ବୈତରଣୀ ନଦୀବନ୍ଧ ନିର୍ମାଣରେ ବ୍ୟାପକ ଅନିୟମିତତା

ଯାଜପୁର ଅଫିସ,୬।୩: ଯାଜପୁର ଜିଲା ଦଶରଥପୁର ବ୍ଲକବାସୀଙ୍କ ପାଇଁ ବୈତରଣୀ ଜୀବନରେଖା ସଦୃଶ। ଏହି ନଦୀଜଳରୁ ଅଧିକାଂଶ ଚାଷୀ ସେମାନଙ୍କ ଚାଷ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ହେଲେ ଏହି ବ୍ଲକର ଗ୍ରାମାଞ୍ଚଳର ନଦୀ ଅବବାହିକା ପରିଚାଳନାର ଶୋଚନୀୟ ଅବସ୍ଥାକୁ ଦେଖିଲେ ଯେକେହି ବି ବିକାଶ କେତେ ହୋଇଛି ସହଜେ ଅନୁମାନ କରି ପାରିବ। ବୈତରଣୀ ନଦୀ ପାର୍ଶ୍ୱରେ ନିର୍ମିତ ଦୁର୍ବଳ ନଦୀବନ୍ଧ ଆଖପାଖ ଗ୍ରାମବାସୀଙ୍କୁ ବର୍ଷା ମାସରେ ଆତଙ୍କିତ କରି ରଖିଥାଏ। ଏହାକୁ ଦୃଷ୍ଟିରେ ଜଳସେଚନ ବିଭାଗ ପକ୍ଷରୁ ବୈତରଣୀ ନଦୀର ବ୍ରହ୍ମଚାରୀ ପାଟଣାଠାରୁ କୟାଁଗୋଲା ପର୍ଯ୍ୟନ୍ତ ୧୯ କି.ମି. ନଦୀବନ୍ଦ ସୁଦୃଢୀକରଣ କାର୍ଯ୍ୟ ନିମନ୍ତେ ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରାୟ ୧୯ କୋଟି ଟଙ୍କା ବ୍ୟବବରାଦ ହୋଇଥିଲା। ଉକ୍ତ କାର୍ଯ୍ୟର କାର୍ଯ୍ୟାଦେଶ ଓସିସି(ଓଡ଼ିଶା କନ୍‌ଷ୍ଟ୍ରକ୍ସନ କମ୍ପାନୀ)କୁ ଦିଆଯାଇଛି। କିନ୍ତୁ ଓସିସି ଏହାକୁ କେତେକ ପେଟି ଠିକାଦାରଙ୍କୁ କାମ କରିବା ପାଇଁ ଦାୟିତ୍ୱ ଦେଇଛି। ଯାହାଫଳରେ ଉପଯୁକ୍ତ ତଦାରଖ ଅଭାବରୁ କାମରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। ନିମ୍ନମାନର ମାଟି ପକାଇ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥକୁ ଚଳୁ କରିବାକୁ ଉଦ୍ୟମ ଚାଲିଛି। ଏଥିଯୋଗୁ ନଦୀବନ୍ଧର ସ୍ଥାୟିତ୍ୱ ଓ ସୁଦୃଢିକରଣ ପ୍ରତି ଆଶଙ୍କା ପ୍ରକାଶପାଇଛି। ଗତ ୨ ବର୍ଷ ଧରି ଏହି ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁରହିଥିବାବେଳେ କେବଳ ଖରାଦିନେ କେତେକ ସ୍ଥାନରେ ଟ୍ରାକ୍ଟର ସହାୟତାରେ ମାଟି ପକାଯାଇ ମୋଟା ବିଲ୍‌ କରାଯାଉଥିବା ଅଭିଯୋଗ ହେଉଛି। ନଦୀବନ୍ଧର ଉପରିଭାଗର ପ୍ରସ୍ଥ ସର୍ବନିମ୍ନ ୬ମିଟର ରହିବାର ନିୟମ ରହିଥିବାବେଳେ କେଉଁଠି ୪ମିଟର ତ କେଉଁଠି ୫ମିଟର ମଧ୍ୟରେ ରହିଥିବା ଦେଖାଯାଇଛି। ସେହିପରି ବନ୍ଧରେ ପକାଯାଉଥିବା ମାଟି ଅତ୍ୟନ୍ତ ନିମ୍ନମାନର ହୋଇଥିବା ଯୋଗୁ ଅସରାଏ ବର୍ଷାରେ ଉକ୍ତ ମାଟି ଧୋଇ ଯାଉଥିବା ଦେଖିବାକୁ ମିଳୁଛି। ସେହିପରି ନଦୀ ଜଳକୁ ଚାଷ କ୍ଷେତ୍ରରେ ବ୍ୟବହାର ନିମନ୍ତେ ଆବଶ୍ୟକୀୟ କେନାଲ, ସୁଇଚ୍‌ ଗେଟର ବ୍ୟବସ୍ଥା ନ ରହିବା ଯୋଗୁ ଚାଷୀମାନେ ଚାଷ କାର୍ଯ୍ୟରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଅପରପକ୍ଷରେ ନଦୀ ବନ୍ଧ ନିକଟସ୍ଥ ଗୋଚର ଜମିଗୁଡ଼ିକରୁ ବେପରୁଆ ଓ ବେଆଇନ ଭାବରେ ମାଟି ତଡ଼ାଯାଇ ବନ୍ଧ ନିର୍ମାଣ କରାଯାଉଥିବାରୁ ନିକଟସ୍ଥ ଗ୍ରାମଗୁଡ଼ିକରେ ଗୃହପାଳିତ ପଶୁମାନଙ୍କ ପାଇଁ ଚାରଣଭୂଇଁର ସମସ୍ୟା ଦେଖାଦେଲାଣି। ଏହି ସବୁ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ଗ୍ରାମବାସୀ ବାରମ୍ବାର ତହସିଲଦାର, ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ହେଉନାହିଁ। ଯଦ୍ୱାରା ପ୍ରତିବର୍ଷ ଘାଇ ସୃଷ୍ଟି ହୋଇ ବନ୍ୟା ଜଳ ଜନଜୀବନକୁ ବିପନ୍ନ କରୁଛି। ଆଉ ଏସବୁ ବେଆଇନ କାର୍ଯ୍ୟକୁ ଅକୁଣ୍ଠରେ ଜନପ୍ରତିନିଧିମାନେ ନିଜର ସମର୍ଥକଙ୍କୁ ଠିକାଦାର ଭାବରେ ନିଯୁକ୍ତ କରାଉଛନ୍ତି। ନା ଶାସକ ନା ବିରୋଧି ସଭିଏଁ ଏସବୁ ମାମଲାରେ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏ ସଂକ୍ରାନ୍ତରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲଙ୍କୁ ପଚାରିବାରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ନ ହେବାରୁ ଏହାର ସମୟ ବୃଦ୍ଧି କରାଯାଇଛି। ତେବେ ପ୍ରାୟ କାର୍ଯ୍ୟ ସମାପ୍ତ ହେବାକୁ ବସିଛି। ଫାଇନାଲ ବିଲ୍‌ କରିବା ପୂର୍ବରୁ ଯେଉଁ କାମ ବାକି ରହିଛି ସେହି କାର୍ଯ୍ୟକୁ ସମ୍ପନ୍ନ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ହୋଇଛି। କାର୍ଯ୍ୟରେ କୌଣସି ଅନିୟମିତତା ହେଉନାହିଁ ବୋଲି ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?