Posted inଖେଳ

ବେକ୍‌ହାମଙ୍କ ମତରେ ମେସି ଶ୍ରେଷ୍ଠ

ଲଣ୍ଡନ, ୨୦ା୪: କ୍ରିଷ୍ଟିଆନ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି। ଏହାକୁ ନେଇ ସର୍ବଦା ବିତର୍କ ଲାଗି ରହିଛି। ଏବେ ଏଥିରେ ଯୋଡ଼ି ହୋଇଛନ୍ତି ଇଂଲଣ୍ଡ ଫୁଟବଲ ଲିଜେଣ୍ଡ ଡେଭିଡ ବେକ୍‌ହାମ୍‌। ଶେଷ ବାଲନ ଡି’ଅର ପୁରସ୍କାର ମଧ୍ୟରୁ ମେସି ଓ ରୋନାଲ୍ଡୋ ୧୧ଟି ଜିତି ସାରିଛନ୍ତି। ତେବେ ରୋନାଲ୍ଡୋଙ୍କ ଅପେକ୍ଷା ବେକ୍‌ହାମ୍‌ ଫେଭରାଇଟ ଖେଳାଳିଭାବେ ମେସିଙ୍କୁ ବାଛିଛନ୍ତି । ରୋନାଲ୍ଡୋ ଓ ମେସି ସର୍ବଦା ବିରୋଧୀ କ୍ଲବରୁ ଖେଳି ଆସିଛନ୍ତି। ଏବେ ରୋନାଲ୍ଡୋ ଜୁଭେଣ୍ଟସ ଏବଂ ମେସି ବାର୍ସିଲୋନା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ୟୁରୋପିଆନ ଫୁଟବଲରେ ଦୁହେଁ ପ୍ରଭାବୀ ଖେଳାଳିଭାବେ ବେଶ୍‌ ପରିଚିତ । ଗତ ଡିସେମ୍ବରରେ ମେସି ରେକର୍ଡ ୬ଷ୍ଠ ଥରପାଇଁ ଗୋଲ୍ଡେନ ବଲ୍‌ ପୁରସ୍କାର ହାସଲ କରିଥିଲେ। ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଖେଳାଳି ବେକ୍‌ହାମ୍‌ଙ୍କ ମତରେ ବ୍ୟକ୍ତିଗତଭାବେ ଦେଖିଲେ ମେସି ଜଣେ ଚମତ୍କାର ଖେଳାଳି। ତାଙ୍କ ସହ ଆଉ କାହାକୁ ତୁଳନା କରିବା ସମ୍ଭବ ନୁହେଁ। କ୍ରିଷ୍ଟିଆନୋ ଜଣେ ଭଲ ଖେଳାଳି। ମାତ୍ର ମେସିଙ୍କ ସହ ତୁଳନୀୟ ନୁହନ୍ତି ।
୨୦୧୩ରେ ପ୍ୟାରିସ ସେଣ୍ଟ ଜର୍ମନ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାବେଳେ ଚାମ୍ପିୟନ୍ସ ଲିଗ୍‌ରେ ମେସିଙ୍କୁ ସମ୍ମୁଖୀନ ହୋଇଥିବା କଥାକୁ ମନେ ପକାଇଛନ୍ତି ବେକ୍‌ହାମ୍‌। ”ମେସି ପଡ଼ିଆକୁ ପ୍ରବେଶ କରିବା ପୂର୍ବରୁ ଆମେ ଅଗ୍ରଣୀଲାଭ କରିଥିଲୁ। ମାତ୍ର ମେସି ପ୍ରବେଶ କରିବାପରେ ବାର୍ସିଲୋନା ସ୍କୋର କରିବାରେ ଲାଗିଥିଲା। ସେ ସମୟରେ ମୁଁ ଫୁଟ୍‌ବଲକୁ ବହୁତ ଉପଭୋଗ କରିଥିଲି। ହାର ମାନିବାକୁ କେବେ ଚାହିଁ ନ ଥିଲି। ଆମ ଟିମ୍‌ ବହୁତ ଭଲ ଖେଳିଥିଲା। ଉଭୟ ମ୍ୟାଚରେ ଗର୍ବିତ ହେବାପରି ଆମେ ପ୍ରଦର୍ଶନ କରିଥିଲୁ। ବାର୍ସିଲୋନା ବିପକ୍ଷରେ ଆମେ ପରାଜିତ ହୋଇ ନ ଥିଲୁ। ଏହା ମୋତେ ବହୁତ ଉତ୍ସାହିତ କରିଥିଲା। ଉଭୟ ମ୍ୟାଚ ଡ୍ର ରହିଥିଲା। ପାର୍କ ଡେସ୍‌ ପ୍ରିନ୍ସେସଠାରେ ମ୍ୟାଚ ୨-୨ ଓ କାମ୍ପ ନୋଉଠାରେ ୧-୧ ଗୋଲରେ ଶେଷ ହୋଇଥିଲା। ତେବେ ବାହାର ପରିବେଶରେ ଅଧିକ ଗୋଲ ଦେଇଥିବାରୁ ବାର୍ସିଲୋନା କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା“ ବୋଲି ବେକ୍‌ହାମ୍‌ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri