ବେଦଭାଷ୍ୟ ଓ ଶ୍ରୀଅରବିନ୍ଦ

ଜନ୍ମେଜୟ ଦ୍ୱିବେଦୀ
ପୃଥିବୀପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଜନ୍ମର ତାତ୍ପର୍ଯ୍ୟ ସମ୍ପର୍କରେ ଶ୍ରୀମାଙ୍କର ବକ୍ତବ୍ୟ ଯଥେଷ୍ଟ ପରିମାଣରେ ତାଙ୍କୁ ନେଇ ଅନେକ ଭୁଲ ବୁଝାମଣା ଦୂର କରିବା ସଙ୍ଗେ ସଙ୍ଗେ ମାନବ ଇତିହାସରେ ତାଙ୍କ ଭୂମିକା ସମ୍ପର୍କରେ ସୂଚନା ଦିଏ। ବକ୍ତବ୍ୟଟି ହେଲା Sri Aurobindo has come on earth not to bring a teaching or a creed in complition with previous creeds or teachings, but to show the way to overpass the past and to open concretely the route towards an imminent and inevitable future. ବକ୍ତବ୍ୟର ମର୍ମ ହେଉଛି ଅତୀତର ଧାର୍ମିକ ପରମ୍ପରା ଏବଂ ସିଦ୍ଧାନ୍ତକୁ ପ୍ରତିହତ କରି ଆଉ ଏକ ଧର୍ମ ବା ସିଦ୍ଧାନ୍ତ ପ୍ରତିଷ୍ଠା ନିମନ୍ତେ ଶ୍ରୀଅରବିନ୍ଦ ଏହି ପୃଥିବୀପୃଷ୍ଠକୁ ଆସିନାହାନ୍ତି। ତାଙ୍କ ଆବିର୍ଭାବର ଲକ୍ଷ୍ୟ ହେଉଛି ଅତୀତକୁ ଅତିକ୍ରମି ଦ୍ୱାରଦେଶରେ ଉପନୀତ ଅପରିହାର୍ଯ୍ୟ ଭବିଷ୍ୟତକୁ ସ୍ବୀକାର କରିବା ନିମନ୍ତେ ମାନବ ଜାତିକୁ ପ୍ରସ୍ତୁତ କରିବା।
ଆମେ ଶ୍ରୀଅରବିନ୍ଦଙ୍କୁ ବହୁ ଭାବରେ ଜାଣୁ। କେହି ତାଙ୍କୁ ତାଙ୍କର ରାଜନୈତିକ କାର୍ଯ୍ୟ ଆଧାରରେ ଜଣେ ବିପ୍ଳବୀ, ସ୍ବାଧୀନତା ସଂଗ୍ରାମୀ ବୋଲି ଜାଣନ୍ତି। କେହି ତାଙ୍କର ଯୋଗଦର୍ଶନ ସମ୍ବନ୍ଧୀୟ ରଚନା ଆଧାରରେ ତାଙ୍କୁ ଦାର୍ଶନିକ ଭାବେ ବିଚାର କରନ୍ତି। କେହି ତାଙ୍କର କବିତା ତଥା ମହାକାବ୍ୟ ରଚନା ଆଧାରରେ ତାଙ୍କୁ କବି ବୋଲି ଗ୍ରହଣ କରନ୍ତି। କେହି ତାଙ୍କୁ ମହାଯୋଗୀ, ଅବତାର ପୁରୁଷ ବୋଲି ଗ୍ରହଣ କରି ତାଙ୍କ ପାଖରେ ନିଜକୁ ସମର୍ପଣ କରନ୍ତି। ଆହୁରି ଅନେକ ଦିଗରୁ ସେ ଯେକୌଣସି ବ୍ୟକ୍ତିଙ୍କୁ ଉଦ୍‌ବୁଦ୍ଧ ଓ ଅନୁପ୍ରାଣିତ କରିପାରୁଥିବା ସାମର୍ଥ୍ୟର ଅଧିକାରୀ ଶ୍ରୀଅରବିନ୍ଦ। କୌଣସି ସ୍ତରରେ ଜଣେ ତାଙ୍କୁ ଗ୍ରହଣ କରି ନ ପାରିଲେ ମଧ୍ୟ ତାଙ୍କୁ ଅସ୍ବୀକାର କରିପାରିବ ନାହିଁ। ଏହାର ସୁନ୍ଦର ଉଦାହରଣ ହେଉଛି ଦାର୍ଶନିକ ରାଧାକ୍ରିଷ୍ଣନ୍‌ଙ୍କର ଏକ ମନ୍ତବ୍ୟ। ଶ୍ରୀଅରବିନ୍ଦ ବେଦ ଉପରେ ତାଙ୍କର ଉପଲବ୍ଧି ପ୍ରକାଶ କରିବା ପୂର୍ବରୁ ପାଶ୍ଚାତ୍ୟ ବେଦ ବିଦ୍ୱାନ୍‌ମାନଙ୍କର ଭାଷ୍ୟ ଆମ ଦେଶରେ ବେଦ ଅଧ୍ୟୟନକାରୀମାନଙ୍କ ଦ୍ୱାରା ଗୃହୀତ ହୋଇଥିଲା। ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମତରେ ବେଦ ସଭ୍ୟତାର ଆଦିମ ପର୍ବରେ ସୃଷ୍ଟି, ଯେଉଁଥିରେ ଉଚ୍ଚତର କୌଣସି ଆଧ୍ୟାତ୍ମିକ ଉପଲବ୍ଧି ନାହିଁ। ଅଛି ଖାଲି ଶିଶୁ ସୁଲଭ କିଛି ଅର୍ଥହୀନ ପ୍ରଳାପ। ଏହା ଭାରତୀୟମାନଙ୍କର ବସ୍ତୁବାଦୀ ଦୃଷ୍ଟିକୋଣକୁ ପ୍ରକଟିତ କରେ, କାରଣ ଏଥିରେ ବର୍ଣ୍ଣିତ ଯଜ୍ଞ କ୍ରିୟା ମାଧ୍ୟମରେ ଆଦିମ ଭାରତୀୟମାନେ ନିଜର ଭୌତିକ ସମୃଦ୍ଧି ପାଇଁ ଦେବତାମାନଙ୍କ ପାଖରେ ଯାଚ୍‌ଞା କରିବାର ପଦ୍ଧତି ବର୍ଣ୍ଣିତ ହୋଇଛି।
‘ଆର୍ଯ୍ୟ’ ପତ୍ରିକା ପୃଷ୍ଠାରେ ଶ୍ରୀଅରବିନ୍ଦ ଏହି ମତ ତଥା ଭାଷ୍ୟକୁ ସମ୍ପୂର୍ଣ୍ଣ ଅସ୍ବୀକାର କରି ଦର୍ଶାଇଲେ ଯେ, ବେଦର ଭାଷା ଏବଂ ବକ୍ତବ୍ୟ ରହସ୍ୟମୟ, ଯାହା ପାଶ୍ଚାତ୍ୟ ବିଦ୍ୱାନ୍‌ମାନଙ୍କ ନିକଟରେ ବୋଧଗମ୍ୟ ନୁହେଁ। ସେମାନେ ଏକ ଭ୍ରମାତ୍ମକ ପଥରେ ଯାଇ ଯେଉଁ ବେଦମନ୍ତ୍ରକୁ ବାଳକସୁଲଭ କଳ୍ପନା, ମୂର୍ଖତାପୂର୍ଣ୍ଣ କବିତା ଏବଂ ବସ୍ତୁବାଦୀ ଦୃଷ୍ଟିକୋଣ ବୋଲି କହିଛନ୍ତି, ବାସ୍ତବରେ ଏହା ତାଙ୍କର ବୁଝିବାର ଅକ୍ଷମତା। ତାହା ଏକ ଉନ୍ନତ ସଭ୍ୟ ତଥା ସୁସଂସ୍କୃତ ଜାତିର ଉତ୍ତୁଙ୍ଗ ଆଧ୍ୟାତ୍ମିକ ଆସ୍ପୃହାର ପରିପ୍ରକାଶ।
ରାଧାକ୍ରିଷ୍ଣନ୍‌ କହିଲେ, ଅରବିନ୍ଦ ଘୋଷ ବେଦ ସମ୍ପର୍କରେ ଯେଉଁ ନୂତନ ତଥ୍ୟ ଦେଇଛନ୍ତି, ତାହା ସ୍ବୀକାର୍ଯ୍ୟ ହେଲେ ମଧ୍ୟ ଗ୍ରହଣୀୟ ନୁହେଁ। ତାଙ୍କର ଏହି ଧରଣର ବକ୍ତବ୍ୟ ପଛରେ ଯୁକ୍ତିଥିଲା ପାଶ୍ଚାତ୍ୟର ଯେଉଁ ବିଦ୍ୱାନ୍‌ମାନେ ବେଦକୁ ଏକ ଆଦିମ ଜାତିର ଅର୍ଥହୀନ ପ୍ରଳାପ କହିଥିଲେ, ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିବାକୁ ଆଜୀବନ ଶ୍ରମ ଏବଂ ଗବେଷଣା କରିଥିଲେ। ଶହେ ବର୍ଷ ପରେ ଆଜି ରାଧାକ୍ରିଷ୍ଣନ୍‌ଙ୍କ ଏହି ଉକ୍ତି କେତେଦୂର ଯୁକ୍ତିସମ୍ମତ ବା ହାସ୍ୟାସ୍ପଦ ତାହା ଜଣାପଡ଼େ। ଶ୍ରୀଅରବିନ୍ଦଙ୍କ ଦ୍ୱାରା ବେଦର ରହସ୍ୟ ଉନ୍ମୋଚନ ବିକଳ୍ପ ପାଣ୍ଡିତ୍ୟର ପରିପ୍ରକାଶ ନୁହେଁ। ଏହା ଋଷି-ଦୃଷ୍ଟିର କଥା, ଯାହା ଯୁକ୍ତିସମ୍ମତ ଭାବେ ବେଦ ଆଗ୍ରହୀ ମାନସକୁ ପ୍ରଲୁବ୍ଧ କରିଚାଲିଛି।
ସଭ୍ୟତା ସମ୍ପର୍କରେ ପାଶ୍ଚାତ୍ୟ ତତ୍ତ୍ୱକୁ ଅସ୍ବୀକାର କରି ଶ୍ରୀଅରବିନ୍ଦ କହିଛନ୍ତି ଯେ, ଭୌତିକ ସମୃଦ୍ଧି ଆଧାରରେ ସଭ୍ୟତାର ବିଚାର କରିବା ଅସମୀଚୀନ ଏବଂ ଅସଙ୍ଗତ। ଏକ ସୁଖମୟ ଜୀବନଯାପନ ପାଇଁ ସେ କେତେ ଅସ୍ତ୍ର ଆବିଷ୍କାର କରୁଛି। ତାକୁ ନେଇ ସଭ୍ୟତାର ଅଭିବୃଦ୍ଧି କଥା କୁହାଯାଇପାରିବ ନାହିଁ। ବ୍ୟକ୍ତି କେତେଦୂର ଅନ୍ତର୍ଦୃଷ୍ଟିସମ୍ପନ୍ନ ଏବଂ କେତେ ପରିମାଣରେ ସେ ବିଶ୍ୱ ଏବଂ ବିଶ୍ୱାତୀତ ସହ ସମ୍ବନ୍ଧିତ ହୋଇ ରହିପାରୁଛି। ଯାହା ତା’ର ଜୀବନକୁ ଏବଂ ଆସ୍ପୃହାକୁ ରୂପଦେବ, ତାହା ହିଁ ସଭ୍ୟତାର ପରିମାପକ। ଏହି ତତ୍ତ୍ୱ ଆଧାରରେ ସେ ଦର୍ଶାଇବାକୁ ଚାହିଁଛନ୍ତି ବେଦର ସୃଷ୍ଟି ସମୟ ଭାରତ ଭୂଖଣ୍ଡ ପାଇଁ ସଭ୍ୟତାର ଶୈଶବ ଅବସ୍ଥା ନୁହେଁ, ସମୃଦ୍ଧ ଅବସ୍ଥା। ଶ୍ରୀଅରବିନ୍ଦ ଦର୍ଶାଇଛନ୍ତି, ଏହା ବକ୍ରରେଖା ଆକାରରେ ଗତିକରେ। ବିକାଶ ହେଉଛି ଅଗ୍ରଗତି ସହ ପଶ୍ଚାତ୍‌ଗତିର ମିଶ୍ରଣ, ଉତ୍ଥାନ ଓ ପତନର ସମଷ୍ଟି। ଏହି ତତ୍ତ୍ୱକୁ ସ୍ବୀକାର କରିଗଲେ ଶ୍ରୀଅରବିନ୍ଦଙ୍କ ସହ ଏକମତ ହେବାରେ କୌଣସି ବାଧା ଆସିବ ନାହିଁ ଏବଂ ଆମେ ସ୍ବୀକାର କରିବା ବେଦ ଏକ ସମୃଦ୍ଧ ସମୟର ସୃଜନଶୀଳ ପରିପ୍ରକାଶ, ଯେଉଁଥିରେ କୌଣସି ପ୍ରକାର ପିଲାଳିଆମି, ମୂର୍ଖତା ଏବଂ ଆଦିମତା ନାହିଁ।
ଶ୍ରୀଅରବିନ୍ଦ ମଣିଷର ସମ୍ଭାବନାମୟ ଦିଗକୁ ନେଇ ପ୍ରବଳ ଆଶାବାଦୀ ଥିଲେ। ମଣିଷ ଆଜି ଯେଉଁ ଅବସ୍ଥାରେ ରହିଛି, ତାହା ତା’ର ଭବିଷ୍ୟତ ପରିପ୍ରେକ୍ଷୀରେ ମଧ୍ୟବର୍ତ୍ତିକାଳୀନ ଅବସ୍ଥା, ଯେଉଁ ସ୍ତରରେ ସେ ଧରିନେଇଛି ଭୌତିକ ଜୀବନର ସମୃଦ୍ଧି ହିଁ ପ୍ରକୃତ ସମୃଦ୍ଧି। ଏହି ସ୍ତରକୁ ଅତିକ୍ରମ କରିବାର ସାମର୍ଥ୍ୟ ତା’ ମଧ୍ୟରେ ଥିଲେ ମଧ୍ୟ ସେ ତାହା ପାରୁନାହିଁ। ଯେଉଁଥିପାଇଁ ପରମ ଶକ୍ତିଙ୍କର ସାହାଯ୍ୟ ଦରକାର। ଶ୍ରୀଅରବିନ୍ଦ ହେଉଛନ୍ତି ସେହି ଶକ୍ତି ଓ ସାହାଯ୍ୟ, ଯାହା ମାନବ ଜାତିକୁ ତା’ର ଭବିତବ୍ୟ ଆଧ୍ୟାତ୍ମିକ ସ୍ତରକୁ ନେଇଯାଇପାରିବ। ବେଦର ଭାଷାରେ ସେ ହେଉଛନ୍ତି ଅଗ୍ନି, ମଣିଷ ଭିତରେ ଥିବା ଅମୃତତ୍ୱ, ଦୈବୀଶକ୍ତି, ଯାହା ତାକୁ ତା’ର ଶ୍ରେଷ୍ଠତ୍ୱରେ ପହଞ୍ଚିବା ପାଇଁ ନିରନ୍ତର ଭାବରେ କାମ କରିଚାଲିଛି। ତାଙ୍କର ଲକ୍ଷ୍ୟ ଥିଲା ସାଧନା ମାଧ୍ୟମରେ ବ୍ରାହ୍ମତେଜ ଆହରଣ, ଯାହା ଦେଶର ସ୍ବାଧୀନତା ପ୍ରାପ୍ତିରେ ସାହାଯ୍ୟ କରିବ। ପରବର୍ତ୍ତୀ ଅବସ୍ଥାରେ ଆଉ ଏକ ବୃହତ୍ତର ଲକ୍ଷ୍ୟ ପୂର୍ବ ଲକ୍ଷ୍ୟର ସ୍ଥାନ ନେଲା, ତାହା ହେଉଛି ମାନବ ଜାତି ପାଇଁ ସାଧନା। ପୁନର୍ବାର ଆଉ ଏକ ଅଧିକ ବୃହତ୍ତର ଲକ୍ଷ୍ୟ ପୂର୍ବ ଲକ୍ଷ୍ୟର ସ୍ଥାନ ନେଲା ଯାହା ହେଉଛି ଅମୃତତ୍ୱ ପାଇଁ ସାଧନା ବା ପୃଥିବା ଚେତନାର ପରିବର୍ତ୍ତନ ପାଇଁ ସାଧନା।
ପୁରୀ, ମୋ-୯୮୬୧୩୭୦୬୬୨


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri