ବ୍ଲକର ନାମଫଳକକୁ ନେଇ ଦ୍ୱନ୍ଦ

ହାଟଡିହୀ, ୪।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଫିସ୍‌ କାର୍ଯ୍ୟାଳୟ ଏବ ମିଟିଂ ଗୃହରେ ଲିଖିତ ଥିବା ନାମଫଳକକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ବିଭିନ୍ନ ମହଲରୁ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ବ୍ଲକ କର୍ତ୍ତୃପକ୍ଷଙ୍କ ଦାୟିତ୍ୱକୁ ନେଇ ନାପସନ୍ଦ କରାଯାଇଛି। ଖବରରୁ ଜଣାଯାଇଛି ଯେ, ତଳ ମହଲା କୋଠରୀ ଗୃହରେ ବିଡିଓ, କ୍ୟାସିଅର୍‌ ଏବଂ ଆକାଉଣ୍ଟସଙ୍କ ଅଫିସ୍‌ ଗୃହ ଅଛି। ତଳ ମହଲାର ଆଗପଟ କାନ୍ଥରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହାଟଡିହୀର ସ୍ଥାପିତ ୨୬ ଜାନୁଆରୀ ୧୯୬୧ ଲେଖାଯାଇଛି। ଉପର ମହଲାଟି ମିଟିଂ ଗୃହ ପାଇଁ ଉଦ୍ଦିଷ୍ଟ ରହିଥିବାବେଳେ ଏହାର କାନ୍ଥରେ ୨୯ ଜାନୁଆରୀ ୧୯୬୧ ଲେଖାଯାଇଛି। ଏପରି ଲେଖା ତିନି ସପ୍ତାହ ହେଲାଣି ଲିଖିତ ହୋଇରହିଥିବାବେଳେ ଏଥିପ୍ରତି କର୍ତ୍ତୃପକ୍ଷ ନଜର ନ ଦେବା ଦୁର୍ଭାଗ୍ୟଜନକ ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ହାଟଡିହୀ ବ୍ଲକ କେବେ ସ୍ଥାପିତ ହୋଇଥିଲା ଏବଂ ଉକ୍ତ ଦୁଇ ନାମଫଳକ ମଧ୍ୟରୁ କେଉଁଠି ସଠିକ୍‌ ଅଟେ ତାହା ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ଅର୍ପିତାଙ୍କୁ ମିଳିଲା ‘ବାବାଜୀ ଚରଣ ଜେନା ସ୍ମାରକୀ ସମ୍ମାନ’ ପ୍ରଦାନ, ଛୁଟିଲା ଶୁଭେଚ୍ଛାର ସୁଅ

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟି.ଏମ୍. ଏକାଡେମୀ ଡଅଁର ହାଇସ୍କୁଲରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri