ବ୍ଲଡ୍‌ ବ୍ୟାଙ୍କ ପ୍ରତିଷ୍ଠା ଦିବସ: କୁପନ ଦେଲେ ବି ମିଳୁନି ରକ୍ତ

ନୟାଗଡ଼ ଅଫିସ, ୭।୭-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବ୍ଲଡ଼ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଶନିବାର ସିଡିଏମ୍‌ଓଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ଅଜୟ କୁମାର ବାହିନୀପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସିଡିଏମ୍‌ଓ (ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ) ଡା. ଶ୍ୱେତ କୁମାର ମହାପାତ୍ର, ମ୍ୟାଲେରିଆ ଅଧିକାରୀ ଡା. ସୁରେଶ ମିଶ୍ର, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସାମାଜିକ କର୍ମୀ ଦାମୋଦର ସାହୁ , ରୋଟାରିଆନ ପ୍ରମୋଦ ପଟ୍ଟନାୟକ ଓ ମିନାକ୍ଷୀବାଳା ମିଶ୍ର ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗ ଦେଇଥିଲେ। ଅତିଥିମାନେ ଜିଲାରେ ଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ୱାରା ଆୟୋଜିତ ହେଉଥିବା ରକ୍ତଦାନ ଶିବିରକୁ ପ୍ରଶଂସା କରିଥିଲେ। ରକ୍ତଦାନ ଶିବିର ହେବା ଫଳରେ ଜିଲାରେ ବିଭିନ୍ନ ସମୟରେ ଆବଶ୍ୟକ ହେଉଥିବା ରକ୍ତ ରୋଗୀଙ୍କ ଠାରୁ ଆରମ୍ଭ କରି ପ୍ରସୂତି ମହିଳାଙ୍କୁ ମିଳିପାରୁଛି । ଯାହାଦ୍ୱାରା ଅନେକ ଜୀବନ ବଞ୍ଚୁଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକାଂଶ ସଙ୍ଗଠନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ ଶିବିର ଆୟୋଜନ କରୁଥିବା ଶୁଭ ଲକ୍ଷଣ। ଆଗାମୀ ଦିନରେ ଯଦି ଏହିଭଳି ଭାବେ ରକ୍ତଦାନ ଶିବିର ଜାରି ରହିବ ତାହାହେଲେ ଜିଲାରେ ଆଉ ରକ୍ତର ଅଭାବ ଦେଖା ଯିବ ନାହିଁ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ପ୍ରତିବର୍ଷ ଗ୍ରୀଷ୍ମଋତୁରେ ରକ୍ତଦାନ ଶିବିର କରାଯାଉଥିଲେ ମଧ୍ୟ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଉନାହିଁ। ଫଳରେ ଏହି ସମୟରେ ରକ୍ତର ଅଭାବ ଦେଖାଦେଉଛି। ଅନ୍ୟପକ୍ଷେ ଶରଣକୁଳ ଅଞ୍ଚଳର ଜଣେ ଆୟୋଜକ କୁପନ ଦେଲେ ବି ରକ୍ତଭଣ୍ଡାରରେ ଜରୁରିକାଳୀନ ସମୟରେ ରକ୍ତ ମିଳୁନାହିଁ ବୋଲି ପ୍ରକାଶ କରିଥିଲେ। ତେଣୁ ସେମାନେ କାହିିଁକି ରକ୍ତଦାନ ଶିବିର ଆୟୋଜନ କରିବେ ବୋଲି ପ୍ରଶ୍ନ କରିଥିଲେ। ନିଜ ପାଖରେ ଥିବା ୫ଟି କୁପନକୁ ସେ ଫେରାଇ ଦେଇଥିଲେ। ସେହିପରି ରକ୍ତଦାତାମାନଙ୍କୁ ମଧ୍ୟ ଜରୁରିକାଳୀନ ସମୟରେ ରକ୍ତ ମିଳୁ ନ ଥିବା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଯେପରି ଏହି ସମସ୍ୟାର ସମାଧାନ ହୋଇପାରିବ ସେ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷେ ବୈଠକରେ ସମସ୍ତ ବିଷୟରେ ଆଲୋଚନା ହୋଇଥିବା ବେଳେ ରକ୍ତଭଣ୍ଡାରରେ ରକ୍ତର କଳାବଜାରୀ ହେଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏ ଦିଗରେ କୌଣସି ଆଲୋଚନା ହୋଇ ନ ଥିଲା। ଯାହାକୁ ନେଇ ରକ୍ତଦାତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ରକ୍ତଦାନ ଆୟୋଜିତ ହୋଇଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସଦସ୍ୟମାନଙ୍କୁ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?