ବିଦ୍ୟାଳୟରେ ୧୨ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ରକ୍ତହୀନତାର ଶିକାର ୪୫

ବନ୍ତଳା, ୩୧ା୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରିଶିଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ୧୨ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହେବା ଘଟଣା ପରେ ବୁଧବାର ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌ ସ୍କୁଲକୁ ଯାଇ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ବିଦ୍ୟାଳୟର ପ୍ରାୟ ୪୫ ଛାତ୍ରୀଛାତ୍ର ରକ୍ତହୀନତାର ଶିକାର ହୋଇଥିବାବେଳେ ଅଧିକାଂଶଙ୍କ ଓଜନ ସେମାନଙ୍କ ବୟସ ତଥା ଓଜନ ଅନୁସାରେ କମ୍‌ ଥିବା ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଛି। ସେହିପରି ୫ ଜଣଙ୍କ ଦାନ୍ତଜନିତ ସମସ୍ୟା ଥିବାବେଳେ ୩ ଜଣ ନିଶା ସେବନ କରୁଥିବା ଏବଂ ଆଉ ୩ ଜଣ ସିକିଲ ସେଲ୍‌ ରୋଗରେ ପୀଡିତ ଥିବା ଜଣାପଡିଛି। ଡାକ୍ତର ବୀରେନ ସାହୁ, ଡାକ୍ତର ରାଜଶ୍ରୀ ପାଢ଼ୀ, ଫାର୍ମାସିଷ୍ଟ ଛବିନ୍ଦ୍ର ସାମଲ, ଏଏନଏମ ବିଦ୍ୟୁତଲତା ସାହୁ ପ୍ରମୁଖ ଏହି ଟିମ୍‌ରେ ଆସି ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ଔଷଧ ଦେଇଛନ୍ତି। ମୋଟ ୫୯ ଜଣ ପିଲା ଏହି ସମୟରେ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ସ୍ବାସ୍ଥ୍ୟ ଟିମ୍‌ ସେଠାରୁ ଫେରିବା ପରେ ଆଉ ୪ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri