ବିନା ଛାତ୍ରୀଛାତ୍ରରେ ଚାଲିଛି ବିଦ୍ୟାଳୟ : ରାମକୃଷ୍ଣ ସଂସ୍କୃତ ଟୋଲ

ଯାଜପୁରଟାଉନ,୯।୮(ଡିଏନଏ): ଯାଜପୁର ସଦର ମହକୁମାଠାରୁ ମାତ୍ର ୫କି.ମି. ଦୂରତାରେ ଏଭଳି ଏକ ବିଦ୍ୟାଳୟ ଅଛି ଯେଉଁଠି ଶ୍ରେଣୀଗୃହ ଅଛି, ଶିକ୍ଷକ ଅଛନ୍ତି, ମାତ୍ର ଛାତ୍ରୀଛାତ୍ର ନାହାନ୍ତି। ଉକ୍ତ ବିଦ୍ୟାଳୟଟି ହେଉଛି ଯାଜପୁର ସହର ମନ୍ଦାରଖଣ୍ଡ ଗ୍ରାମରେ ୧୯୩୧ ମସିହାରେ ସ୍ଥାପିତ ହୋଇଥିବା ରାମକୃଷ୍ଣ ସଂସ୍କୃତ ଟୋଲ। ସରକାରୀ ହିସାବରେ କାଗଜ କଲମରେ ଉକ୍ତ ବିଦ୍ୟାଳୟରେ ୨ଜଣ ଶିକ୍ଷକ ଅଛନ୍ତି କିନ୍ତୁ ଏଠାରେ କୌଣସି ଛାତ୍ରୀଛାତ୍ର ନାମ ଲେଖାଇ ନାହାନ୍ତି। ଏହି ବିଦ୍ୟାଳୟ ବର୍ଷବର୍ଷ ଧରି ଚାଲୁଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗ ସବୁ ଜାଣି ନିରବରେ ବସି ରହିଛି। ବିଦ୍ୟାଳୟଟି ସରକାରୀ ଅନୁଦାନପ୍ରାପ୍ତ (ଆଡେଡ୍‌) ହୋଇଥିବାବେଳେ ଏଠାରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ମାତ୍ର ଗୋଟିଏ ବି ପିଲା ଏହି ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି। ଗତ ବାତ୍ୟାରେ ଏହି ବିଦ୍ୟାଳୟ ଶ୍ରେଣୀଗୃହ ଭାଙ୍ଗି ଯାଇଥିଲେ ବି ଜିଲା ଶିକ୍ଷା ବିଭାଗ ପକ୍ଷରୁ ନୂତନ ଗୃହ ନିର୍ମାଣ କରାଗଲା ନାହିଁ କିମ୍ବା ମରାମତି ମଧ୍ୟ ହେଲା ନାହିଁ। ବିଦ୍ୟାଳୟ ଶ୍ରେଣୀଗୃହ ମଧ୍ୟରେ ଉଇହୁଙ୍କା ଗଢ଼ି ଉଠିଥିବାବେଳେ ଛାତ ମଧ୍ୟ ଉଡ଼ିଗଲାଣି। ଏଭଳି ପରିସ୍ଥିତିରେ କାଳେ କିଏ ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଆସିବେ ଭାବି କେବଳ ୨ଜଣ ସଂସ୍କୃତ ଶିକ୍ଷକ ଏହି ବିଦ୍ୟାଳୟକୁ ଜଗି ରହିଛନ୍ତି। ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟରେ ସାହିତ୍ୟ, ଗଣିତ, ବିଜ୍ଞାନ, ଇତିହାସ, ଭୂଗୋଳ ଆଦି ବିଷୟ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ଏହି ବିଦ୍ୟାଳୟରେ ପୂର୍ବରୁ ୭ଜଣ ଶିକ୍ଷକ ଥିବାବେଳେ ଇତି ମଧ୍ୟରେ ୫ଜଣ ଅବସର ନେଇ ସାରିଲେଣି। ଅବସର ପରେ ଏହି ବିଦ୍ୟାଳୟକୁ ଅନ୍ୟ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ଛାତ୍ରୀଛାତ୍ରମାନେ ଏହି ବିଦ୍ୟାଳୟରେ ନାମ ଲେଖାଉ ନ ଥିବା ଜଣାପଡ଼ିଛି। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଧର ଆଚାର୍ଯ୍ୟଙ୍କୁ ଏ ସମ୍ପର୍କରେ ପଚାରିବାରେ, ଏହି ବିଦ୍ୟାଳୟ ପାଇଁ ଭିତ୍ତିଭୂମି ନ ଥିବାରୁ ସେ ନିଜ ପକେଟରୁ ୨୦ହଜାର ଟଙ୍କା ଖର୍ଚ୍ଚ କରି ଶ୍ରେଣୀଗୃହର ମରାମତି କରିଛନ୍ତି। ଜିଲାଶିକ୍ଷା ବିଭାଗକୁ ଏ ସମ୍ପର୍କରେ ବାରମ୍ବାର ଚିଠି ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀ ପାଇଁ ୭ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୨ଜଣ ସଂସ୍କୃତ ଅଛନ୍ତି। ସେଥିପାଇଁ କୌଣସି ଛାତ୍ରୀଛାତ୍ର ଏହି ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି କହିଥିଲେ। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରେ, ଗତବର୍ଷ ଉକ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ର ଥିଲେ ବୋଲି ତାଙ୍କ ପାଖରେ ଖବର ଥିଲା। ମାତ୍ର ଚଳିତ ବର୍ଷ ସେଠାରେ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି କି ନାହିଁ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି କହିଥିଲେ। ଯଦି ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ର ନ ଥିବେ ତେବେ ସରକାରଙ୍କୁ ବିଦ୍ୟାଳୟ ବନ୍ଦ କରିବା ପାଇଁ ଲେଖାଯିବ ଏବଂ ଏଠାରେ ୨ଜଣ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟରେ ନିୟୋଜିତ କରାଯିବ ବୋଲି କହିଥିଲେ। ତେବେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଏହି ବିଦ୍ୟାଳୟ ଥିବାବେଳେ ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ର ନ ଥିବା ସମ୍ପର୍କରେ ଡିଇଓ କିପରି ଜାଣିପାରି ନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ କୁୱେତ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ନାବିକ ଉଦ୍ଧାର

ତେହରାନ,୩।୧୦: ହର୍ମୁଜ ପ୍ରଣାଳୀ (Strait of Hormuz) ରେ କୁୱେତୀ ପତାକାବାହୀ ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଏକ ପ୍ରକ୍ଷେପାସ୍ତ୍ର (projectile) ମାଡ଼ ହେବା ପରେ,…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

ଖୁଦୁରୁକୁଣୀ ଭସାଣି ବେଳେ ଏସ୍‌ଆଇଙ୍କୁ ଆକ୍ରମଣ: ଡିଜେ ବଜାଇବାକୁ….

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?