Posted inଖେଳ

ବିଶ୍ୱଚାମ୍ପିୟନଶିପ୍‌ ଟିମ୍‌ରେ ମେରୀକମ୍‌, ଲଭ୍‌ଲିନା

ନୂଆଦିଲ୍ଲୀ, ୮।୮ (ପି.ଟି.)- ଛ’ଥର ବିଶ୍ୱବିଜୟିନୀ ଏମ୍‌.ସି. ମେରୀକମ୍‌ ଓ ଲଭ୍‌ଲିନା ବୋରଗୋହିନ ଆଗାମୀ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ନିକଟର ପ୍ରଦର୍ଶନକୁ ଭିତ୍ତି କରି ଏହି ଚୟନ କରାଯାଇଛି। ୩୬ ବର୍ଷୀୟା ଷ୍ଟାର୍‌ ବକ୍ସର ମେରୀକମ୍‌ ଚଳିତ ବର୍ଷ ଇଣ୍ଡିଆ ଓପନ୍‌ ଓ ନିକଟରେ ଇଣ୍ଡୋନେସିଆରେ ଶେଷ ହୋଇଥିବା ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୫୧ କିଗ୍ରାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ସେହିଭଳି ବିଶ୍ୱ ଏବଂ ଏସିଆନ ବ୍ରୋଞ୍ଜ ପଦକ ବିଜୟିନୀ ଲଭ୍‌ଲିନା ୬୯ କିଗ୍ରାରେ ଭାଗନେବେ ବୋଲି ଜଣାପଡ଼ିଛି। ତେବେ ପୂର୍ବତନ ବିଶ୍ୱ ବିଜୟିନୀ ତଥା ନିକଟରେ ଥାଇଲାଣ୍ଡରେ ରୌପ୍ୟ ପଦକ ହାସଲ କରିଥିବା ନିଖାତ୍‌ ଜରୀନ ୫୧ କିଗ୍ରା ଟ୍ରାଏଲ୍ସରେ ମେରୀକମ୍‌କୁ ଚ୍ୟାଲେଞ୍ଜ କରିବାକୁ ଆଶାବାଦୀ ରହିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ)କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି, ମଙ୍ଗଳବାର ଭନଲାଲ ଦୁଆତିଙ୍କ ବିପକ୍ଷରେ ଟ୍ରାଏଲ୍‌ ବାଉଟ୍‌ ଥିଲେ ମଧ୍ୟ ତାଙ୍କୁ ଚୟନ କମିଟିର ଅଧ୍ୟକ୍ଷ ରାଜେଶ ଭଣ୍ଡାରୀଙ୍କ ଦ୍ୱାରା‘ଅଂଶଗ୍ରହଣରୁ ବଞ୍ଚତ୍ତ କରାଯାଉଛି’। ଅପରପକ୍ଷରେ କିଛିଦିନ ପୂର୍ବରୁ ବିଏଫ୍‌ଆଇ ଶୀର୍ଷ ଅଧିକାରୀଙ୍କୁ ନେଇ ମେରୀକମ୍‌ଙ୍କୁ ଚୟନ କରିବା ନିଷ୍ପତ୍ତି ନିଆଯାଇଥିଲା ବୋଲି ଭଣ୍ଡାରୀ ତାଙ୍କ ପକ୍ଷ ରଖି କହିଛନ୍ତି। ‘ଇଣ୍ଡିଆନ୍‌ ଓପନ୍‌ ସେମିଫାଇନାଲରେ ନିଖାତ୍‌ଙ୍କୁ ମେରୀକମ୍‌ ପରାସ୍ତ କରିଥିଲେ। ଜାତୀୟ କ୍ୟାମ୍ପ୍‌ରେ ଅନ୍ୟମାନଙ୍କଠାରୁ ମେରୀକମ୍‌ଙ୍କ ପ୍ରଦର୍ଶନରେ ସ୍ଥିରତା ରହିଆସିଛି। ନିଖାତ୍‌ ୟଙ୍ଗ୍‌ ଓ ଜଣେ ଶ୍ରେଷ୍ଠ ବକ୍ସର। ସମୟ ଆସିଲେ ତାଙ୍କ ପାଇଁ ସୁଯୋଗ ରହିଛି। ବର୍ତ୍ତମାନ କିନ୍ତୁ ସମ୍ପୂର୍ଣ୍ଣ ଭାବେ ପ୍ରଦର୍ଶନ ଓ ଅଭିଜ୍ଞତା ଆଧାରରେ ଚୟନ କରାଯାଇଛି’ ବୋଲି ଭଣ୍ଡାରୀ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। କିନ୍ତୁ ନିଖାତ୍‌ କହିଛନ୍ତି, ଏହି ନିଷ୍ପତ୍ତିକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟାନ୍ବିତ ହୋଇଛି। ପୂର୍ବରୁ ମୁଁ ୨୦୧୬ରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିସାରିଛି ଏବଂ ଯଦି ଫିଟ୍‌ ଅଛି ତାହାଲେ ୨୦୧୯ରେ କାହିଁକି ନୁହେଁ। ୟଙ୍ଗ୍‌ ଏକ କାରଣ ବୋଲି ଭାବୁନାହିଁ। ଓଭର୍‌ଓ୍ବେଟ୍‌ବର୍ଗର ଟ୍ରାଏଲ୍ସ ଗୁରୁବାର ପର୍ଯ୍ୟନ୍ତ ରହିଥିବାରୁ ତାଙ୍କୁ ଟାଏଲ୍ସର ସୁଯୋଗ ଦିଆଯାଉ ବୋଲି ନିଖାତ୍‌ ବିଏଫ୍‌ଆଇକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?