‘ବିମୁଦ୍ରୀକରଣ ପରେ ମ୍ୟୁଚୁଆଲ ଫଣ୍ଡ ନିବେଶ ବଢିଛି’

ଭୁବନେଶ୍ୱର,୧୭-୭(ବ୍ୟୁରୋ): ବିମୁଦ୍ରୀକରଣ ପରେ ଦେଶରେ ମ୍ୟୁଚୁଆଲ ଫଣ୍ଡ ନିବେଶ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (ଏସ୍‌ଆଇପି) ଦ୍ୱାରା ନିବେଶ ଲାଗି ଅଧିକ ଆଗ୍ରହ ଦେଖାଉଛନ୍ତି। ଏପରିସ୍ଥିତିରେ ନିବେଶ ନେଇ ଲୋକମାନେ କିଭଳି ଠିକ୍‌ ନିଷ୍ପତ୍ତି ନେବେ ତାକୁ ଧ୍ୟାନରେ ରଖାଯାଇଛି ବୋଲି ୟୁଟିଆଇ ମ୍ୟୁଚୁଆଲ ଫଣ୍ଡର ଇଭିପି ଏବଂ ଫଣ୍ଡ ମ୍ୟାନେଜର ସ୍ବାତି କୁଲକର୍ଣ୍ଣି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମୁଦ୍ରାସ୍ଫୀତି ଲୋକଙ୍କର ସଞ୍ଚୟ କ୍ଷମତାକୁ ପ୍ରଭାବିତ କରୁଛି। ଦେଶର ମୁଦ୍ରାସ୍ଫୀତି ୧୦ରୁ ୪% ସ୍ତରକୁ ଖସିିଛି। ଜଣେ ଠିକ୍‌ ଭାବେ ପ୍ରସ୍ତୁତ କିମ୍ବା ସଚେତନ ନ ହେଲେ ନିବେଶ କିମ୍ବା ସଞ୍ଚୟ କରିପାରିବ ନାହିଁ। ବିଭିନ୍ନ ଆର୍ଥତ୍କ ଆବଶ୍ୟକତା ପୂରଣ କରିବା ବେଳେ ଲୋକଙ୍କର ସଞ୍ଚୟ ସଙ୍କୁଚିତ ହେଉଥିବା ଦେଖାଯାଉଛି। ଏପରି କ୍ଷେତ୍ରରେ ଦୈନଦିନର ଆବଶ୍ୟକତା ପୂରଣ ସହ ଅର୍ଥକୁ ଠିକ୍‌ ଭାବେ ନିବେଶ କରିବାର କୌଶଳକୁ ବିଚାର କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ଏହାକୁ ଧ୍ୟାନରେ ରଖି ନିବେଶକଙ୍କୁ ନିବେଶ ସଂକ୍ରାନ୍ତ ସଚେତନତା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି।
ୟୁଟିଆଇ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଫଣ୍ଡ ମ୍ୟାନେଜରଙ୍କ ଦେଶର ୨୫ ସହର ପରିଦର୍ଶନ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଲକର୍ଣ୍ଣି କହିଛନ୍ତି, ଚ୍ୟାନେଲ ପାର୍ଟନର, ଅଂଶୀଦାରଙ୍କ ମଧ୍ୟରେ ନିବେଶ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ସଚେତନତା ପାଇଁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ଦ୍ୱାରା ସାରା ଦେଶର ୫ ହଜାରରୁ ଉର୍ଦ୍ଧ୍ୱ ଅଂଶୀଦାରଙ୍କୁ ଭେଟିବା ନେଇ ଯୋଜନା ରହିଛି। ଏଥି ଲାଗି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।
ଓଡ଼ିଶା ଉପରେ ମତ ଦେଇ ସେ କହିଛନ୍ତି, ରାଜ୍ୟରେ ନିବେଶ ଟ୍ରେଣ୍ଡରେ ଦ୍ରୁତ ଅଭିବୃଦ୍ଧି ଘଟୁଛି। ଏଠାକାର ମୋଟ ନିବେଶକଙ୍କ ମଧ୍ୟରୁ ୩୫% ଇକ୍ୱିଟିରେ,୨୦% ହ୍ରାଇବ୍ରିଡ, ୩୦% ଲିକ୍ୱିଡିଟି ଏବଂ ୧୫% ନିବେଶକ ଡେଟ୍‌ ପ୍ରଡକ୍ଟରେ ନିବେଶ କରୁଛନ୍ତି। ଓଡିଶାରେ ମିଳିତ ଭାବେ ଇକ୍ୱିଟି ଏବଂ ହାଇବ୍ରିଡ ପ୍ରଡକ୍ଟରେ ଭଲ ରେସପନ୍ସ ମିଳୁଛି।
ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ଉପରେ ବଜେଟରେ ସରକାର ସରଚାର୍ଜ ଲାଗୁ କରିବାକୁ ପ୍ରସ୍ତାବ ଦେବା ପରେ ଷ୍ଟକ ବଜାରରେ ଆସିଥିବା ପ୍ରଭାବ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବଜାରରେ ସମୟ ସମୟରେ ବିଭିନ୍ନ ପ୍ରଭାବ ରହୁଛି। ଏ ନେଇ ଘରୋଇ ନିବେଶକଙ୍କ ନିବେଶ ପ୍ରଭାବିତ ହେବ ନାହିଁ। ବର୍ତ୍ତମାନ ଦେଶର ମୋଟ ଜିଡିପିକୁ ଟିକସର ଅଂଶ ବଢାଇବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲୋକମାନେ ଅଧିକ ଭାବେ ରିଟର୍ନ ଫାଇଲ କରନ୍ତୁ ବୋଲି ସରକାର ବିଚାର କରୁଛନ୍ତି। ଏହା ହେଲେ ଟିକସ ସଂଗ୍ରହ ବୃଦ୍ଧି ଘଟିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri