ବିବାହ ବିଚ୍ଛେଦର ୧୪ବର୍ଷ ପରେ ପ୍ରଥମ ପତ୍ନୀଙ୍କ ପ୍ରେମରେ ପଡ଼ିଲେ ଏହି ସୁପରଷ୍ଟାର

ଫିଲ୍ମ ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଓ ଭାଙ୍ଗିବା ସାଧାରଣ କଥା। ବହୁଥର ଆମ ପସନ୍ଦର ପ୍ରତିଷ୍ଠିତ କଳାକାରଙ୍କ ସମ୍ପର୍କ ଗଢ଼ୁ ଗଢ଼ୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥାଏ। ହେଲେ ଏହି ସବୁ କଥା ଯେତେ ଲୁଚାଇଲେ ବି ବେଶୀ ଦିନ ଯାଏ ସମସ୍ତଙ୍କଠାରୁ ଲୁଚି ରହି ନ ଥାଏ। ଏଭଳି କିଛି ହଲିଉଡ୍‌ ଅଭିନେତା ବ୍ରାଡ ପିଟ୍ଟ ଓ ଅଭିନେତ୍ରୀ ଜେନିଫର ଏନିଷ୍ଟନଙ୍କ ସହ ଘଟିଥିବା ଜଣାପଡ଼ିଛି। ଏଞ୍ଜେଲିନା ଜୋଲିଙ୍କୁ ପିଟ୍ଟ ଦ୍ୱିତୀୟ ବିବାହ କରିଥିବା ବେଳେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଯାଇଛି। ପିଟ୍ଟ ଏବେ ସିଙ୍ଗିଲ୍‌ ଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାରି ଭିତରେ ପୂର୍ବତନ ପତ୍ନୀ ଜେନିଫର ଏନିଷ୍ଟନଙ୍କର ଦ୍ୱିତୀୟ ବିବାହର ବିଚ୍ଛେଦ ଖବର ଆସିଥିଲା। ନିଜ ଲାଇଫ୍‌ରେ ଏବେ ଉଭୟ ପିଟ୍ଟ ଓ ଜେନିଫର ଏକୁଟିଆ ଥିବା ବେଳେ ଦୁଇଜଣଙ୍କ ନାଁ ଏକାସାଙ୍ଗରେ ଯୋଡାହେଉଥିବା ଜଣାପଡ଼ିଛି। ପିଟ୍ଟ ଓ ଜେନିଫରଙ୍କ ମଧ୍ୟରେ ବନ୍ଧୁତା ହୋଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ପୁଣି ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା କୁହାଯାଉଛି। ପ୍ରାୟ ସମୟରେ ୨ଜଣଙ୍କୁ ଏବେ ଏକାଠି ଦେଖିବାକୁ ମିଳିଛି। ନିକଟରେ ହଲିଉଡ୍‌ର ପ୍ରସିଦ୍ଧ ଆଓ୍ବାର୍ଡ Screen Actors Guild Awards(SAG)ର ଆୟୋଜିତ ହୋଇଥିଲା। ଏଥିରେ ପିଟ୍ଟଙ୍କୁ ନିଜ ଫିଲ୍ମ ଓ ଜେନିଫରଙ୍କୁ ତାଙ୍କ ଶୋ’ ପାଇଁ ପୁରସ୍କୃତ କରାଯାଇଥିଲା। ତେବେ ପିଟ୍ଟ ସ୍ପିଚ୍‌ ଦେଉଥିବା ବେଳେ ଜେନିଫର ଖୁସି ହୋଇଯାଇଥିବା ବେଳେ ଜେନିଫର ସ୍ପିଚ୍‌ ଦେବା ସମୟରେ ପିଟ୍ଟ ଖୁସିରେ କାନ୍ଦି ପକାଇଥିଲେ। ଏହାପରେ ଦୁହେଁ ଫଟୋ ଉଠାଉଥିବା ସମୟରେ ପିଟ୍ଟ ଜେନିଫରଙ୍କ ହାତ ଥରିଥିବା ଦେଖିବାକୁ ମିଳିଛି।

 

 

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୂତାବକ ୨୦୦୦ରେ ପିଟ୍ଟ ଜେନିଫରଙ୍କୁ ବିବାହ କରିଥିବା ବେଳେ ୨୦୦୫ରେ ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ପିଟ୍ଟ ଫିଲ୍ମ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କୁ ଡେଟ୍‌ କରିଥିଲେ। ୨୦୦୫ରୁ ସେ ଏଞ୍ଜେଲିନାଙ୍କୁ ଡେଟ୍‌ କରୁଥିବା ବେଳେ ୨୦୧୪ରେ ବିବାହ କରିଥିଲେ। ହେଲେ ଦୁଇଜଣଙ୍କ ବିବାହ ବେଶୀ ଦିନ ଚାଲି ନ ଥିଲା। ୨୦୧୬ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ଏବେ ପୁଣି ପିଟ୍ଟ ତାଙ୍କ ଏକ୍ସ ଓ୍ବାଇଫ୍‌ଙ୍କ ସହ ରିଲେସନ୍‌ରେ ଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

କଙ୍ଗନାଙ୍କୁ ରକ୍ଷାବନ୍ଧନର ବିଶେଷ ଉପହାର ପଠାଇଲେ ବାବା ରାମଦେବ, ଜାଣନ୍ତୁ କ’ଣ ଦେଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୮: ରାଜନୈତିକ ଓ ସାର୍ବଜନୀନ ଜୀବନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ମଧ୍ୟରେ ସଂଳାପର ଆବଶ୍ୟକତା ଉପରେ ବଡ଼ ବାର୍ତ୍ତା ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ହରିଦ୍ୱାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri