ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ବ୍ରହ୍ମଗିରି,୧୨।୯(ଡି.ଏନ.ଏ.)- ବ୍ରହ୍ମଗିରି ଅଞ୍ଚଳରେ ଦିନକୁ ଦିନ ବେଆଇନ କରଳ କଳଗୁଡିକ ବଢ଼ି ଚାଲିଛି। ଏଗୁଡିକୁ ଜବତ କରିବା ପାଇଁ ବନ ବିଭାଗ ବହୁ ଚେଷ୍ଟା କରୁଥିଲେ ମଧ୍ୟ ବିରୋଧ ହେଉଥିବାରୁ ସଫଳ ହୋଇପାରୁ ନ ଥିଲା। କିନ୍ତୁ ଗୁରୁବାର ବନ ବିଭାଗ, ଭିଜିଲାନ୍ସ ଏବଂ ପୋଲିସ ଫୋର୍ସର ମିଳିତ ସହଯୋଗରେ ଏକ କଳତ କଳ ଉପରେ ଚଢାଉ କରିଛି। ଏହି ଚଢ଼ାଉରେ କେତେକ ଯନ୍ତ୍ରାଂଶ ଓ ଦୁଇ ଖଣ୍ଡ କାଠ ଗଣ୍ଡି ଜବତ କରିଛି। ସୂଚନାଯୋଗ୍ୟ, ବ୍ରହ୍ମଗିରି ରେଞ୍ଜ ଅଧୀନର କାଠୁଆ ଆରେଡି ଛକ ନିକଟରେ ଥିବା ଗଙ୍ଗାଧର ଜେନାଙ୍କ ଦୀର୍ଘଦିନ ହେବ ଏକ ବେଆଇନ କରଳ କଳ ରହିଛି। ଏହା ଉପରେ ପ୍ରଶାସନ ୨୦୧୮ ମସିହାରେ ଚଢାଉ କରିଥିଲା। କିନ୍ତୁ କଳ ମାଲିକ ଓ କେତେକ କର୍ମଚାରୀମାନେ ଦୃଢ଼ ବିରୋଧ କରିବାରୁ ନିରୁପାୟ ହୋଇ ସେଠାରୁ ଫେରିଯାଇଥିଲେ। ତେବେ ଗୁରୁବାର ବିଭାଗ ସହ ଭୁବନେଶ୍ୱର ଭିଜିଲାନ୍ସ, ପୁରୀ ଭିଜିଲାନ୍ସ ଓ ପୁରୀ ବନ ବିଭାଗର ପୂରା ଟିମ ସହ ପ୍ରସ୍ତୁତ ହୋଇ ପୁନର୍ବାର ଏହି କରତ କଳ ଉପରେ ସକାଳୁ ଚଢାଉ କରିଥିଲା। ଆଜି ମଧ୍ୟ ଚଢାଉ ବେଳେ ବିରୋଧ ହୋଇଥିବାବେଳେ ବିଭାଗ କର୍ମଚାରୀ ଓ ପୋଲିସ ଫୋର୍ସ ଟିମ ଅଧିକ ଥିବାରୁ ଜବତ କରିବାରେ ସହଜ ହୋଇଥିଲା। ପରେ ଖଡିପଦା ଛକ ନିକଟରେ ଥିବା ଦିଲୀପ ଭୋଇଙ୍କ କରତ କଳଉପରେ ଚଢ଼ାଉ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri