ବିଶ୍ୱକପ୍‌ରୁ ଷ୍ଟେଇନ୍‌ ଆଉଟ୍‌

ସାଉଥାମ୍ପଟନ୍‌, ୪।୬(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳକୁ ମଙ୍ଗଳବାର ଶକ୍ତ ଧକ୍କା ଲାଗିଛି। ଦଳର ପ୍ରମୁଖ ତଥା ଅଭିଜ୍ଞ ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ ଆଘାତଜନିତ ସମସ୍ୟା ଲାଗି ପୂରା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ କହୁଣିରେ ଆଘାତ ଲାଗିଥିବାରୁ ଷ୍ଟେଇନ ଦକ୍ଷିଣ ଆଫ୍ରିକାର ପ୍ରଥମ ଦୁଇ ବିଶ୍ୱକପ ମ୍ୟାଚ ଖେଳି ପାରି ନ ଥିଲେ। ଭାରତ ବିପକ୍ଷରେ ବୁଧବାର ଖେଳାଯିବାକୁ ଥିବା ମ୍ୟାଚ୍‌ ବେଳକୁ ସେ ସୁସ୍ଥ ହୋଇଯାଇଥିବେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା ରଖିଥିଲା। କିନ୍ତୁ ସେ ସୁସ୍ଥ ହୋଇପାରି ନାହାନ୍ତି। ଫଳରେ ତାଙ୍କ ବଦଳ ଖେଳାଳି ଭାବେ ବାମହାତୀ ଦ୍ରୁତ ବୋଲର ବେଉରାନ ହେଣ୍ଡ୍ରିକ୍ସଙ୍କୁ ବିଶ୍ୱକପ୍‌ର ବଳକା ମ୍ୟାଚ୍‌ ଲାଗି ଦକ୍ଷିଣ ଆଫ୍ରିକା ଦଳରେ ସାମିଲ କରାଯାଇଛି। ‘ଆଇସିସି ପୁରୁଷ ବିଶ୍ୱକପ୍‌ର ଇଭେଣ୍ଟ ଟେକ୍‌ନିକାଲ କମିଟି ଷ୍ଟେଇନ୍‌ଙ୍କ ବଦଳ ଖେଳାଳିଭାବେ ହେଣ୍ଡ୍ରିକ୍ସଙ୍କୁ ଦଳରେ ସାମିଲ କରିବାକୁ ଅନୁମତି ଦେଇଛି ବୋଲି ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକ ମିଡିଆ ରିଲିଜରେ କୁହାଯାଇଛି। ୩୫ ବର୍ଷୀୟ ଷ୍ଟେଇନ ଆଇପିଏଲ୍‌ର ଗତ ସଂସ୍କରଣରେ ଖେଳୁଥିବାବେଳେ କହୁଣିରେ ଆଘାତ ପାଇଥିଲେ। ସେ ବାଙ୍ଗାଲୋର ପାଇଁ କେବଳ ୨ଟି ମ୍ୟାଚ୍‌ ଖେଳିପାରିଥିଲେ। ଆଘାତ ସତ୍ତ୍ୱେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ସେ ସୁସ୍ଥ ନ ହେବାରୁ ତାଙ୍କୁ ଶେଷରେ ଦଳରୁ ବାଦ୍‌ ଦିଆଯାଇଛି। ଫଳରେ ଏହି ମହାନ ବୋଲରଙ୍କ ଅବସର ନେଇ ଏବେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri