ବେଆଇନ ଇଟାଭାଟି, ବାଲି ଚାଲାଣ ଉପରେ ଲାଗୁନି ରୋକ

ରତ୍ନଗିରି,୨୧।୧(ଡିଏନଏ): ବରୀ ତହସିଲ ଅଧୀନ ବିଭିନ୍ନ ପଞ୍ଚାୟତରେ ବେଆଇନ ଇଟାଭାଟି ସହିତ ଚୋରାବାଲି ଚାଲାଣ ଉପରେ ପ୍ରଶାସନ ରୋକ ଲଗାଇ ନ ଥିବାରୁ ରାଜସ୍ବ ହାନୀ ଘଟୁଛି। ଏହି ବ୍ଲକ ଅଧୀନ ୧୦୬ଟି ଗ୍ରାମରୁ ଅଧିକାଂଶ ଗ୍ରାମରେ ବେଆଇନଭାବେ ଇଟା ପକାଯିବା ଓ ଏହା ପ୍ରଶାସନର ନଜର ଆଢୁଆଳରେ ରହିବା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ବେଆଇନ ଇଟାଭାଟି ସହିତ ରାଜାତୋଟା, ରାମଚନ୍ଦ୍ରପୁର, ବରୀପାଳ, ଗମୁଁ, ରତଳାଙ୍ଗ, ଉଦୟନାଥପୁର ଆଦି ଅଞ୍ଚଳରେ ଥିବା ବାଲିଘାଟଗୁଡିକ ସରକାରୀସ୍ତରରେ ନିଲାମ ହୋଇ ନ ଥିଲେ ମଧ୍ୟ ଖୁଲମଖୁଲାଭାବେ ବାଲି ମାଫିଆମାନେ ଚୋରା ବାଲିଚାଲାଣ କ୍ଷେତ୍ରରେ ପ୍ରଶାସନର ନୀରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହି ତହସିଲର ରାଜସ୍ବ ନିରୀକ୍ଷକ ମାନେ ଗଁା କୁ ଗଁା ବୁଲି ରାଜସ୍ବ ଆଦାୟ କରୁଥିବାବେଳେ ବେଆଇନ ଇଟାଭାଟି ଓ ଚୋରାବାଲି ଚାଲାଣ ଉପରେ କିପରି ସେମାନଙ୍କ ଦୃଷ୍ଟି ପଡ଼ୁନାହିଁ ତାହା ସାଧାରଣରେ ଆଲୋଚନା ହେଉଛି। ବିଗତ ଦିନରେ ତହସିଲ ପ୍ରଶାସନ ତରଫରୁ ବେଆଇନ ବାଲିଘାଟ ଓ ବେଆଇନ ଭାବେ ଇଟା ପକାଇବା ଉପରେ ରୋକ ଲଗାଯାଉଥିଲା। ମାତ୍ର ବର୍ତ୍ତମାନ ପ୍ରଶାସନ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ହାତବାନ୍ଧି ବିସିଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଘଟଣାକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ତରଫରୁ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସରକାରଙ୍କ ରାଜସ୍ବ ବୃଦ୍ଧି ସମ୍ଭବ ହୋଇପାରନ୍ତା। ଏହି ବିଷୟରେ ବରୀ ତହସିଲଦାର ପୁଷ୍ପଶ୍ରୀ ସାଣ୍ଡିଲଙ୍କୁ ପଚାରିବାରୁ, ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ମିଳିଛି। ମାତ୍ର କର୍ମଚାରୀଙ୍କ ଅଭାବ ଯୋଗୁ ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ। ଖୁବ୍‌ଶୀଘ୍ର କମିଟି ଗଠନ କରାଯାଇ ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇବା ଓ ସରକାରୀ ରାଜସ୍ବ ବୃଦ୍ଧି କରାଇବା ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ୪୦.୬୪ ମିଲିମିଟର ବର୍ଷା ରେକର୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଅକ୍ଟୋବର ୨୭ରୁ ୨୮ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାର ୧୪ଟି ବର୍ଷା…

WPL 2027 ନିଲାମରେ ସବୁଠାରୁ ମହଙ୍ଗା ହୋଇପାରନ୍ତି ଏହି ୩ ଖେଳାଳି; ଭାଙ୍ଗିବ ସମସ୍ତ ରେକର୍ଡ

ନୂଆଦିଲ୍ଲୀ,୨୮।୧୦: ମହିଳା ପ୍ରିମିୟର ଲିଗ (WPL 2027) ନିଲାମ ଆଜି, ଅକ୍ଟୋବର ୨୮ରେ କୋଚି ଠାରେ ଅନୁଷ୍ଠିତ ହେଉଛି। ଏହି ନିଲାମ ପାଇଁ ମୋଟ ୧୪୬ ଜଣ…

ଉଜ୍ଜଳା ଯୋଜନା ଧାରକଙ୍କ ପାଇଁ ବଡ଼ ଖବର, ମୃତ୍ୟୁ ପରେ ପରିବାରକୁ ମିଳିବ…

ନୂଆଦିଲ୍ଲୀ,୨୮।୧୦:ଉଜ୍ଜ୍ୱଳା ଯୋଜନା ଅଧୀନରେ କନେକ୍ସନ ଧାରକଙ୍କ ମୃତ୍ୟୁ ପରେ ମଧ୍ୟ ପରିବାର ଏହି ଯୋଜନାର ଲାଭ ଉଠାଇ ପାରିବେ। କିନ୍ତୁ ଗ୍ୟାସ କନେକ୍ସନକୁ ପରିବାରର ଯୋଗ୍ୟ ସଦସ୍ୟଙ୍କ…

ନୀଳିଗିରି ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ; ଜଣେ ମୃତ, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜେନା

ନୀଳଗିରି,୨୮।୧୦(ପ୍ରଶାନ୍ତ କୁମାର ବିଶ୍ବାଳ): ୧୯ ନଂ ରାଜ୍ୟ ରାଜପଥ ନୀଳଗିରି ଏନ.ଏ.ସି ଅଧିନ ବାଲିଗୋହିରି ସ୍ଥିତ ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ ହୋଇଛି । ଏହି ଘଟଣାରେ…

ମାତ୍ର ୩୬ ବଲ୍‌ରେ ଭାଙ୍ଗିଲା ୩ ବଡ଼ ରେକର୍ଡ: ଅଭିଷେକ-ବୈଭବଙ୍କ ଝଡ଼ରେ…

ୱେଲିଂଟନ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ କ୍ରିକେଟ ଜଗତକୁ ଚକିତ କରିଦେଇଛି।…

ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ପ୍ରବଳ ବର୍ଷା, ଉଜୁଡିଲା ପରିବା ଚାଷ

ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଗତ ଦୁଇଦିନ ହେବ ଏହି ଲଗାଣ ବର୍ଷା…

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୭ ଗିରଫ: ପୋଲିସକୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା

ରିଷିଡ଼ା, ୨୮।୧୦ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମ. ରାମପୁର ଥାନା ଅଞ୍ଚଳର ବଡ଼ ଡୁଙ୍ଗୁରିଗୁଡ଼ାରେ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ତେଲ ବଜାରରେ ହଲଚଲ: ଦୀପାବଳି ପୂର୍ବରୁ ଶସ୍ତା ହେଲା ଗ୍ୟାସ୍‌ ସିଲିଣ୍ଡର?

ନୂଆଦିଲ୍‌ଲୀ,୨୮।୧୦: ଦୀପାବଳି ପର୍ୱ ପାଖେଇ ଆସୁଛି ଏବଂ ଘରେ ଘରେ ପିଠାପଣା, ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ମିଠା କିଣିବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?