Posted inଫୁରସତ

ବିବିଧ କଳାରେ ନିପୁଣ ଫରେଷ୍ଟର

ପେସା ତାଙ୍କର ସରକାରୀ ଚାକିରି, ନିଶା କିନ୍ତୁ କାଠରେ ସୁନ୍ଦର ମୂର୍ତ୍ତି ତିଆରି କରିବା। କାଠରେ ସେ ରାଧାକୃଷ୍ଣ, ଗଣେଶ ଆଦି ଦେବଦେବୀଙ୍କ ମୂର୍ତ୍ତି ତିଆରି କରନ୍ତି। ଆଉ ସେଗୁଡ଼ିକ ରଙ୍ଗ କରିବା ପରେ ଲାଗନ୍ତି ସତେ ଯେମିତି ଜୀବନ୍ତ ପ୍ରତୀମା। କାଠ ଦେହରେ ଜୀବନ ଫୁଟାଉଥିବା ଏହି ବ୍ୟକ୍ତି ହେଉଛନ୍ତି ମାନସ ରଞ୍ଜନ ସାହୁ। ଦେବଗଡ଼ ଜିଲା ରିଆମାଳ ବ୍ଲକ ପାଇକନଗରର ପ୍ରଭାତ କୁମାର ସାହୁ ଓ ପଙ୍କଜିନି ସାହୁଙ୍କର ସେ ସନ୍ତାନ। ମାନସ ସ୍ନାତକ ରସାୟନ ବିଜ୍ଞାନ ସମ୍ମାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ୨୦୧୫ ଏପ୍ରିଲରେ ଦେବଗଡ଼ କେନ୍ଦୁପତ୍ର ବନଖଣ୍ଡରେ ଫରେଷ୍ଟର ଭାବେ ଯୋଗଦେଇଥିଲେ। ସେହିଦିନଠାରୁ ବନସୁରକ୍ଷା, ପରିବେଶ ସୁରକ୍ଷା କ୍ଷେତ୍ରରେ ସେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଆସୁଛନ୍ତି। ବନବିଭାଗର କର୍ମଚାରୀ ବୋଲି ଯେ, ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି, ତାହା ନୁହେଁ, ଜଙ୍ଗଲ ପ୍ରକୃତରେ ମାନବ ସମାଜର କେତେ ଉପକାର କରୁଛି ତାହା ସେ ମର୍ମେ ମର୍ମେ ଅନୁଭବ କରିଛନ୍ତି। ତେଣୁ ସେ ବନସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛନ୍ତି। ଫଳସ୍ବରୂପ ୨୦୧୮ ମେ ୨୧ରେ ଭୁବନେଶ୍ୱରଠାରେ ବିଶ୍ୱ ବନଦିବସ ପାଳନ ଅବସରରେ ତାଙ୍କୁ ସର୍ବଶ୍ରେଷ୍ଠ ଫରେଷ୍ଟର ଭାବେ ପୁରସ୍କୃତ କରାଯାଇଛି। ସେ କେବଳ ଯେ ବନସୁରକ୍ଷା ପ୍ରତି ଅଙ୍ଗୀକାର ହୋଇ ନାନା କାମ କରୁଛନ୍ତି ତାହା ନୁହେଁ, ଜଣେ ଉତ୍ତମ ଶିଳ୍ପୀ ମଧ୍ୟ ହୋଇପାରିଛନ୍ତି ମାନସ। ସେ କହନ୍ତି, ”ଦିନେ ଏମିତି ମନକୁ ଆସିଲା କାଠର ସୁନ୍ଦରମୂର୍ତ୍ତି ତିଆରି କଲେ କେମିତି ହୁଅନ୍ତା। ଆଉ ନିଜେ ନିଜେ ଚେଷ୍ଟା କଲି କାଠର ମୂତ୍ତିର୍ର୍ ତିଆରି କରିବାକୁ। କିଛିଟା ସଫଳ ହେଲେ ବି ସେତେ ନିଖୁଣ ହେଉ ନ ଥିଲା। ତେଣୁ ପରେ ଜଣେ କାଠମୂର୍ତ୍ତି ତିଆରି କରୁଥିବା ଶିଳ୍ପୀଙ୍କ ପାଖକୁ ଯାଇ ତାଙ୍କ କାମ ଦେଖିଲି। ଆଉ ଧୀରେ ଧୀରେ ଶିଖିଗଲି। ପ୍ରଥମେ ପ୍ରଥମେ ସେତେଟା ଭଲ ହେଉ ନ ଥିଲା। ଏବେ କିନ୍ତୁ କାଠର ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରିପାରୁଛି।“ ଏହି ମୂର୍ତ୍ତିଗୁଡ଼ିକୁ ତିଆରି କରି ମାନସ ବିଭିନ୍ନ କାର୍ଯ୍ୟାଳୟ, ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଉପହାରସ୍ବରୂପ ପ୍ରଦାନ କରନ୍ତି। କାରଣ ସେ ଏହାକୁ କୌଣସି ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ତିଆରି କରୁନାହାନ୍ତି ବୋଲି କହନ୍ତି। କାର୍ଯ୍ୟ ବ୍ୟସ୍ତତା ଭିତରେ ଟିକେ ସମୟ ପାଇଲେ ସେ ମୂର୍ତ୍ତି ତିଆରିରେ ଲାଗିଯାଆନ୍ତି। କାଠମୂର୍ତ୍ତି ସହ ସେ ଭଲ ଓ୍ବାଲପେଣ୍ଟିଂ ବି କରିପାରନ୍ତି। ଜୀବଜନ୍ତୁ ସହ ଜୀବନର ବିବିଧ ଚିତ୍ରକୁ ସେ ରଙ୍ଗତୂଳୀରେ ସୁନ୍ଦରଭାବେ ଫୁଟାଇଥାନ୍ତି। ଚିତ୍ରଶିଳ୍ପୀ, କାଠଶିଳ୍ପୀ ସହ ସେ ଜଣେ ଭଲ ବଂଶୀବାଦକ ମଧ୍ୟ। ସମୟ ପାଇଲେ ସେ ବଂଶୀ ବଜାନ୍ତି। ବଂଶୀ ବଜାଇବା ସମ୍ପର୍କରେ ସେ କହନ୍ତି, ”ଗୋହିରା ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢିବାବେଳେ ସ୍କୁଲର ରୋଷେୟା ଖୁବ୍‌ ସୁନ୍ଦର ବଂଶୀ ବଜାଉ ଥିଲେ। ସେଇ ବଂଶୀର ଧୂନ ଶୁଣିବା ପରଠୁ ବଂଶୀବାଦନ ପ୍ରତି ମୋର ଦୁର୍ବଳତା ବଢିଲା। ଆଉ ଦେବଗଡ଼ ଗଣେଶ ମେଳାରୁ ପ୍ରଥମେ ବଂଶୀ କିଣି ବଜାଇବା ଆରମ୍ଭ କରିଥିଲି। ସେବେଠାରୁ ବଜାଇ ଚାଲିଛି। ଏଥିପାଇଁ ସ୍ବତନ୍ତ୍ର ତାଲିମ ନେଇନି। ବଂଶୀ ଭଗବାନ କୃଷ୍ଣଙ୍କର ପ୍ରିୟ ଥିଲା। ଆମେ ସମସ୍ତେ ତାଙ୍କର କରୁଣାରୁ ସଂସାରରେ ରହିଛୁ। ତେଣୁ ମୋର ବଂଶୀ ଓ କୃଷ୍ଣଙ୍କ ମୂର୍ତ୍ତି ପ୍ରତି ସ୍ବତନ୍ତ୍ର ଦୁର୍ବଳତା ରହିଛି।“ ଚାକିରିଠାରୁ ଆରମ୍ଭ କରି ମୂର୍ତ୍ତି ତିଆରି ସବୁ କ୍ଷେତ୍ରରେ ତାଙ୍କର ସ୍ତ୍ରୀ ସୁମନ ସମ୍ପ୍ରିତା ପ୍ରେରଣା ଦେଇ ଆସିଛନ୍ତି ବୋଲି ମାନସ କହନ୍ତି। ତାଲିମ ନ ନେଇ ବି ସେ ସବୁଥିରେ ପାରଙ୍ଗମ ହୋଇପାରିଛନ୍ତି। ଏ ସମ୍ପର୍କରେ ସେ କହନ୍ତି, ”ଇଚ୍ଛା ଥିଲେ ସବୁ ସମ୍ଭବ। ତାଲିମର ଜରୁରୀ ଆବଶ୍ୟକତା ନାହିଁ।’

– ଶଶାଙ୍କ ଶେଖର ଝାଙ୍କର, ଦେବଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?