ବିପର୍ଯ୍ୟୟ କାରଣ ନେଇ ୩୦ରେ ଆଲୋଚନା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କଂଗ୍ରେସ ପ୍ରଦର୍ଶନ ଖରାପ ହେବାପରେ ରାଜ୍ୟରେ ଦଳୀୟ ନେତାମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ବାପ-ପୁଅ ରାଜନୀତି କଥା ଉଠାଇ ରବିବାର ବରିଷ୍ଠ ନେତା କାହ୍ନୁ ଲେଙ୍କା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଥିଲେ। ହେଲେ ନିରଞ୍ଜନ କଥା ବୁଲାଇ ଆଉ ଗୋଟିଏ ତଥ୍ୟ ରଖୁଛନ୍ତି। ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଏଆଇସିସି ଓ ଜିଲା କମିଟି ପ୍ରାର୍ଥୀ କରିଥିବା ନିରଞ୍ଜନ କହିଛନ୍ତି। ହେଲେ କେବଳ ନିରଞ୍ଜନ ନୁହନ୍ତି ଦଳର ଆହୁରି ଅନେକ ନେତାଙ୍କ ପରିବାର ପିଛା ଦୁଇ ଦୁଇଟା ଟିକେଟ ମିଳିଲା। ନରସିଂହ ମିଶ୍ର ଏବଂ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର, ଜର୍ଜ ତିର୍କୀ ଓ ରାଜେଶ ଜୋଶେଫ ତିର୍କୀ, ଅନନ୍ତ ସେଠୀ ଝିଅ ମଧୁମିତା ସେଠୀ, ଭକ୍ତ ଦାସ ପୁଅ ସାଗର ଦାସ ଏଥର ଟିକେଟ ନେଇ ନିର୍ବାଚନ ଲଢିଥିଲେ। ହେଲେ ଏମାନଙ୍କ ମଧ୍ୟରୁ ସମସ୍ତ ପ୍ରାର୍ଥୀ ହାରିଥିବା ବେଳେ କେବଳ ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି। ପୂର୍ବରୁ ଏନେଇ ଦଳ ଭିତରୁ ବହୁ ନେତା ପ୍ରଶ୍ନ ଉଠାଇଥିଲେ। ହେଲେ ବର୍ତ୍ତମାନ ଫଳାଫଳ ପ୍ରକାଶ ପାଇବାପରେ ପାରିବାରିକ ରାଜନୀତି କଥାକୁ ନେଇ ନିରଞ୍ଜନଙ୍କ ବିରୋଧରେ ବିରୋଧୀ ସିଧାସିଧା ଅଭିଯୋଗ କଲେଣି।
ଅପରପକ୍ଷରେ ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କାରଣ ଖୋଜିବାକୁ ପିସିସି ସଭାପତି ଏକ ୨୧ଜଣିଆ କମିଟି ଗଠନ କରିଛନ୍ତି। ନରସିଂହ ମିଶ୍ରଙ୍କୁ କମିଟି ଅଧ୍ୟକ୍ଷଭାବେ ଦାୟିତ୍ୱ ଦିଆଯାଇଛି। କିନ୍ତୁ ୩୦ତାରିଖରେ ଏଆଇସିସିର ଏକ ଟିମ୍‌ ଏହି ପ୍ରସଙ୍ଗକୁ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରିବେ। ବୈଠକରେ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ, ଟି.ଏସ୍‌ ସିଂ ଦେଓ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ବିଜୟୀ ଓ ପରାଜିତ ପ୍ରାର୍ଥୀମାନେ ମଧ୍ୟ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ସେଦିନ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ବଛାଯିବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି। ହେଲେ ଏସବୁ କାର୍ଯ୍ୟକ୍ରମକୁ ଦଳର ବହୁ ବରିଷ୍ଠ ନେତା ସମାଲୋଚନା କରିବା ଆରମ୍ଭ କଲେଣି। ନିରଞ୍ଜନଙ୍କ ଭୁଲ୍‌ ତ୍ରୁଟିକୁ ଘୋଡାଇବା ପାଇଁ ଏଭଳି ବାହାନା କରାଯାଉଥିବା କିଛି ନେତା କହିଲେଣି। ଅନ୍ୟପଟେ କାରଣ ଖୋଜିବା ପାଇଁ ଗଠନ କରାଯାଇଥିବା ୨୧ ଜଣିଆ କମିଟିକୁ ମଧ୍ୟ ସମସ୍ତେ ବିଶ୍ୱାସକୁ ନେଇପାରୁ ନାହାନ୍ତି। ହେଲେ ଆସନ୍ତା ୩୦ରେ ହେବାକୁ ଥିବା ବୈଠକରେ ଦଳୀୟ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେବାରେ ଲାଗିଛି।
ଦଳର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଦଳର ପ୍ରଦର୍ଶନ କାହିଁକି ଏତେ ଖରାପ ହେଲା ସେନେଇ ଖୋଲାଖୋଲି ଭାବେ ଆଲୋଚନା ହେଉ। କ’ଣ ତ୍ରୁଟି ରହିଲା ତାର ସମୀକ୍ଷା ହେବା ଆବଶ୍ୟକ। ନିର୍ବାଚନ ପରିଚାଳନାରେ ସମ୍ପୃକ୍ତ ଥିବା ନେତାଙ୍କ ମଧ୍ୟରୁ କେତେଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ତେବେ ସମୀକ୍ଷା ପୂର୍ବରୁ ପିସିସି ସଭାପତି ପଦ ନିରଞ୍ଜନ କାହିଁକି ଛାଡିଲେ ସେକଥା ସ୍ପଷ୍ଟ ହେବା ଆବଶ୍ୟକ। ତାଙ୍କ ଇସ୍ତଫା କଥା କେହି ଦାବି କରି ନାହାନ୍ତି, ଦଳର ଭୁଲ୍‌କୁ ଖୋଜି ତା’ର ସମାଧାନ କଥା କହିଥିଲୁ ବୋଲି ଛାଡିଛନ୍ତି। ବରିଷ୍ଠ ନେତା ଅନନ୍ତ ସେଠୀଙ୍କ କହିବା କଥା, ପିସିସି ସଭାପତି ଇସ୍ତଫା ଦେବାପରେ କୌଣସି କମିଟିରେ ଆମେ ନାହୁଁ। ଦଳ ବିରୋଧରେ ଏବେ ବହୁତ କଥା ଚର୍ଚ୍ଚା ହେବ। ଆଗକୁ କ’ଣ ହେଉଛି ତାହା ଦେଖିବା ଦରକାର। ବୈଠକ ହେବା ନେଇ କୌଣସି ଖବର ତାଙ୍କ ପାଖରେ ନ ଥିବା ଅନନ୍ତ କହିଛନ୍ତି।
ଏସବୁ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, କଂଗ୍ରେସ ଯେଉଁ ରଣନୀତିରେ ନିର୍ବାଚନ ଲଢିଛି ତାହା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବା ଆବଶ୍ୟକ। ଲୋକମାନେ ଏବେ ପ୍ରଲୋଭନର ଶିକାର ହେଲେଣି। କଂଗ୍ରେସର ଭୋଟ୍‌ ପ୍ରତିଶତ କମିବା ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା। ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ନଚେତ୍‌ ଦଳକୁ ଆହୁରି ନେତା ଓ କର୍ମୀ ଚାଲିଯିବେ ବୋଲି ପ୍ରଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri