Posted inଫୁରସତ

ବିବିଧ କଳାରେ ନିପୁଣ ଫରେଷ୍ଟର

ପେସା ତାଙ୍କର ସରକାରୀ ଚାକିରି, ନିଶା କିନ୍ତୁ କାଠରେ ସୁନ୍ଦର ମୂର୍ତ୍ତି ତିଆରି କରିବା। କାଠରେ ସେ ରାଧାକୃଷ୍ଣ, ଗଣେଶ ଆଦି ଦେବଦେବୀଙ୍କ ମୂର୍ତ୍ତି ତିଆରି କରନ୍ତି। ଆଉ ସେଗୁଡ଼ିକ ରଙ୍ଗ କରିବା ପରେ ଲାଗନ୍ତି ସତେ ଯେମିତି ଜୀବନ୍ତ ପ୍ରତୀମା। କାଠ ଦେହରେ ଜୀବନ ଫୁଟାଉଥିବା ଏହି ବ୍ୟକ୍ତି ହେଉଛନ୍ତି ମାନସ ରଞ୍ଜନ ସାହୁ। ଦେବଗଡ଼ ଜିଲା ରିଆମାଳ ବ୍ଲକ ପାଇକନଗରର ପ୍ରଭାତ କୁମାର ସାହୁ ଓ ପଙ୍କଜିନି ସାହୁଙ୍କର ସେ ସନ୍ତାନ। ମାନସ ସ୍ନାତକ ରସାୟନ ବିଜ୍ଞାନ ସମ୍ମାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ୨୦୧୫ ଏପ୍ରିଲରେ ଦେବଗଡ଼ କେନ୍ଦୁପତ୍ର ବନଖଣ୍ଡରେ ଫରେଷ୍ଟର ଭାବେ ଯୋଗଦେଇଥିଲେ। ସେହିଦିନଠାରୁ ବନସୁରକ୍ଷା, ପରିବେଶ ସୁରକ୍ଷା କ୍ଷେତ୍ରରେ ସେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଆସୁଛନ୍ତି। ବନବିଭାଗର କର୍ମଚାରୀ ବୋଲି ଯେ, ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି, ତାହା ନୁହେଁ, ଜଙ୍ଗଲ ପ୍ରକୃତରେ ମାନବ ସମାଜର କେତେ ଉପକାର କରୁଛି ତାହା ସେ ମର୍ମେ ମର୍ମେ ଅନୁଭବ କରିଛନ୍ତି। ତେଣୁ ସେ ବନସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛନ୍ତି। ଫଳସ୍ବରୂପ ୨୦୧୮ ମେ ୨୧ରେ ଭୁବନେଶ୍ୱରଠାରେ ବିଶ୍ୱ ବନଦିବସ ପାଳନ ଅବସରରେ ତାଙ୍କୁ ସର୍ବଶ୍ରେଷ୍ଠ ଫରେଷ୍ଟର ଭାବେ ପୁରସ୍କୃତ କରାଯାଇଛି। ସେ କେବଳ ଯେ ବନସୁରକ୍ଷା ପ୍ରତି ଅଙ୍ଗୀକାର ହୋଇ ନାନା କାମ କରୁଛନ୍ତି ତାହା ନୁହେଁ, ଜଣେ ଉତ୍ତମ ଶିଳ୍ପୀ ମଧ୍ୟ ହୋଇପାରିଛନ୍ତି ମାନସ। ସେ କହନ୍ତି, ”ଦିନେ ଏମିତି ମନକୁ ଆସିଲା କାଠର ସୁନ୍ଦରମୂର୍ତ୍ତି ତିଆରି କଲେ କେମିତି ହୁଅନ୍ତା। ଆଉ ନିଜେ ନିଜେ ଚେଷ୍ଟା କଲି କାଠର ମୂତ୍ତିର୍ର୍ ତିଆରି କରିବାକୁ। କିଛିଟା ସଫଳ ହେଲେ ବି ସେତେ ନିଖୁଣ ହେଉ ନ ଥିଲା। ତେଣୁ ପରେ ଜଣେ କାଠମୂର୍ତ୍ତି ତିଆରି କରୁଥିବା ଶିଳ୍ପୀଙ୍କ ପାଖକୁ ଯାଇ ତାଙ୍କ କାମ ଦେଖିଲି। ଆଉ ଧୀରେ ଧୀରେ ଶିଖିଗଲି। ପ୍ରଥମେ ପ୍ରଥମେ ସେତେଟା ଭଲ ହେଉ ନ ଥିଲା। ଏବେ କିନ୍ତୁ କାଠର ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରିପାରୁଛି।“ ଏହି ମୂର୍ତ୍ତିଗୁଡ଼ିକୁ ତିଆରି କରି ମାନସ ବିଭିନ୍ନ କାର୍ଯ୍ୟାଳୟ, ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଉପହାରସ୍ବରୂପ ପ୍ରଦାନ କରନ୍ତି। କାରଣ ସେ ଏହାକୁ କୌଣସି ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ତିଆରି କରୁନାହାନ୍ତି ବୋଲି କହନ୍ତି। କାର୍ଯ୍ୟ ବ୍ୟସ୍ତତା ଭିତରେ ଟିକେ ସମୟ ପାଇଲେ ସେ ମୂର୍ତ୍ତି ତିଆରିରେ ଲାଗିଯାଆନ୍ତି। କାଠମୂର୍ତ୍ତି ସହ ସେ ଭଲ ଓ୍ବାଲପେଣ୍ଟିଂ ବି କରିପାରନ୍ତି। ଜୀବଜନ୍ତୁ ସହ ଜୀବନର ବିବିଧ ଚିତ୍ରକୁ ସେ ରଙ୍ଗତୂଳୀରେ ସୁନ୍ଦରଭାବେ ଫୁଟାଇଥାନ୍ତି। ଚିତ୍ରଶିଳ୍ପୀ, କାଠଶିଳ୍ପୀ ସହ ସେ ଜଣେ ଭଲ ବଂଶୀବାଦକ ମଧ୍ୟ। ସମୟ ପାଇଲେ ସେ ବଂଶୀ ବଜାନ୍ତି। ବଂଶୀ ବଜାଇବା ସମ୍ପର୍କରେ ସେ କହନ୍ତି, ”ଗୋହିରା ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢିବାବେଳେ ସ୍କୁଲର ରୋଷେୟା ଖୁବ୍‌ ସୁନ୍ଦର ବଂଶୀ ବଜାଉ ଥିଲେ। ସେଇ ବଂଶୀର ଧୂନ ଶୁଣିବା ପରଠୁ ବଂଶୀବାଦନ ପ୍ରତି ମୋର ଦୁର୍ବଳତା ବଢିଲା। ଆଉ ଦେବଗଡ଼ ଗଣେଶ ମେଳାରୁ ପ୍ରଥମେ ବଂଶୀ କିଣି ବଜାଇବା ଆରମ୍ଭ କରିଥିଲି। ସେବେଠାରୁ ବଜାଇ ଚାଲିଛି। ଏଥିପାଇଁ ସ୍ବତନ୍ତ୍ର ତାଲିମ ନେଇନି। ବଂଶୀ ଭଗବାନ କୃଷ୍ଣଙ୍କର ପ୍ରିୟ ଥିଲା। ଆମେ ସମସ୍ତେ ତାଙ୍କର କରୁଣାରୁ ସଂସାରରେ ରହିଛୁ। ତେଣୁ ମୋର ବଂଶୀ ଓ କୃଷ୍ଣଙ୍କ ମୂର୍ତ୍ତି ପ୍ରତି ସ୍ବତନ୍ତ୍ର ଦୁର୍ବଳତା ରହିଛି।“ ଚାକିରିଠାରୁ ଆରମ୍ଭ କରି ମୂର୍ତ୍ତି ତିଆରି ସବୁ କ୍ଷେତ୍ରରେ ତାଙ୍କର ସ୍ତ୍ରୀ ସୁମନ ସମ୍ପ୍ରିତା ପ୍ରେରଣା ଦେଇ ଆସିଛନ୍ତି ବୋଲି ମାନସ କହନ୍ତି। ତାଲିମ ନ ନେଇ ବି ସେ ସବୁଥିରେ ପାରଙ୍ଗମ ହୋଇପାରିଛନ୍ତି। ଏ ସମ୍ପର୍କରେ ସେ କହନ୍ତି, ”ଇଚ୍ଛା ଥିଲେ ସବୁ ସମ୍ଭବ। ତାଲିମର ଜରୁରୀ ଆବଶ୍ୟକତା ନାହିଁ।’

– ଶଶାଙ୍କ ଶେଖର ଝାଙ୍କର, ଦେବଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri