ବୃତ୍ତ ଚିହ୍ନରେ ଠିଆହୋଇ ସାମଗ୍ରୀ କିଣିବେ ଲୋକେ: ହାଟ, ବଜାରରେ ଲକ୍ଷ୍ମଣରେଖା ଟାଣିଲା ବିଏମ୍‌ସି

ଭୁବନେଶ୍ୱର, ୨୬ା୩ (ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ୨୧ଦିନ ପାଇଁ ଲକ୍‌ ଡାଉନ୍‌। ଆବଶ୍ୟକତା ହେଉ ଅବା ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ମହଜୁଦ ରଖିବାକୁ ହେଉ, ଲୋକେ ଏବେ ବଜାର ମୁହାଁ। ଫଳରେ ହାଟ, ବଜାର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଏବେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ସାମଗ୍ରୀ ନେବାକୁ ପ୍ରତିଯୋଗିତା ଭିତରେ ଠେଲାପେଲା, ଧସ୍ତାଧସ୍ତି ପରିସ୍ଥିତି ବି ସୃଷ୍ଟି ହେଉଛି। କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ରହିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଥିବାବେଳେ ହାଟବଜାରରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ଏପରିସ୍ଥିତିକୁ ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ହାଟ, ବଜାର ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦେକାନଗୁଡ଼ିକ ସାମ୍ନାରେ ଲକ୍ଷ୍ମଣରେଖା ଟାଣିଛି। ବୃତ୍ତ ଚିତ୍ର କରାଯାଇ ତାହା ମଧ୍ୟରେ ଜଣେ ଜଣେ ଲୋକ ଧାଡ଼ିରେ ରହି ସାମଗ୍ରୀ କିଣିବାକୁ କୁହାଯାଇଛି। ଲୋକେ ଜିନିଷ କିଣିବାକୁ ଆସିଲେ ଦୋକାନୀମାନେ ଏନେଇ ସେମାନଙ୍କୁ ଜଣାଇବା ସହ ସେହି ଅନୁସାରେ ପରାମର୍ଶ ଦେବେ। ଲୋକେ ଠିକ୍‌ ଭାବେ ଏହାକୁ ପାଳନ କରୁଛନ୍ତି କି ନାହିଁ ସିସିଟିଭି ଓ ସ୍କ୍ବାଡ୍‌ ଦ୍ୱାରା ତଦାରଖ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ…

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?