ବିପଦରେ ବଣ୍ଡା ସଂସ୍କୃତି

ଦ୍ୱିତୀ ଚନ୍ଦ୍ର ସାହୁ

ଘୋଡେଇ ହୋଇଛି ମାଛକାତିଆ ଆକାଶ। ନୀଳ ଓ ଧଳାର ଅପୂର୍ବ ସମନ୍ବୟରେ ଆକାଶ ଆହୁରି ଆକର୍ଷଣୀୟ ହୋଇଉଠିଛି ଶରତର ପହିଲି ଛୁଆଁରେ। ସବୁ ନୀରବତାକୁ ଭାଙ୍ଗି ଶୁଣିବାକୁ ବାଧ୍ୟ କରୁଛି ପାହାଡି ଝରଣାର ମୂର୍ଚ୍ଛନା। ପାହାଡ ଉପରେ ମାଡି ବସିଛି ହଳଦିଆ ରଙ୍ଗ ଠାଏ ଠାଏ। ମାଣ୍ଡିଆ ଫସଲ ପାଚି ଆସୁଥିବାର ସଂକେତ। ମଝିରେ ଲମ୍ବିଛି କଳା ମଚ ମଚ ନୂଆ ରାସ୍ତା ପାହାଡ ଉପରକୁ ଉଠିବାକୁ। ରାସ୍ତା ମଝିରେ ଠିଆ ହେଲେ ଲାଗିବ ଏହା ଘାଟି ନୁହେଁ, ସ୍ବର୍ଗକୁ ଚଢିବାକୁ ଆମନ୍ତ୍ରଣ। ଏମିତି ଏକ ଆକର୍ଷଣରେ ଚଢୁଥିଲା ଆମ ଗାଡି ଖଇରପୁଟରୁ ମୁଦୁଲିପଡାକୁ। ମୁଦୁଲିପଡା ବଣ୍ଡା ଦେଶର ରାଜଧାନୀ। ଘାଟି ଉପର ଇଲାକା ହେଉଛି ବଣ୍ଡା ଦେଶ। ଘାଟି ତଳର ଲୋକଙ୍କ ପାଇଁ ବଣ୍ଡା ରାଇଜ। ପ୍ରାକୃତିକ ଶୋଭାରାଜିରେ ତିନି ହଜାର ଫୁଟ ଉଚ୍ଚତାରେ ଥିବା ବଣ୍ଡା ଦେଶ ଆଗନ୍ତୁକଙ୍କ ଲାଗି ଗୋଟିଏ ଆକର୍ଷଣ। ଦୁଇ ତିନିଟା ମୋଡ ଉଠିବା ପରେ ଗାଡି ଅଟକାଇବାକୁ ବିବଶ କରିବ ପାହାଡ ତଳର ଦୃଶ୍ୟ, କ୍ୟାମେରାରେ ଧରି ରଖିବାକୁ। ପ୍ରତି ମୋଡରେ ପାହାଡ ତଳର ସେଇ ଏକା ଦୃଶ୍ୟ ବଦଳିବା ଭଳି ଲାଗେ କୋଉ ସିନେମାର ଦୃଶ୍ୟପଟ ପରି। ଏମିତି ଅଦ୍ଭୁତ ଅନୁଭବ ଭିତରେ ଯେତେ ଉପରକୁ ଉଠୁଥିଲୁ ସେତିକି ସେତିକି ଉଦ୍‌ବେଳନ ବଢୁଥିଲା ବଣ୍ଡା ଦେଶର କାହାଣୀକୁ ସାଉଁଟିବାକୁ। ବ୍ୟଗ୍ର ହୋଇପଡୁଥିଲା ମନ ବଣ୍ଡା ଗାଁରେ ବୁଲି ବଣ୍ଡାଙ୍କ ସହ ଗପିବାକୁ। ବାଟରେ ଗୋଟିଏ ମୋଡରେ ଡାଲଖାଇ। ଡାଳ ଦେଇ ପୂଜା କରାଯାଏ। ଘାଟି ଚଢି କିଛି ଦୂର ତଳକୁ ଓହ୍ଲାଇଲା ପରେ ଦେଖାଗଲା ମୁଦୁଲିପଡା। ବଣ୍ଡା ଦେଶର ପ୍ରଥମ ଗାଁ। ବାଟରେ ଥିବା ଆବାସିକ ବିଦ୍ୟାଳୟ ସମସ୍ତଙ୍କୁ ସ୍ବାଗତ ଜଣାଏ। ବଣ୍ଡା ପିଲାମାନେ ସଭ୍ୟ ଶିକ୍ଷିତ ହେବାର କାରଖାନା। ବର୍ଷ ବର୍ଷ ଧରି ପିଢି ପରେ ପିଢି ବଣ୍ଡା ପିଲାମାନେ ଏଠି ନିଜକୁ ଭିନ୍ନ ରୂପରେ ଗଢିଛନ୍ତି। ସାମାନ୍ୟ ଦୂରରେ ବଣ୍ଡାଙ୍କ ଉନ୍ନତି ଲାଗି ସ୍ବତନ୍ତ୍ର ପ୍ରକଳ୍ପର କାର୍ଯ୍ୟାଳୟ। କିନ୍ତୁ ବଣ୍ଡା ଗାଁରେ ବୁଲିଲା ପରେ ସବୁ କିଛି ପାଣିଚିଆ ଲାଗିଲା। ମଣିଷଗଢା କାରଖାନାରୁ ବାହାରୁଥିବା ଅଧିକାଂଶ ପିଲା ପରିବାରର ବୋଝ। ପାରମ୍ପରିକ ଚାଷରେ ନିଜର ଭାଗିଦାରିତା ଦେଇପାରୁନାହାନ୍ତି। ଅଧାପାଠୁଆ ହୋଇଥିବାରୁ ଚାକିରି ପାଇଁ ଯୋଗ୍ୟ ହୋଇପାରୁ ନାହାନ୍ତି। ଅଥଚ ସଭ୍ୟ ହୋଇଥିବାର ନିଆରା ଅନୁଭବ ଭିତରେ ସେମାନଙ୍କ ନିଜ ନିଜର ଆବଶ୍ୟକତା କାହିଁରେ କେତେ ବଢିଯାଇଛି। ଯେଉଁମାନେ ଚାକିରି କରୁଛନ୍ତି ସେମାନେ ପୁଣି ବଣ୍ଡା ଘାଟିକୁ ଆସି ମାଟି ଘର, ଅସ୍ବାସ୍ଥ୍ୟକର ଗାଁ ପରିବେଶ, ଝରଣା ପାଣିର ଜଳକୁ ନେଇ ବଞ୍ଚିବା କଷ୍ଟକର ହୋଇପଡୁଛି। ସେମାନେ ଜରୁରୀ ସମୟ ବ୍ୟତୀତ ଅନ୍ୟ ସମୟରେ ଗାଁର କିମ୍ବା ଜାତିର ଉନ୍ନତି ବିଷୟରେ ଚିନ୍ତା କରୁ ନ ଥିବା ଗାଁରେ ଥିବା ଅଧାପାଠୁଆ ବଣ୍ଡା ପିଲାଙ୍କ ସହ କଥା ଛଳରେ ଜାଣି ହେଲା। ଜଗତୀକରଣର ମହାସ୍ରୋତରେ ସାମିଲ ହୋଇ ବଣ୍ଡା ଯୁବ ପିଢିଙ୍କ ଭେକ ଓ ଭିକ ବଦଳିଯାଇଛି। ବଣ୍ଡା ରମଣୀ ପାରମ୍ପରିକ ଅଳଙ୍କାର ଆଉ ପିନ୍ଧୁ ନାହିଁ। ଗାଁରେ ଥିବା କାଁ ଭାଁ ବୟସ୍କା ମହିଳାମାନେ କେବଳ ନିଜ ପାଖରେ ଥିବା ପାରମ୍ପରିକ ଅଳଙ୍କାରକୁ ପିନ୍ଧୁୁଛନ୍ତି। ବଣ୍ଡାଙ୍କ ଭିତରେ ଚେତନା ଜାଗ୍ରତ ହେବା ଭଲ କଥା। ବଣ୍ଡା ଦେଶରେ ବୈପ୍ଲବିକ ସାମାଜିକ ପରିବର୍ତ୍ତନ ହୋଇଛି। ପାରମ୍ପରିକ ଖୋଦେଇ ଦ୍ୱାର ସହ ନୁଆଁଣିଆ ଚାଳଘର କେତୋଟି ପ୍ରାଚୀନତାକୁ ବାନ୍ଧି ରଖିଛି ସତ। ବାକି ଘରଗୁଡିକ ଟିଣ ଓ ଟାଇଲରେ ସଜେଇ ହୋଇ ନୂତନତାକୁ ଆବୋରିଛି। ଗାଁ ପାଖ ପାହାଡ ସବୁ ନଣ୍ଡା ହୋଇଗଲାଣି। ଚାଷବାସରେ ସେଭଳି ଆଖିଦୃଶିଆ ଫରକ ନାହିଁ। ସେଇ ପାରମ୍ପରିକ ମାଣ୍ଡିଆ, କାଙ୍ଗୁଲ, ସୁଆଁ, ମକା, କଦଳୀ ଚାଷ ଭିତରେ ସୀମିତ। ଏସବୁ ପରିବାରର ପେଟକୁ ନିଅଣ୍ଟ। ଏଣେ ଯୁବପିଢି ଆଧୁନିକତାର ସ୍ପର୍ଶରେ ମତୁଆଲା। ବୃତ୍ତି ଓ ପ୍ରବୃତ୍ତି ବଦଳିଛି। ବଢୁଛି ସେମାନଙ୍କ ଆବଶ୍ୟକତା। ପରିବାରର ବଞ୍ଚତ୍ବା ଚିନ୍ତା ସହ ଯୁବପିଢିଙ୍କ ମୌଳିକ ଆବଶ୍ୟକତା ମେଣ୍ଟାଇବାକୁ ପରିବାର ନିକଟରେ ଅର୍ଥର ଅଭାବ। ଅର୍ଥ ଲାଗି ନିଜ ଦେଶ ଛାଡୁଛନ୍ତି ଏବେ ବଣ୍ଡା। ବଣ୍ଡା ରମଣୀ ସବୁବେଳେ ପରିଶ୍ରମୀ। ପୁରୁଷର ହାତ ଟେକାକୁ ତା’ର ଅପେକ୍ଷା ନାହିଁ। ଡଙ୍ଗର ଭଲ ତ ସେ ଭଲ। ତା’ଠାରୁ ବୟସରେ କମ୍‌ ହୋଇଥିଲେ ବି ପୁରୁଷ ଚାଷବାସରେ ବଣ୍ଡା ରମଣୀଠାରୁ ବହୁ ପଛରେ। ହେଲେ ସେମାନଙ୍କର ବଦଳିଛି ମିଜାଜ। ଏବେ ସେ ଯାଉଛି ଦାଦନ ଖଟିବାକୁ। ବଣ୍ଡା ଓ ବଣ୍ଡା ରମଣୀ ମିଶି ଆନ୍ଧ୍ରକୁ ନିର୍ମାଣ ଶ୍ରମିକ ଭାବେ ବହୁ ସଂଖ୍ୟାରେ ଭିଟାମାଟି ଛାଡୁଥିବା ଶୁଣିଲା ପରେ ସବୁତକ ଆବେଗ ଓ ଆକର୍ଷଣ ଯେମିତି ଗୋଟିଏ ବିନ୍ଦୁରେ ଆସି ଠୁଳ ହୋଇଗଲା। ବଣ୍ଡାଙ୍କ ଭିତରେ ଏଇ ପରିବର୍ତ୍ତନ ଗୋଟେ ଗଣ୍ଠିମୁକ୍ତ, ସରଳ ଅଥଚ ଦୁର୍ଦ୍ଧର୍ଷ ଜାତିକୁ ବିଲୁପ୍ତି ଆଡକୁ ଟାଣି ନେଉଥିବା ଅନୁଭବ ହେଲା। ଅଚିରେ ଗୋଟିଏ ଜାତିର ମହାନ ସଂସ୍କୃତି ଲୋପ ପାଇଯିବାର ଆଶଙ୍କା ପ୍ରକାଶ ପାଇଲା। ଏଇ ସମୟରେ ଗାଁ ଭିତରେ ପ୍ରବେଶ କରୁଥିଲା ଚକଚକିଆ ଦାମୀ ଗାଡି। ଶ୍ରମିକ ଯୋଗାଡ ଲାଗି ଆସିଥିବା ଦଲାଲକୁ ଦେଖି କ୍ରମଶଃ ଭିଡ ଜମାଉଥିଲେ ବଣ୍ଡା ଯୁବତୀଯୁବକ। ଆଶଙ୍କାକୁ ସତ୍ୟ ପ୍ରମାଣିତ କରିବା ଲାଗି ପ୍ରମାଣର ଆଉ ଆବଶ୍ୟକତା ନ ଥିଲା। ପାରମ୍ପରିକ ବେଶଭୁଷାରେ ଥିବା ବଣ୍ଡା ମହିଳାଙ୍କ ଫୋଟୋଟିଏ ଲାଗି ମନ କିନ୍ତୁ ଆହୁରି ବିକଳିଆ ହୋଇପଡୁଥିଲା।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା,
ମୋ- ୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri