୁ ପ୍ରବାସୀ ସେମାନଙ୍କ ଗ୍ରାମରେ ପହଞ୍ଚତ୍ଥିବାବେଳେ ଅନେକ ସହରାଞ୍ଚଳରେ ଅଟକି ରହିଛନ୍ତି। ଏପରି କି ଲକ୍ଷଲକ୍ଷ ଗରିବ ଲୋକ ଯେଉଁମାନେ ଗ୍ରାମାଞ୍ଚଳରେ ବାସ କରୁଛନ୍ତି ସେମାନେ ମଧ୍ୟ ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। କାୈଣସି ବିଧିବଦ୍ଧ ଯୋଜନା କିମ୍ବା ବ୍ୟବସ୍ଥା ନ କରି ସରକାର ଲକ୍‌ଡାଉନ ଘୋଷଣା କରିଥିଲେ। ଯାହାକି ଅନେକେଙ୍କୁ ଅସୁବିଧାରେ ପକାଇଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ସହାୟତା ଦିଆଯାଉଥିବାବେଳେ ଭାରତୀୟ ନାଗରିକ ସମାଜ(ସିଭିଲ ସୋସାଇଟି) ମଧ୍ୟ ଲୋକଙ୍କୁ ସେବା ଯୋଗାଇଦେବାକୁ ଆଗେଇ ଆସିଛି। ୯୨ସହଯୋଗୀ ଏନ୍‌ଜିଓ ସହଯୋଗରେ ଗୁପ୍ତା ତାଙ୍କର ଦାତବ୍ୟ ସଂସ୍ଥା ମାଧ୍ୟମରେ ୧୮ଟି ରାଜ୍ୟରେ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି। ଏହି ସଂଗଠନର କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟ କରୁଥିବା ସଦସ୍ୟମାନେ ଇତିମଧ୍ୟରେ ୧୭,୭୦୦ ପରିବାରକୁ ୧୬,୬୦୦କିଲୋ ଚାଉଳ, ଅଟା, ମସୁର ଡାଲି, ଆଳୁ ଏବଂ ତେଲ ପ୍ରଦାନ କରିଛନ୍ତି। ଏପରି କି ସମୂହ ରୋଷେଇ ମାଧ୍ୟମରେ ୭୭,୮୦୦ ଖାଦ୍ୟ ପୁଡ଼ିଆ ପ୍ରଦାନ କରାଯିବା ସହ ୪୨,୮୦୦ ମାସ୍କ ଓ ୨୪,୯୦୦ ସାନିଟାରି ପ୍ୟାଡ ଯୋଗାଇ ଦିଆଯାଇଛି ବୋଲି କୁହାଯାଇଛି। କେବଳ ଏହି ସଂଗଠନ ନୁହେଁ,ବିଭିନ୍ନ ରାଜ୍ୟରେ ବହୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇ ଦିଆଯାଉଛି। ସରକାରଙ୍କ ସହ ସାମିଲ ହୋଇ ସାମାଜିକ ସଂଗଠନଗୁଡ଼ିକ ଗରିବଙ୍କ ମୁହଁରେ ହସ ଫୁଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛନ୍ତି। ଏପରି କି ସରକାର ମଧ୍ୟ ସାମାଜିକ ସଂଗଠନଗୁଡ଼ିକୁ ଗରିବଙ୍କୁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି। ତେବେ ଇତିମଧ୍ୟରେ କେତେକ ଏନ୍‌ଜିଓର ଲାଇସେନ୍ସ ରଦ୍ଦ ହୋଇଯାଇଥିବାରୁ ଗରିବଙ୍କୁ ଅଧିକରୁ ଅଧିକ ସହଯୋଗ ମିଳି ପାରୁ ନ ଥିବା ଗୁଞ୍ଜର ପ୍ରତିଷ୍ଠାତା ଗୁପ୍ତା କହିଛନ୍ତି।

ଲାଇସେନ୍ସ ରଦ୍ଦ ପରେ ମନେ ପଡ଼ୁଛି
ବିଦେଶୀ ସହାୟତା ନିୟାମକ ଆଇନ ବା ଫରେନ କଣ୍ଟ୍ରିବ୍ୟୁଶନ ରେଗୁଲେଟୋରୀ ଆକ୍ଟ ଅନୁସାରେ ଭାରତରେ ଥିବା ଏନ୍‌ଜିଓଗୁଡ଼ିକ ବିଦେଶୀ ପାଣ୍ଠି ଯେପରି ଗ୍ରହଣ କରି ନ ପାରିବେ ସେଥିପାଇଁ ୨୦୧୪ରୁ ୨୦୨୦ ମଧ୍ୟରେ କେନ୍ଦ୍ର ସରକାର ପ୍ରାୟ ୨୦ହଜାରରୁ ଊର୍ଦ୍ଧ୍ୱ ଏନ୍‌ଜିଓଙ୍କ ଲାଇସେନ୍ସକୁ ରଦ୍ଦ କରିଛନ୍ତି। ବିଶେଷକରି ମାନବାଧିକାର ଦିଗରେ କାର୍ଯ୍ୟ କରୁଥିବା ଅନେକ ଏନ୍‌ଜିଓ ଏହାଦ୍ୱାରା ବିଶେଷମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଅନେକ ଏନ୍‌ଜିଓ ଉଭାନ ହୋଇଯାଇଥିବାବେଳେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଗଲା। ଏପରି କି ବିଭିନ୍ନ ଏନ୍‌ଜିଓରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭାଗ୍ୟ ମଧ୍ୟ ଅନ୍ଧକାରକୁ ଠେଲି ହୋଇଯାଇଛି। ଲୋକମାନଙ୍କ ପାଇଁ ସେମାନଙ୍କ କାର୍ଯ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ପ୍ରତି କରୋନା ଭାଇରସ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ୯୨ହଜାର ଏନ୍‌ଜିଓକୁ ସରକାରଙ୍କୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?