Posted inଫୁରସତ

ବେସାହାରା ପ୍ରାଣୀଙ୍କ ସାହାରା ୯ ବର୍ଷର ବାଳକ

ଅନେକ ସମୟରେ ପାଖରେ ଟଙ୍କା ଥାଇ ବି ମନରେ ଅନ୍ୟକୁ ସାହାଯ୍ୟ କରିବା ମନୋବୃତ୍ତି ନ ଥିବା ଯୋଗୁ ଲୋକେ ଅନ୍ୟର ଅସୁବିଧା ଦେଖି ବି ଅଣଦେଖା କରିଦିଅନ୍ତି। ତେବେ ଋଷ୍‌ର ଜଣେ ୯ ବର୍ଷର ବାଳକ ପାଭେଲ ଆବ୍ରାମଭ୍‌ଙ୍କ ପାଖରେ ନଥିଲା ଅର୍ଥ। ହେଲେ ମନରେ ଥିଲା ସାହାଯ୍ୟ କରିବାର ମନୋବୃତ୍ତି। ତେଣୁ ଏହି ଇଚ୍ଛାକୁ ପୂରଣ କରିବା ଲାଗି ସେ କୁକୁର, ବିଲେଇ ଭଳି ବିଭିନ୍ନ ପ୍ରାଣୀଙ୍କ ପେଣ୍ଟିଂ କରିବା ଆରମ୍ଭ କଲେ। ଆଉ ତାକୁ ବିକ୍ରି କଲେ। ଯେଉଁ ଅର୍ଥ ମିଳିଲା ସେଥିରେ ସେ ନିଜ ପାଇଁ ଖେଳଣା ନ କିଣି ବରଂ କିଣିଲେ ବେସାହାରା କୁକୁର, ବିଲେଇଙ୍କ ପାଇଁ ଖାଦ୍ୟ। ଆଉ ତାକୁ ସେହି ପ୍ରାଣୀ ରହୁଥିବା ଆଶ୍ରୟସ୍ଥଳରେ ଦାନ କଲେ। ପାଭେଲ ଓ ତାଙ୍କ ମା’ ଏହି ଅଭିଯାନର ନାଁ ଦେଲେ ‘କାଇଣ୍ଡ ପେଣ୍ଟବ୍ରଶ୍‌’। ଏକ ବର୍ଷ ତଳେ ପାଭେଲ ଆରମ୍ଭ କରିଛନ୍ତି ଏହି ମହତ କାର୍ଯ୍ୟ। ଏଥିରେ ତାଙ୍କ ମା’ ସହଯୋଗ କରୁଛନ୍ତି। ପାଭେଲ ବିଭିନ୍ନ ପୋଷା ପ୍ରାଣୀଙ୍କ ପେଣ୍ଟିଂ କରନ୍ତି। ଆଉ ତାଙ୍କ ମାଲିକମାନେ ଖୁସିରେ ଅର୍ଥ ପ୍ରଦାନ କରନ୍ତି। ତାଙ୍କର ଏହି ମହତ କାର୍ଯ୍ୟରେ ସହଯୋଗ କରିବା ପାଇଁ ଏବେ ସ୍ପେନ, ଜର୍ମାନୀରୁ ବି ପେଣ୍ଟିଂ ଅର୍ଡର ଆସୁଛି। ପାଭେଲ ପେଣ୍ଟିଂ ବଦଳରେ ଅର୍ଥ ନଚେତ୍‌ ପ୍ରାଣୀ ଖାଇବା ଲାଗି ଖାଦ୍ୟ ଓ ଔଷଧ ବରାଦ କରନ୍ତି। ଆଉ ତାକୁ ବେସାହାରା ପ୍ରାଣୀ ରହୁଥିବା ଆଶ୍ରୟସ୍ଥଳରେ ଦାନ କରନ୍ତି। ଭବିଷ୍ୟତରେ ପାଭେଲ ନିଜର ଏକ ପ୍ରାଣୀ ଆଶ୍ରୟସ୍ଥଳ କରିବାକୁ ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri