ବ୍ରହ୍ମପୁର ରେଳଷ୍ଟେଶନରେ ଦୀର୍ଘଦିନ ଧରି ପଡ଼ିରହିଛି ଏକ କାର୍‌: ଚିନ୍ତାରେ ପୋଲିସ, ଲୋକେ ଆତଙ୍କିତ

ବ୍ରହ୍ମପୁର ଅଫିସ,୧୩।୯- ବ୍ରହ୍ମପୁର ରେଳଷ୍ଟେଶନ ସମ୍ମୁଖରେ ଦୀର୍ଘଦିନ ହେଲା ଏକ ନାଲି ରଙ୍ଗର କାର ଛିଡା ହୋଇରହିଛି। ସମ୍ପୃକ୍ତ ଗାଡିର ମାଲିକ କାର୍‌ଟିକୁ ସେଠାରୁ ନେଉ ନ ଥିବା ଯୋଗୁ ଦୀର୍ଘ ମାସ ଧରି ଏହା ପଡ଼ି ରହିଛି। କାର୍‌ ଭିତରେ ଏକ କଳା ରଙ୍ଗର ବ୍ୟାଗ୍‌ ରହିଥିବା ବେଳେ ଗାଡ଼ିର ପଛରେ ଡାକ୍ତର ଚିହ୍ନ ରହିଛି। ଏଣୁ ଏହା ଜଣେ ଡାକ୍ତରଙ୍କ କାର୍‌ ହୋଇଥିବା ସନ୍ଦେହ କରାଯାଉଛି। ହେଲେ କେଉଁ କାରଣ ପାଇଁ ଗାଡ଼ିଟିକୁ କେହି ନେଉ ନାହାନ୍ତି ସେ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉପୁଜିଛି। ପ୍ରତିଦିନ ଗଞ୍ଜାମ ଜିଲା ସମେତ ଅନ୍ୟ ଜିଲାରୁ ହଜାର ହଜାର ଯାତ୍ରୀ ବ୍ରହ୍ମପୁର ରେଳଷ୍ଟେଶନକୁ ଆସିଥାନ୍ତି। ଏବେ କାର୍‌ ଭିତରେ ଥିବା କଳାବ୍ୟାଗ୍‌କୁ ନେଇ ସମସ୍ତେ ଆତଙ୍କିତ ହୋଇଯାଇଛନ୍ତି। ବ୍ୟାଗରେ କଣ ରହିଛି ତାହା ଏବେବି ସ୍ପଷ୍ଟ ହୋଇପାରିନାହିଁ ।ଏନେଇ ରେଳବାଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ନମ୍ବର(ଓଆର-୦୨-ଏଚ୍‌- ୭୭୪୭)କୁ ଆର୍‌ଟିଓ ଅଫିସକୁ କାରର ମାଲିକ ସମ୍ପର୍କରେ ଜାଣିବା ପାଇଁ ଚିଠି କରିଛି। ତେବେ ଗାଡିଟି ରାୟଗଡା ଅଞ୍ଚଳର ହୋଇଥିବା ପୋଲିସ ଜାଣିବା ପରେ ରାୟଗଡା ଥାନାକୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି ବୋଲି ରେଳବାଇ ଥାନାଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କାର ଭିତରେ ଥିବା ବ୍ୟାଗକୁ ନେଇ ସାଧାରଣ ଲୋକେ ଭୟଭୀତ ହେବା ଆବଶ୍ୟକ ନାହିଁ। କାର ମାଲିକଙ୍କ ପରିଚୟ ମିଳିିବା ପରେ ସବୁକିଛି ଜଣାପଡ଼ିଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri