Posted inଜାତୀୟ

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’:ଉପତ୍ୟକାରେ ସ୍ବାସ୍ଥ୍ୟସେବା ସଙ୍କଟ,ଭାରତର କଶ୍ମୀର ଦମନ ହସ୍ପିଟାଲଗୁଡ଼ିକୁ ଶ୍ମଶାନରେ ପରିଣତ କରିଦେଇଛି

ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଔଷଧ ନାହିଁ। କର୍ଫ୍ୟୁ ବଳବତ୍ତର ରହିଥିବାରୁ ଚିକିତ୍ସା ଲାଗି ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ଲାଗି ଆମ୍ବୁଲାନ୍ସ ନାହିଁ। ଏଟିଏମ୍‌ଗୁଡ଼ିକ ବନ୍ଦ ଥିବାରୁ ଲୋକେ ଔଷଧ କିଣିବା ପାଇଁ ଟଙ୍କା ଉଠାଇପାରୁ ନାହାନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରିପ୍ରେକ୍ଷୀରେ ଉପତ୍ୟକାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏଭଳି ସଙ୍କଟ ସୃଷ୍ଟି ହୋଇଛି। ନିକଟରେ ଉପତ୍ୟକାର ସ୍ବାସ୍ଥ୍ୟସେବା ସଙ୍କଟକୁ ନେଇ ଗଣମାଧ୍ୟମରେ କହୁଥିବାବେଳେ ଓମାର ସଲିମ୍‌ ଅଖ୍‌ତାର ନାମକ ଜଣେ ଯୁବ ଡାକ୍ତରଙ୍କୁ ପୋଲିସ ଉଠାଇ ନେଇଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିନାହିଁ। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏଭଳି ଅଭିଯୋଗକୁ ଜମ୍ମୁ-କଶ୍ମୀର ପୋଲିସ ଓ ପ୍ରଶାସନ ପକ୍ଷରୁ ଗୁରୁବାର ଖଣ୍ଡନ କରାଯାଇଛି।
ରିପୋର୍ଟ ଅନୁସାରେ ଦୁଇଦିନ ତଳେ ଶ୍ରୀନଗରରେ ପ୍ଲାକାର୍ଡ ଧରି ଗୋଲ୍ଡ ମେଡାଲିଷ୍ଟ ୟୁରୋଲୋଜିଷ୍ଟ ଓମାର ସଲିମ୍‌ ଅଖ୍‌ତାର ବିବିସିକୁ କହୁଥିଲେ, ଏହା ବିକ୍ଷୋଭ ନୁହେଁ, ବରଂ ଏକ ଅନୁରୋଧ। ଅଗଷ୍ଟ ୬ରେ ଜଣେ ରୋଗୀଙ୍କୁ କେମୋଥେରାପି ଚିକିତ୍ସା ଆବଶ୍ୟକ ଥିଲା। ସେ ଗତ ୨୪ ତାରିଖରେ ଆମ ପାଖକୁ ଆସିଥିଲେ। କିନ୍ତୁ ଔଷଧ ପାଇପାରି ନ ଥିଲେ। ଆଉ ଜଣେ ରୋଗୀଙ୍କ କେମୋଥେରାପି ଔଷଧ ଦିଲ୍ଲୀରୁ ଅଣାଯିବାର ଥିଲା। କିନ୍ତୁ ତାହା ଆଣିବା ପାଇଁ ଆମେ ଅର୍ଡର କରିପାରିଲୁ ନାହିଁ। ଫଳରେ ତାଙ୍କର ଚିକିତ୍ସା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସେ କୌଣସି ସମୟରେ ଆଖିବୁଜି ଦେଇପାରନ୍ତି। କଶ୍ମୀରରେ ଏଟିଏମ୍‌ଗୁଡ଼ିକ ବନ୍ଦ ଥିବାରୁ ଲୋକେ ଔଷଧ କିଣିବା ପାଇଁ ଟଙ୍କା ଉଠାଇ ପାରୁନାହାନ୍ତି। ଇଣ୍ଟରନେଟ କାମ କରୁ ନ ଥିବାରୁ ଗରିବ ରୋଗୀଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମାଗଣାରେ ଚିକିତ୍ସା କରାଯାଇ ପାରୁନାହିଁ। କାରଣ ଏଥିଲାଗି ଅନ୍‌ଲାଇନ୍‌ରେ ତଥ୍ୟ ଆବଶ୍ୟକ ହୋଇଥାଏ ବୋଲି ଅଖ୍‌ତାର କହିବାବେଳେ ପୋଲିସ ତାଙ୍କୁ ଟାଣିନେଇ ଏକ ଭ୍ୟାନ୍‌ରେ ବସାଇ ନେଇଯାଇଥିଲା। ଉପତ୍ୟକାରେ ସ୍ଥିତି ସ୍ବାଭାବିକ ରହିଛି ବୋଲି କେନ୍ଦ୍ର ସରକାର ଦାବି କରୁଥିବାବେଳେ ଔଷଧ, ଶିଶୁ ଖାଦ୍ୟ ଓ ଅନ୍ୟ ଚିକିତ୍ସା ଉପଲବ୍ଧ ନ ଥିବାରୁ କଶ୍ମୀରୀଙ୍କ ପାଇଁ ବଞ୍ଚତ୍ବା କଠିନ ହୋଇପଡ଼ିଲାଣି ବୋଲି କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଲଣ୍ଡନରେ ରହୁଥିବା କଶ୍ମୀରୀ ଡାକ୍ତର ମୁଦାସିର ଫିର୍ଦ୍ଦୌସି କହିଛନ୍ତି, କର୍ଫ୍ୟୁ ବଳବତ୍ତର ରହିଥିବାରୁ ଆମ୍ବୁଲାନ୍ସରେ ରୋଗୀଙ୍କୁ ଚିକିତ୍ସା ପାଇଁ ବଣ୍ଡିପୋରା, ଅନନ୍ତନାଗ ଓ ବାରାମୁଲା ଭଳି ସ୍ଥାନରେ ହସ୍ପିଟାଲକୁ ନିଆଯାଇ ପାରୁନାହିଁ। ଅଖ୍‌ତାର ଗିରଫ ହୋଇପାରନ୍ତି ବୋଲି ଜାଣି ସୁଦ୍ଧା ସ୍ବାସ୍ଥ୍ୟସେବା ନେଇ ସେ ଗଣମାଧ୍ୟମ ଆଗକୁ ଆସିଥିଲେ। ସେଠାକାର ସ୍ଥିତି ତାଙ୍କ ଗିରଫଦାରିରୁ ସ୍ପଷ୍ଟ ହେଉଛି। ଅଖ୍‌ତାରଙ୍କୁ ପରେ ଛାଡ଼ି ଦିଆଯାଇଥିଲେ ହେଁ ତାଙ୍କ ଗିରଫଦାରିକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସ୍ବାଭାବିକ ସ୍ଥିତି ଫେରିଆସିଛି ବୋଲି କେନ୍ଦ୍ର ସରକାରଙ୍କ ଦାବି କେତେ ସତ ତାହା ଏଥିରୁ ଧରାପଡ଼ିଯାଇଛି ବୋଲି ଇଣ୍ଡିଆନ୍‌ ଡକ୍ଟର୍ସ ଫର୍‌ ପିସ୍‌ ଆଣ୍ଡ ଡେଭେଲପ୍‌ମେଣ୍ଟ ପକ୍ଷରୁ କୁହାଯାଇଛି। ୨୪ ଦିନ ଧରି ରୋଗୀମାନଙ୍କୁ ଚିକିତ୍ସାରୁ ବଞ୍ଚତ୍ତ କରି ସ୍ବାସ୍ଥ୍ୟସେବା ସମ୍ପର୍କିତ ଅନ୍ତର୍ଜାତୀୟ ରାଜିନାମା ଉଲ୍ଲଂଘନ କରିବା ସରକାରଙ୍କ ଏକ ଆପରାଧିକ କାର୍ଯ୍ୟ ବୋଲି ଏହି ସଙ୍ଗଠନ ସମାଲୋଚନା କରିବା ସହ ସମସ୍ତ କଟକଣା ହଟାଇବା ପାଇଁ ଦାବି କରିଛି। ଏନେଇ ଓ୍ବାଲ୍‌ଷ୍ଟ୍ରିଟ୍‌ ଜର୍ନାଲରେ ‘ଭାରତର କଶ୍ମୀର ଦମନ ହସ୍ପିଟାଲଗୁଡ଼ିକୁ ଶ୍ମଶାନରେ ପରିଣତ କରିଦେଇଛି’ ଶୀର୍ଷକରେ ପ୍ରକାଶିତ ବିସ୍ତୃତ ରିପୋର୍ଟକୁ ଜମ୍ମୁ-କଶ୍ମୀର ପୋଲିସ ଅଧିକାରୀ ଇମ୍‌ତିଆଜ୍‌ ହୁସେନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, କଶ୍ମୀରରେ ବିଶ୍ୱସ୍ତରୀୟ ଡାକ୍ତର ଓ ଡାକ୍ତରୀ ଉପକରଣ ଉପଲବ୍ଧ। କୌଣସି ସ୍ଥାନରେ ମାତ୍ରାଧିକ କଟକଣା ଜାରି କରାଯାଇନାହିଁ। ଔଷଧ ମଧ୍ୟ ନିଅଣ୍ଟ ନାହିଁ। ଉପତ୍ୟକାର ସମସ୍ତ ହସ୍ପିଟାଲ ଖୋଲାରହିଛି ଓ ସ୍ବାଭାବିକ ଭାବେ ଚାଲୁଛି। ପ୍ରକାଶିତ ଖବର ସମ୍ପୂର୍ଣ୍ଣ ଭାବେ ଏକ ମିଥ୍ୟା ପ୍ରଚାର ଅଭିଯାନ ବୋଲି ସେ ଟୁଇଟ୍‌ କରିଛନ୍ତି। ସେହିପରି ପ୍ରଶାସନିକ ଅଧିକାରୀ ଶାହିଦ ଚୌଧ୍‌ରୀ ଏହାକୁ ଖଣ୍ଡନ କରିବା ସହ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଥିବା କହିଛନ୍ତି। ଲଣ୍ଡନ ଓ ଓ୍ବାଶିଂଟନରୁ ପ୍ରକାଶିତ ରିପୋର୍ଟଗୁଡ଼ିକୁ ସେ ମିଛ ବୋଲି ଦର୍ଶାଇଛନ୍ତି।

କଟକଣାକୁ ନେଇ ଚିନ୍ତା ବ୍ୟକ୍ତକଲା ଆମେରିକା

ଓ୍ବାଶିଂଟନ,୩୦-୮: ଜମ୍ମୁ-କଶ୍ମୀର ସ୍ଥିତି ଉପରେ ନଜର ରଖିଥିବା ଆମେରିକା ସ୍ଥାନୀୟ ନେତାମାନଙ୍କ ଅଟକ ଏବଂ ସାଧାରଣ ଲୋକଙ୍କ ଉପରେ କଟକଣା ଜାରି ରହିଥିବାରୁ ଚିନ୍ତାବ୍ୟକ୍ତ କରିଛି। କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ନୂଆଦିଲ୍ଲୀ ଦୋହରାଉଥିବାବେଳେ ମାନବାଧିକାରକୁ ସମ୍ମାନ ଦେବା, ଆଇନଗତ ପ୍ରକ୍ରିୟା ଅନୁପାଳନ କରିବା ଏବଂ ପ୍ରଭାବିତମାନଙ୍କ ସହ ଆଲୋଚନା କରିବା ପାଇଁ ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ଆହ୍ବାନ ଦେଇଛନ୍ତି। ଏଥିସହିତ ନିୟନ୍ତ୍ରଣ ରେଖାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ସୀମାପାର ଆତଙ୍କବାଦ ରୋକିବା ପାଇଁ ମୁଖପାତ୍ର କହିବା ସହ ପରୋକ୍ଷରେ ପାକିସ୍ତାନକୁ ସତର୍କ କରାଇଦେଇଛନ୍ତି। ତେବେ କଶ୍ମୀର ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ସିଧାସଳଖ ଆଲୋଚନାକୁ ଆମେରିକା ସମର୍ଥନ କରେ ବୋଲି ସେ କହିଛନ୍ତି। ତିନିଦିନ ପୂର୍ବେ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?