ବ୍ରହ୍ମପୁର ଆଇଟିଆଇ ପ୍ରସ୍ତୁତ କଲା ସବୁଠୁ ଶସ୍ତା ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର: ଭାରତର ସମସ୍ତ ଆଇଟିଆଇକୁ ଫେସ୍‌ ସିଲ ପ୍ରସ୍ତୁତି ତାଲିମ ଦେବ

ବ୍ରହ୍ମପୁର ଅଫିସ,୨୧ା୫: କରୋନା ମୁକାବିଲା ପାଇଁ ବ୍ରହ୍ମପୁର ଆଇଟିଆଇ ସ୍ବୟଂଚାଳିତ ଓ ପଦଚାଳିତ ସାନିଟାଇଜର ମେଶିନ ତିଆରି କରିଛି। ଇଲେକ୍ଟ୍ରିକାଲ ଓ ପ୍ଲମ୍ବର ସ୍କାର୍ପ ସାମଗ୍ରୀକୁ ବିନିଯୋଗ କରି ୭ଟି ମଡେଲର ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର ଡିସ୍ପେନସିଭ୍‌ ମେଶିନ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରେ ୬ଟି ଭିନ୍ନ ପ୍ରକାରର ପଦଚାଳିକ ତଥା ମାନୁଆଲ ମେଶିନ ହୋଇଥିବା ବେଳେ ଆଉ ଗୋଟିଏ ସ୍ବୟଂଚାଳିତ ସାନିଟାଇଜର ମେଶିନ। ଏଗୁଡ଼ିକର ମୂଲ୍ୟ ୪୯୯ ରୁ ୧୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି ା ସାନିଟାଇଜର ଅପଚୟକୁ ରୋକିବା ସହ ଆବଶ୍ୟକତା ଅନୁସାରେ ସାନିଟାଇଜର ବ୍ୟବହାରକୁ ଲକ୍ଷ୍ୟକରି ଏହି ମେଶିନ ପ୍ରସ୍ତୁତ କରାଯାଇଛି। ଏହା ଭାରତର ସବୁଠୁ ଶସ୍ତା ସାନିଟାଇଜର ମେଶିନ ହୋଇଥିବା ବେଳେ ଆଗାମୀ ଦିନରେ ଏହି ୭ଟି ମଡେଲର ୫୦୦ ସାନିଟାଇଜର ମେଶିନ ଆଇଟିଆଇ ପକ୍ଷରୁ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ପୂର୍ବରୁ ଆଇଟିଆଇ ଦ୍ୱାରା ପ୍ରସ୍ତୁତ ୟୁଭିସି ସାନିଟାଇଜର ମେଶିନକୁ କେନ୍ଦ୍ର ସରକାର କରୋନା ମୁକାବିଲା କ୍ଷେତ୍ରରେ ଭାରତ ସର୍ବୋକୃଷ୍ଠ ଉଦ୍ଭାବନ ଭାବେ ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ହୋମ ପେଜ୍‌ରେ ଆଇଟିଆଇ ଓ ୟୁଭିସି ମେଶିନକୁ ସ୍ଥାନିତ କରିଥିବା ଅଧ୍ୟକ୍ଷ ସୂଚାଇଛନ୍ତି। ଏଥିସହ ଆସନ୍ତା ମଙ୍ଗଳବାର ସାରା ଭାରତର ୧୩୦୦୦ ଆଇଟିଆଇକୁ ଫେସ୍‌ ସିଲ୍‌ର ପ୍ରସ୍ତୁତି ନେଇ ଅନଲାଇନ୍‌ ମାଧ୍ୟମରେ ବ୍ରହ୍ମପୁର ଆଇଟିଆଇ ତାଲିମ ପ୍ରଦାନ କରିବ ବୋଲି ମଧ୍ୟ ଅଧ୍ୟକ୍ଷ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri