ଯାତ୍ରା ଅନିଲ କପୁର

ଓଡ଼ିଆ ଯାତ୍ରାର ଦର୍ଶକମାନେ ତାଙ୍କୁ ଅନିଲ କପୁର ବୋଲି କହିଥାନ୍ତି। ସେ ଏକ ନିଆରା ଢଙ୍ଗରେ ଆସନ୍ତି ମଞ୍ଚକୁ। ତାଙ୍କ ଡାଏଲଗ୍‌ କହିବାର ଶୈଳୀ ମଧ୍ୟ ଅଲଗା। ଆଙ୍ଗ୍ରିମ୍ୟାନ୍‌ର ଭୂମିକା ହେଉ କି ରୋମାଣ୍ଟିକ ଅଥବା ଟ୍ରାଜେଡି ସବୁକିଛି ସେ ଏକ ଭିନ୍ନବାଗରେ କରନ୍ତି। ସେଥିପାଇଁ ଯାତ୍ରା ଇଣ୍ଡଷ୍ଟ୍ରିଜ୍‌ରେ ତାଙ୍କର ଢେରସାରା ଚାହିଦା। ଏହି ଅଭିନେତା ଜଣକ ହେଉଛନ୍ତି ଚିକୁ କର। ତାଙ୍କର ଭଲ ନାମ ଦ୍ୱାରିକାରାମ କର ହୋଇଥିଲେ ମଧ୍ୟ ଯାତ୍ରା ଜଗତରେ ତାଙ୍କୁ ଚିକୁ ବୋଲି ଜାଣନ୍ତି। ଘର କେନ୍ଦ୍ରାପଡ଼ା ଜିଲା ପଞ୍ଚୁପାଣ୍ଡବ ଅଧୀନ କୁଶୁନପୁର ଗଁା। ବାପା ସ୍ବର୍ଗତ ନଗେନ୍ଦ୍ର କୁମାର କର ଏବଂ ମା’ ରେଣୁବାଳା କର। ପିଲାଟିବେଳୁ କଳା ପ୍ରତି ରୁଚି ଥିଲା। ନବମ ଶ୍ରେଣୀରେ ଥରୁଟିଏ ଯାତ୍ରାରେ ପାର୍ଟ କରିଥିଲେ। ତେଣୁ ଗ୍ରାଜୁଏଶନ୍‌ ସରୁ ସରୁ ସେ ଚାଲି ଆସିଲେ ଯାତ୍ରାକୁ। ତେବେ ତାଙ୍କର ଯାତ୍ରାକୁ ଆସିବାର କାହାଣୀଟି ବି ଭାରି ନିଆରା। ୧୯୯୨ ମସିହା କଥା। ଚିକୁଙ୍କ ଭଉଣୀଙ୍କ ଶାଶୁଘର ଧାନମଣ୍ଡଳ। ଭଉଣୀଙ୍କ ଶାଶୁଘର ଲୋକ ଅନେକ ଘର ଭଡ଼ାରେ ଲଗେଇଥିଲେ। ଗୋଟିଏ ଭଡ଼ାଘରେ ରହୁଥିଲେ ‘ଉତ୍କଳ ଗଣନାଟ୍ୟ’ ମାଲିକଙ୍କ ଜଣେ ସମ୍ପର୍କୀୟ ଭାଇ। ତାଙ୍କ ସହିତ ଚିକୁଙ୍କର ବନ୍ଧୁତା ଗଢ଼ି ଉଠିଥିଲା। ଦିନେ ତାଙ୍କ ସାଥିରେ ଚିକୁ ଯାଇଥିଲେ ବରୀ। ବରୀରେ ହିଁ ‘ଉତ୍କଳ ଗଣନାଟ୍ୟ’ର ରିହର୍ସାଲ ହେଉଥିଲା। ଚିକୁଙ୍କର ଆଗ୍ରହ ବଢ଼ିଲା ଯାତ୍ରାରେ ପାର୍ଟ କରିବା ପାଇଁ। ସେ ତାଙ୍କର ବନ୍ଧୁଙ୍କୁ କହି ମାଲିକଙ୍କୁ ଭେଟିବାକୁ ଗଲେ। ମାଲିକଙ୍କ ଘରକୁ ଯାଉଥିବା ବେଳେ ବାଟରେ ତାଙ୍କୁ ଶହେଟଙ୍କାର ଏକ ନୋଟ୍‌ ମିଳିଲା। ଚିକୁ ଭାବିଲେ ତାଙ୍କର ଶୁଭବେଳା ଅଛି। ଈଶ୍ୱର ତାଙ୍କୁ ଟଙ୍କା ଦେଇ ଆଶୀର୍ବାଦ କରିଛନ୍ତି ଆଉ ଯାତ୍ରାକୁ ଯିବା ଲାଗି ସଂକେତ ମଧ୍ୟ ଦେଇଛନ୍ତି। ଯା’ହେଉ ସେ ମାଲିକଙ୍କୁ ଭେଟିଲେ। ଚିକୁଙ୍କର ଚକୋଲେଟ୍‌ ଚେହେରା ଦେଖି ମାଲିକ ଖୁସି ହୋଇଗଲେ ଆଉ ପାର୍ଟିରେ ରଖିବା ପାଇଁ ସମ୍ମତି ଦେଲେ। ଆଡଭାନ୍ସ ଭାବରେ ଦୁଇଶହ ଟଙ୍କା ଦେଲେ। ବର୍ଷକୁ ପାଞ୍ଚ ହଜାର ଟଙ୍କାରେ ତାଙ୍କୁ ଚୁକ୍ତି କରାଗଲା। ପ୍ରଥମରୁ ନାୟକ ଭୂମିକାରେ ଅବତୀର୍ଣ୍ଣ ହେଲେ ସେ। ଏବେ ଚିକୁଙ୍କୁ ପଚାଶ ଟପି ଏକାବନ ବର୍ଷ ଚାଲିଲା। ଏବେ ମଧ୍ୟ ସେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଇତିମଧ୍ୟରେ ସେ ଶ୍ରୀକ୍ଷେତ୍ର ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ଟାଇଗର ତାରିଣୀ, ଶୁଭଶ୍ରୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ଶିବାନୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ଧଉଳି ଗଣନାଟ୍ୟ, ବିଶ୍ୱଦରବାର ଆଦିରେ ଅଭିନୟ କରିସାରିଛନ୍ତି। ସମ୍ପ୍ରତି ସେ ଯାତ୍ରା ମାୟାନଗରୀରେ ଅଭିନୟ କରୁଛନ୍ତି। ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ବିଦେଶିନୀ, କାହାଣୀ ଲାଗୁଛି ନୂଆ ନୂଆ, ମିଛ ମଣିଷ, ତମ ପିଲାର ମା’ ହେବିନି, ସରକାର ମତେ ଫାଶୀ ଦିଅ, ତମ ଛାତିରେ ଲାଗିଛି କାହା ସିନ୍ଦୂର, ମୋ ରେକର୍ଡ ପବ୍ଲିକ୍‌ କହିବେ, କିଏ କାଚ କିଏ କାଞ୍ଚନ, ସାବତ ମା’ ସାବିତ୍ରୀ, ଧନ ପାଖେ ମନ ବନ୍ଧା ପଡ଼ିଛି, ଦେଲେ ଧରା କଥା ସରେ, ନିଜ ନିଜର ରାମାୟଣ, କଥା ଦିଅ ମତେ କରିବନି ପର ଏବଂ ଆହୁରି ଅନେକ। ପତ୍ନୀ ବିଦ୍ୟୁଲତାଙ୍କ ପ୍ରେରଣାରୁ ଯାତ୍ରାରେ ଆଗକୁ ଆଗକୁ ଗତି କରୁଥିବା ଚିକୁଙ୍କ ପରିବାର କହିଲେ ଦୁଇପୁଅ ଆଶୀର୍ବାଦ ଓ ତଥାସ୍ତୁ, ଝିଅ ବର୍ଷା ଏବଂ ସାନଭାଇ ବାବୁରାମ କରଙ୍କ ଦୁଇସନ୍ତାନ ସ୍ବପ୍ନା ଓ ଆୟୁଷ୍ମାନ। ଯାତ୍ରା ତାଙ୍କ ଜୀବନକୁ ପୂର୍ଣ୍ଣ କରିଛି। ଯାତ୍ରାକୁ ଆସି ନ ଥିଲେ ଜୀବନ ଅଧା ରହିଯାଇଥାନ୍ତା ବୋଲି କହନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଧମାକା କରିବେ ସନ୍ନି: ଦର୍ଶକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ…

ମା’ ହେବାକୁ ଯାଉଛନ୍ତି ଦୀପିକା, ନୂଆ ଘରେ ରଣବୀରଙ୍କ ସହ ଆସିଲେ ନଜର

ମୁମ୍ବାଇ: ସୋମବାର ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କୁ ମୁମ୍ବାଇର ପଶ ବାନ୍ଦ୍ରା ଅଞ୍ଚଳରେ ଥିବା ସେମାନଙ୍କ ନୂଆ ଘରେ ଦେଖିବାକୁ ମିଳିଥିଲା। ଏବେ ଏହି ଦମ୍ପତିଙ୍କ…

୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri