ବିପଦରେ ଜୈବ ବିବିଧତା: ୮୫ ପ୍ରତିଶତ ଜମିର ମାଟି ଅମ୍ଳଯୁକ୍ତ,ଫସଲ ଉତ୍ପାଦନରେ ବାଧକ

ନୟାଗଡ଼ ଅଫିସ,୧୬ା୩: ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଜୈବ ବିବିଧତା ବିପଦରେ ରହିଛି। ଏହି କାରଣରୁ ନୟାଗଡ଼ ଜିଲାର ୮୫ ପ୍ରତିଶତ ଜମିର ମାଟି ଅମ୍ଳଯୁକ୍ତ ହୋଇସାରିଲାଣି। ଏହି ଅମ୍ଳଯୁକ୍ତ ମାଟି ଫସଲ ଉତ୍ପାଦନରେ ବାଧକ ସାଜିଛି। ଏପରିସ୍ଥଳେ ସରକାର ୨୦୧୭-୧୮ ଆର୍ଥିକବର୍ଷରୁ ପରମ୍ପରାଗତ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏହି ଯୋଜନା ଜିଲାର କେବଳ ଓଡ଼ଗାଁ ଓ ରଣପୁର ବ୍ଲକରେ ସୀମିତ ହୋଇ ରହିଯାଇଛି।
ମାଟି ଜୀବନ୍ତ ଓ ଏଥିରେ ରାସାୟନିକ ପରିବର୍ତ୍ତନ ଲାଗିରହିଥାଏ। ହେଲେ ଆମର ଦୂରଦୃଷ୍ଟି ଅଭାବ ଯୋଗୁ ମାଟି ଅମ୍ଳଯୁକ୍ତ ହେବାରେ ଲାଗିଛି। ଏଣୁ ଜୀବଜଗତର ବିଭିନ୍ନ ଆବଶ୍ୟକତାକୁ ମେଣ୍ଟାଉଥିବା ମାଟିର ଜୈବ ବିବିଧତା ବିପଦକୁ ଠେଲି ହୋଇଯାଉଛି। ଏହାକୁ ଅଣଦେଖା କରାଯାଉଥିବାରୁ ମାଟିରେ ଫସଲ ଉପତ୍ାଦନ କମି ଚାଲିଛି। ଏହା ପରିବେଶ ଉପରେ ମଧ୍ୟ କୁପ୍ରଭାବ ପକାଉଛି। ଡେରିରେ ହେଲେ ବି ଭାରତ ସରକାର ପରମ୍ପରାଗତ କୃଷି ବିକାଶ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଜୈବିକ ପ୍ରଣାଳୀରେ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କୃଷି ବିଭାଗର ସୂଚନା ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଜିଲାର ରଣପୁର ବ୍ଲକରେ ୧୫୦୦ ଏକର ଜମିରେ ୯୦୭ ଚାଷୀ ଜୈବିକ ପ୍ରଣାଳୀରେ ଖାଦ୍ୟଶସ୍ୟ ଉପତ୍ାଦନ କରିଛନ୍ତି। ଓଡଗଁା ବ୍ଲକରେ ୫୦୦ ଏକରରେ ୩୦୦ ଚାଷୀ ଜୈବିକ ପଦ୍ଧତିରେ ଚାଷ କରିଥିବା ଜଣାପଡିଛି। ସେହିପରି ୨୦୧୮-୧୯ରେ ରଣପୁରରେ ୭୭୦ ଏକରରେ ୪୪୦ ଚାଷୀ, ଓଡ଼ଗାଁରେ ୩୦୦ ଏକରରେ ୧୭୩ ଚାଷୀ ଏବଂ ୨୦୧୯-୨୦ରେ ରଣପୁରରେ ଏକ ହଜାର ଏକରରେ ୬୨୩ ଚାଷୀ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି। ହେଲେ ସଚେତନତା ଅଭାବରୁ ଏହା ଚାଷୀଙ୍କ ପାଖରେ ଅପହଞ୍ଚ ହୋଇରହିଥିବା କୁହାଯାଉଛି। ଗଣିଆର ଚାଷୀ ରାମଚନ୍ଦ୍ର ପ୍ରଧାନ କୁହନ୍ତି, ରାସାୟନିକ ସାର ଓ କୀଟନାଶକ ନ ଦେଲେ ଫସଲ ଫଳୁନି। ଫସଲ ନ ହେଲେ ଆମ ରୋଜଗାର କମିଯିବ। କ୍ଷତିରେ ପଡିବୁ। ଜୈବିକ ପଦ୍ଧତିରେ ଚାଷ କଲେ ଲାଭ ଓ କ୍ଷତି ସମ୍ପର୍କରେ ଆମକୁ କେହି ବୁଝାଉ ନାହାନ୍ତି। ଏ ଦିଗରେ ସଚେତନତା କରାଯିବା ଆବଶ୍ୟକତା ରହିଛି। ଓଡ଼ଗାଁର ଚାଷୀ ଦାମ ସାହୁ କୁହନ୍ତି, ଓଡ଼ଗାଁ ବ୍ଲକର କେଉଁ ଅଞ୍ଚଳରେ ଜୈବିକ ପଦ୍ଧତିରେ ଚାଷ ହେଉଛି ତାହା କୃଷି ବିଭାଗ ଜାଣିଥିବ। ଆମେ ଜୈବିକ ପଦ୍ଧତିରେ ଚାଷ କରିବାକୁ ଆଗ୍ରହୀ ଥିଲେ ମଧ୍ୟ ଅମଳ ଅଧିକ ନ ହେବାରୁ ରାସାୟନିକ ଓ କୀଟନାଶକ ବ୍ୟବହାର କରିବାକୁ ବାଧ୍ୟ ହେଉଛୁ। ବୈଜ୍ଞାନିକ ପ୍ରମୋଦ ପୃଷ୍ଟିଙ୍କ ସୂଚନା ଅନୁସାରେ ଏସିଡିଟି ବଢ଼ିଲେ ମାଟି ଅମ୍ଳ ହୋଇଯାଏ। ଅମ୍ଳ ମାଟିରେ ଯବକ୍ଷାରଜାନ, ଫସ୍‌ଫରସ, ପଟାସ, କ୍ୟାଲସିୟମ ଥିଲେ ଗଛ ଖାଦ୍ୟ ରୂପେ ଗ୍ରହଣ କରିପାରେ ନାହିଁ। ପୁଣି ଅମ୍ଳମାଟିରେ ଜୈବିକ ଅଙ୍ଗାର ଓ ଅଣୁଜୀବଙ୍କ ସଂଖ୍ୟା କମ ରହିଥାଏ। ଆଲମୁନିୟମ ଓ ଲୌହ ଅଧିକ ଥିବାରୁ ଫସଲ ପାଇଁ କ୍ଷତିକାରକ ହୋଇଥାଏ। ଅମ୍ଳ ମାଟିରେ ଚୂନ ସହ ଗୋବର ମିଶା ଖତ ପକାଇବା ଦରକାର। ସେହିପରି କାଗଜ ମଣ୍ଡ ମଧ୍ୟ ଦେବା ଦରକାର। ହେଲେ ଏହା ପର୍ଯ୍ୟାପ୍ତ ପରିମାଣର ମିଳୁ ନାହିଁ। ଗାଈ ସଂଖ୍ୟା କମିବା କାରଣରୁ ଗୋବର ଖତ ମିଳୁ ନାହିଁ। ଏଣୁ ଜୈବିକ କୃଷି ଲୋକପ୍ରିୟତା ହୋଇପାରୁ ନାହିଁ। ନୟାଗଡ଼ର ଅବସରପ୍ରାପ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ଶିଶିର କୁମାର ପଣ୍ଡା କୁହନ୍ତି, ରାସାୟନିକ ସାର ପ୍ରୟୋଗ ଦ୍ୱାରା ମାଟି ଅମ୍ଳ ହେବା ସ୍ବାଭାବିକ। ତେବେ ଜୈବିକ ସାର ପ୍ରସ୍ତୁତ କରି ମାଟିରେ ପ୍ରୟୋଗ କଲେ ଅମ୍ଳ କମିବା ସହ ଉର୍ବରତା ବଢ଼ିବ। ଏହା ଦ୍ୱାରା ଖର୍ଚ୍ଚ କମିବ। ଅମଳ ଅଧିକ ନ ହେଲେ ବି ପରିବେଶ ସନ୍ତୁଳନ ରହିବା ସହ ରୋଗରୁ ମୁକ୍ତି ମିଳିବ। ସରକାର ଜୈବିକ କୃଷିକୁ ଏବେ ପ୍ରାଧାନ୍ୟ ଦେଉଛନ୍ତି। ଚାଷୀ ଏହାକୁ ଗ୍ରହଣ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

ରାଜନୀତି ସରଗରମ: ଆଉ ୫ ଦିନ ପରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା କ୍ଷେତ୍ରର କେସିଙ୍ଗା ବ୍ଳକରେ ରାଜନୈତିକ ଉଷ୍ମତା ବଢ଼ିଚାଲିଛି। ଆସନ୍ତା ୧୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ...

ପୋଖରୀରୁ ଅଚିହ୍ନା ମୃତଦେହ ଜବତ: ହୁଡ଼ାରେ ରହିଛି ବ୍ୟାଗ୍‌, ଆଶାବାଡ଼ି

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତର ପଣ୍ଡିତ ଗାଁ ଚଟିବନ୍ଧରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି...

ଭଉଣୀ ବାହାଘରରେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ ଭାଇ, ଶୁଝିବା ପାଇଁ ଦାଦନ ସାଜି ବିଦେଶରେ ଗଲା ଜୀବନ

ଗଞ୍ଜାମ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ ଦୀର୍ଘ...

Featured Video Play Icon

ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri