ବିରୋଧୀଙ୍କ ନେତୃତ୍ୱକୁ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨।୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଶନିବାରଠାରୁ ଆରମ୍ଭ ହେବ। ଏହା ଏକ ମାସ ଧରି ଚାଲିବ। ଏହି ଅଧିବେଶନରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବାକୁ ଯାଉଛନ୍ତି। ଏହା ସହ ବିରୋଧୀଙ୍କୁ ସମ୍ମୁଖୀନ ହେବା ସକାଶେ ଶାସକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ଅନ୍ୟପଟେ ବିରୋଧୀ ମଧ୍ୟ ଶାସକ ଦଳକୁ ଘେରିବାକୁ ଯୋଜନା କରୁଛନ୍ତି। ହେଲେ ବିରୋଧୀଙ୍କ ଏହି ଯୋଜନା କାମ ଦେବନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।
ଗୋଟିଏ ପଟେ ଦୀର୍ଘ ବର୍ଷେରୁ ଅଧିକ ଦିନ ହୋଇଗଲା ବିରୋଧୀ ଦଳ ନେତା ଗୃହରେ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହୁଛନ୍ତି; ଯେଉଁଥିଲାଗି ବିରୋଧୀ ସେମାନଙ୍କ ରଣନୀତି ତିଆରି କରିବାରେ ବିଫଳ ହେଉଥିବା ଭାଜପା ବିଧାୟକମାନେ ମତ ରଖିସାରିଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇସାରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଛନ୍ତି। ତାରା ଏକଥାକୁ ସ୍ବୀକାର କରିସାରିଛନ୍ତି। ଏଭଳି ସ୍ଥିତିରେ ବିରୋଧୀ ଦଳଗୁଡ଼ିକର ନେତାମାନେ ସେମାନଙ୍କ ପଦରୁ ଇସ୍ତଫା ଦେବାପରେ ପରବର୍ତ୍ତୀ ରଣନୀତି କ’ଣ ହେବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏଭଳି ସ୍ଥିତିରେ କଂଗ୍ରେସର ଜଣେ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ୩ ଥର ଇସ୍ତଫା ଦେଇଥିବା ନେଇ ଘୋଷଣା କରିଥିଲେ। ହେଲେ ତାହା କ’ଣ କିଛି କାର୍ଯ୍ୟକାରୀ ହେଲା ? ତାଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇ ନାହିଁ କହି ସେ ଦାୟିତ୍ୱ ତୁଲାଇ ଚାଲିଲେ। ସେମିତି ଯଦି ନରସିଂହ ମିଶ୍ର ବିଧାୟକ ଦଳ ବୈଠକରେ ନେତୃତ୍ୱ ନେବାକୁ ମନା କରନ୍ତି ତେବେ ଯାଇ ଜଣାପଡ଼ିବ ସେ ଦାୟିତ୍ୱ ତୁଲାଇବାକୁ ଆଗ୍ରହୀ ନା ନାହିଁ। ଯେମିତି ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ଆଉ ଦାୟିତ୍ୱ ନେବାକୁ ମନା କରିଦେଲେ। ଫଳରେ ସୋନିଆ ଗାନ୍ଧୀଙ୍କୁ ଦଳର ନେତୃତ୍ୱ ନେବାକୁ ବାଧ୍ୟ କରାଗଲା। ଶେଷରେ ସେ ତାହା ତୁଲାଉଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ନରସିଂହ ମିଶ୍ର ଇସ୍ତଫା ଦେବା କଥା ସେ କେବେ ମଧ୍ୟ କହିନାହାନ୍ତି। ଆଉ ଜଣେ ବିଧାୟକ ଏ ବିଷୟରେ କହିଥିଲେ, ଆସନ୍ତା ୨ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ବିଧାୟକ ଦଳ ବୈଠକ ନରସିଂହ ବାବୁ ଡାକିଛନ୍ତି। ତାଙ୍କ ଇସ୍ତଫାପତ୍ର ମଧ୍ୟ କେହି ପାଇନାହାନ୍ତି। କେବଳ ଆଲୋଚନା ହେଲେ କିଛି ହେବ ନାହିଁ ବୋଲି ସେ କହିଛନ୍ତି। ବିଧାୟକ ବାହିନୀପତି କହିଛନ୍ତି, ବିଧାୟକ ଦଳ ବୈଠକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ହେବ। ସେ ଦେଇଥିବା ଇସ୍ତଫାପତ୍ର ଗ୍ରହଣ କରାଯାଇ ନ ଥିବା ତାରା କହିଛନ୍ତି। ସେହିପରି ଭାଜପା ବିଧାୟକ ଦଳ ନେତା ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବୋଲି ଦଳର କେତେଜଣ ବିଧାୟକ, ବିଧାୟିକା କହିଥିଲେ। ଦୀର୍ଘଦିନ ହେଲା ପବ୍ଲିକ ଆକାଉଣ୍ଟସ୍‌ କମିଟି ବୈଠକ ବସିପାରୁ ନାହିଁ। ଏହି କମିଟିର ଅଧ୍ୟକ୍ଷ ବିରୋଧୀ ଦଳ ନେତା ହୋଇଥିବାରୁ ଏହା ଅନୁଷ୍ଠିତ ହୋଇପାରୁନହିଁ। ଫଳରେ ବିରୋଧୀ ନିଜ ରଣନୀତି ପ୍ରସ୍ତୁତ କରିପାରୁ ନ ଥିବା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ମଧ୍ୟ କହିଥିଲେ। ଏହାସହ ବିଧାନସଭା ଅଧିବେଶନ ବସିବା ଆଗରୁ ନୂଆ କାହାକୁ ବିରୋଧୀ ଦଳ ନେତା ପଦବୀ ମିଳିବ ବୋଲି କେତେଜଣ ବିଧାୟକ ଯୁକ୍ତି ରଖିଥିଲେ। ହେଲେ ଏଯାଏଁ ତାହା ହେଲା ନାହିଁ। ତେବେ ବିରୋଧୀ ଦଳ ନେତା ପଦରେ ନୂଆ କାହାକୁ ଦାୟିତ୍ୱ ମିଳୁନାହିଁ ବୋଲି ଜଣେ ବିଧାୟକ କହିଛନ୍ତି। ଅପରପକ୍ଷରେ ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ବିରୋଧୀ ଦଳ ନେତା ବଦଳାଇବା କେନ୍ଦ୍ରର ଦାୟିତ୍ୱ। ଏହାସହ ବୁଧବାର ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ଶନିବାର ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri