ବେଆଇନ ବାଲି ଉତ୍ତୋଳନ ନେଇ ଗ୍ରାମବାସୀଙ୍କ ରାସ୍ତାରୋକୋ, ଉତ୍ତେଜନା

ଜଳେଶ୍ୱର, ୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ସରଡ଼ିହା ରାଜସ୍ବ ସର୍କଲ ଅଧୀନ ସୁବର୍ଣ୍ଣରେଖା ନଦୀର ଶିଖରପୁର ବାଲି ସୈରାତରୁ ପରିବେଶ ତଥା ରାଜସ୍ବ ଆଇନକୁ ଉଲ୍ଲଘଂନ କରାଯାଇ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଛି। ନଦୀକୂଳ ଶିଖରପୁର ଗ୍ରାମର ଶତାଧିକ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗୁରୁବାର ଶିଖରପୁର ବାଲିସୈରାତ ରାସ୍ତାରେ ଶିଖରପୁର ଗ୍ରାମର ସରୋଜ କୁମାର ଗିରି, ଲକ୍ଷ୍ମୀଧର ଗିରିଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ରାସ୍ତାରୋକୋ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବେଆଇନ ବାଲି ଉତ୍ତୋଳନ ଓ ଚାଲାଣରେ ପ୍ରଶାସନିକ ଅଧିକାରୀ, କର୍ମଚାରୀ ସମ୍ପୃକ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ସମୟ ଧରି ରାସ୍ତାରୋକୋ କରାଯାଇଥିଲେ ମଧ୍ୟ ବାଲିସୈରାତ ସ୍ଥଳରେ ପ୍ରଶାସନ ତରଫରୁ କେହି ନ ପହଞ୍ଚତ୍ବାରୁ ଉତ୍ତେଜନା ଦେଖାଦେଇଥିଲା।
ନଦୀଗର୍ଭ ତଥା କୂଳରୁ ବଡ଼ ଚେନ ଲଗା ଜେସିବି ମେଶିନଗୁଡ଼ିକ ଦ୍ୱାରା ଅହୋରାତ୍ର ବାଲି ତାଡ଼ି ନେଇ ଶହ ଶହ ଟ୍ରାକ୍ଟର ଯୋଗେ ବୋହି ନିଆଯାଉଛି। ବାଲି ବ୍ୟବସାୟୀ ଏବଂ ମାଫିଆମାନେ ଉକ୍ତ ବାଲିକୁ ଘଞ୍ଚ ଜଙ୍ଗଲ ଭିତରେ ଡମ୍ପିଂ କରି ରାତାରାତି ଡମ୍ପର ତଥା ହାଇୱା ଯୋଗେ ବିନା ଟ୍ରାନ୍‌ଜିଟ୍‌ ପାସ(ଟିପି)ରେ ପଶ୍ଚିମବଙ୍ଗକୁ ଚାଲାଣ କରି ମାଲେମାଲ ହେଉଛନ୍ତି। ନଦୀର ୩୦ ଫୁଟ୍‌ ଗଭୀରରୁ ବାଲି ତାଡ଼ି ନିଆଯିବା ଫଳରେ ବଡ଼ ବଡ଼ ଘାଇ ସୃଷ୍ଟି ହୋଇ ନଦୀବନ୍ଧ ପ୍ରତି ମହାବିପଦ ଦେଖାଦେଇଛି। ବନ୍ୟା ସମୟରେ ନଦୀବନ୍ଧ ଧସିଯାଇ ଗ୍ରାମ ନଦୀରେ ଲୀନ ହୋଇଯିବ ବୋଲି ଆଶଙ୍କା ଦେଖାଦେଇଛି। ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ବାଲି ଉତ୍ତୋଳନ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିଯୁକ୍ତ କରାଯାଉନାହିଁ। ମେଶିନ ଦ୍ୱାରା ଉତ୍ତୋଳନ କରାଯିବା ଫଳରେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱ ଗଚ୍ଛିତ ବାଲିକୁ କିଛି ଦିନ ମଧ୍ୟରେ ସରି ସରି ଆସୁଛି। ଫଳରେ ନଦୀର ଗତିପଥ ପରିବର୍ତ୍ତନ ହେବାରେ ଲାଗିଛି। ଏ ସମ୍ପର୍କରେ ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଶିଖରପୁର ବାଲିସୈରାତକୁ ଅତୁଲ ଓଝା ନାମକ ବ୍ୟକ୍ତି ୫ ବର୍ଷ ପାଇଁ ଲିଜ୍‌ ନେଇଛନ୍ତି। ଯାହାର ଅବଧି ୨୦୧୯-୨୦ ଆର୍ଥିକ ବର୍ଷରେ ଶେଷ ହେବ। ଗ୍ରାମବାସୀଙ୍କ ଅଭିଯୋଗ, ରାସ୍ତାରୋକୋ ତଥା ବିରୋଧ ପ୍ରଦର୍ଶନ ବିଷୟରେ ମୁଁ ଅବଗତ ନାହିଁ କି, ସେମାନେ ପୂର୍ବରୁ ପ୍ରଶାସନକୁ ଆଗୁଆ ସୂଚନା ଦେଇନାହାନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ଗ୍ରାମବାସୀଙ୍କ ଅଭିଯୋଗ ଜାଣିବା ପରେ ସରଡ଼ିହା ଆରଆଇ ରାଧାବଲ୍ଲଭ ରଣଜିତ୍‌ଙ୍କୁ ସରଜମିନ୍‌ ତଦନ୍ତ କରି ରିପୋର୍ଟ ମଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri