Posted inଜାତୀୟ

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’:ଉପତ୍ୟକାରେ ସ୍ବାସ୍ଥ୍ୟସେବା ସଙ୍କଟ,ଭାରତର କଶ୍ମୀର ଦମନ ହସ୍ପିଟାଲଗୁଡ଼ିକୁ ଶ୍ମଶାନରେ ପରିଣତ କରିଦେଇଛି

ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଔଷଧ ନାହିଁ। କର୍ଫ୍ୟୁ ବଳବତ୍ତର ରହିଥିବାରୁ ଚିକିତ୍ସା ଲାଗି ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ଲାଗି ଆମ୍ବୁଲାନ୍ସ ନାହିଁ। ଏଟିଏମ୍‌ଗୁଡ଼ିକ ବନ୍ଦ ଥିବାରୁ ଲୋକେ ଔଷଧ କିଣିବା ପାଇଁ ଟଙ୍କା ଉଠାଇପାରୁ ନାହାନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରିପ୍ରେକ୍ଷୀରେ ଉପତ୍ୟକାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏଭଳି ସଙ୍କଟ ସୃଷ୍ଟି ହୋଇଛି। ନିକଟରେ ଉପତ୍ୟକାର ସ୍ବାସ୍ଥ୍ୟସେବା ସଙ୍କଟକୁ ନେଇ ଗଣମାଧ୍ୟମରେ କହୁଥିବାବେଳେ ଓମାର ସଲିମ୍‌ ଅଖ୍‌ତାର ନାମକ ଜଣେ ଯୁବ ଡାକ୍ତରଙ୍କୁ ପୋଲିସ ଉଠାଇ ନେଇଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିନାହିଁ। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏଭଳି ଅଭିଯୋଗକୁ ଜମ୍ମୁ-କଶ୍ମୀର ପୋଲିସ ଓ ପ୍ରଶାସନ ପକ୍ଷରୁ ଗୁରୁବାର ଖଣ୍ଡନ କରାଯାଇଛି।
ରିପୋର୍ଟ ଅନୁସାରେ ଦୁଇଦିନ ତଳେ ଶ୍ରୀନଗରରେ ପ୍ଲାକାର୍ଡ ଧରି ଗୋଲ୍ଡ ମେଡାଲିଷ୍ଟ ୟୁରୋଲୋଜିଷ୍ଟ ଓମାର ସଲିମ୍‌ ଅଖ୍‌ତାର ବିବିସିକୁ କହୁଥିଲେ, ଏହା ବିକ୍ଷୋଭ ନୁହେଁ, ବରଂ ଏକ ଅନୁରୋଧ। ଅଗଷ୍ଟ ୬ରେ ଜଣେ ରୋଗୀଙ୍କୁ କେମୋଥେରାପି ଚିକିତ୍ସା ଆବଶ୍ୟକ ଥିଲା। ସେ ଗତ ୨୪ ତାରିଖରେ ଆମ ପାଖକୁ ଆସିଥିଲେ। କିନ୍ତୁ ଔଷଧ ପାଇପାରି ନ ଥିଲେ। ଆଉ ଜଣେ ରୋଗୀଙ୍କ କେମୋଥେରାପି ଔଷଧ ଦିଲ୍ଲୀରୁ ଅଣାଯିବାର ଥିଲା। କିନ୍ତୁ ତାହା ଆଣିବା ପାଇଁ ଆମେ ଅର୍ଡର କରିପାରିଲୁ ନାହିଁ। ଫଳରେ ତାଙ୍କର ଚିକିତ୍ସା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସେ କୌଣସି ସମୟରେ ଆଖିବୁଜି ଦେଇପାରନ୍ତି। କଶ୍ମୀରରେ ଏଟିଏମ୍‌ଗୁଡ଼ିକ ବନ୍ଦ ଥିବାରୁ ଲୋକେ ଔଷଧ କିଣିବା ପାଇଁ ଟଙ୍କା ଉଠାଇ ପାରୁନାହାନ୍ତି। ଇଣ୍ଟରନେଟ କାମ କରୁ ନ ଥିବାରୁ ଗରିବ ରୋଗୀଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମାଗଣାରେ ଚିକିତ୍ସା କରାଯାଇ ପାରୁନାହିଁ। କାରଣ ଏଥିଲାଗି ଅନ୍‌ଲାଇନ୍‌ରେ ତଥ୍ୟ ଆବଶ୍ୟକ ହୋଇଥାଏ ବୋଲି ଅଖ୍‌ତାର କହିବାବେଳେ ପୋଲିସ ତାଙ୍କୁ ଟାଣିନେଇ ଏକ ଭ୍ୟାନ୍‌ରେ ବସାଇ ନେଇଯାଇଥିଲା। ଉପତ୍ୟକାରେ ସ୍ଥିତି ସ୍ବାଭାବିକ ରହିଛି ବୋଲି କେନ୍ଦ୍ର ସରକାର ଦାବି କରୁଥିବାବେଳେ ଔଷଧ, ଶିଶୁ ଖାଦ୍ୟ ଓ ଅନ୍ୟ ଚିକିତ୍ସା ଉପଲବ୍ଧ ନ ଥିବାରୁ କଶ୍ମୀରୀଙ୍କ ପାଇଁ ବଞ୍ଚତ୍ବା କଠିନ ହୋଇପଡ଼ିଲାଣି ବୋଲି କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଲଣ୍ଡନରେ ରହୁଥିବା କଶ୍ମୀରୀ ଡାକ୍ତର ମୁଦାସିର ଫିର୍ଦ୍ଦୌସି କହିଛନ୍ତି, କର୍ଫ୍ୟୁ ବଳବତ୍ତର ରହିଥିବାରୁ ଆମ୍ବୁଲାନ୍ସରେ ରୋଗୀଙ୍କୁ ଚିକିତ୍ସା ପାଇଁ ବଣ୍ଡିପୋରା, ଅନନ୍ତନାଗ ଓ ବାରାମୁଲା ଭଳି ସ୍ଥାନରେ ହସ୍ପିଟାଲକୁ ନିଆଯାଇ ପାରୁନାହିଁ। ଅଖ୍‌ତାର ଗିରଫ ହୋଇପାରନ୍ତି ବୋଲି ଜାଣି ସୁଦ୍ଧା ସ୍ବାସ୍ଥ୍ୟସେବା ନେଇ ସେ ଗଣମାଧ୍ୟମ ଆଗକୁ ଆସିଥିଲେ। ସେଠାକାର ସ୍ଥିତି ତାଙ୍କ ଗିରଫଦାରିରୁ ସ୍ପଷ୍ଟ ହେଉଛି। ଅଖ୍‌ତାରଙ୍କୁ ପରେ ଛାଡ଼ି ଦିଆଯାଇଥିଲେ ହେଁ ତାଙ୍କ ଗିରଫଦାରିକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସ୍ବାଭାବିକ ସ୍ଥିତି ଫେରିଆସିଛି ବୋଲି କେନ୍ଦ୍ର ସରକାରଙ୍କ ଦାବି କେତେ ସତ ତାହା ଏଥିରୁ ଧରାପଡ଼ିଯାଇଛି ବୋଲି ଇଣ୍ଡିଆନ୍‌ ଡକ୍ଟର୍ସ ଫର୍‌ ପିସ୍‌ ଆଣ୍ଡ ଡେଭେଲପ୍‌ମେଣ୍ଟ ପକ୍ଷରୁ କୁହାଯାଇଛି। ୨୪ ଦିନ ଧରି ରୋଗୀମାନଙ୍କୁ ଚିକିତ୍ସାରୁ ବଞ୍ଚତ୍ତ କରି ସ୍ବାସ୍ଥ୍ୟସେବା ସମ୍ପର୍କିତ ଅନ୍ତର୍ଜାତୀୟ ରାଜିନାମା ଉଲ୍ଲଂଘନ କରିବା ସରକାରଙ୍କ ଏକ ଆପରାଧିକ କାର୍ଯ୍ୟ ବୋଲି ଏହି ସଙ୍ଗଠନ ସମାଲୋଚନା କରିବା ସହ ସମସ୍ତ କଟକଣା ହଟାଇବା ପାଇଁ ଦାବି କରିଛି। ଏନେଇ ଓ୍ବାଲ୍‌ଷ୍ଟ୍ରିଟ୍‌ ଜର୍ନାଲରେ ‘ଭାରତର କଶ୍ମୀର ଦମନ ହସ୍ପିଟାଲଗୁଡ଼ିକୁ ଶ୍ମଶାନରେ ପରିଣତ କରିଦେଇଛି’ ଶୀର୍ଷକରେ ପ୍ରକାଶିତ ବିସ୍ତୃତ ରିପୋର୍ଟକୁ ଜମ୍ମୁ-କଶ୍ମୀର ପୋଲିସ ଅଧିକାରୀ ଇମ୍‌ତିଆଜ୍‌ ହୁସେନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, କଶ୍ମୀରରେ ବିଶ୍ୱସ୍ତରୀୟ ଡାକ୍ତର ଓ ଡାକ୍ତରୀ ଉପକରଣ ଉପଲବ୍ଧ। କୌଣସି ସ୍ଥାନରେ ମାତ୍ରାଧିକ କଟକଣା ଜାରି କରାଯାଇନାହିଁ। ଔଷଧ ମଧ୍ୟ ନିଅଣ୍ଟ ନାହିଁ। ଉପତ୍ୟକାର ସମସ୍ତ ହସ୍ପିଟାଲ ଖୋଲାରହିଛି ଓ ସ୍ବାଭାବିକ ଭାବେ ଚାଲୁଛି। ପ୍ରକାଶିତ ଖବର ସମ୍ପୂର୍ଣ୍ଣ ଭାବେ ଏକ ମିଥ୍ୟା ପ୍ରଚାର ଅଭିଯାନ ବୋଲି ସେ ଟୁଇଟ୍‌ କରିଛନ୍ତି। ସେହିପରି ପ୍ରଶାସନିକ ଅଧିକାରୀ ଶାହିଦ ଚୌଧ୍‌ରୀ ଏହାକୁ ଖଣ୍ଡନ କରିବା ସହ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଥିବା କହିଛନ୍ତି। ଲଣ୍ଡନ ଓ ଓ୍ବାଶିଂଟନରୁ ପ୍ରକାଶିତ ରିପୋର୍ଟଗୁଡ଼ିକୁ ସେ ମିଛ ବୋଲି ଦର୍ଶାଇଛନ୍ତି।

କଟକଣାକୁ ନେଇ ଚିନ୍ତା ବ୍ୟକ୍ତକଲା ଆମେରିକା

ଓ୍ବାଶିଂଟନ,୩୦-୮: ଜମ୍ମୁ-କଶ୍ମୀର ସ୍ଥିତି ଉପରେ ନଜର ରଖିଥିବା ଆମେରିକା ସ୍ଥାନୀୟ ନେତାମାନଙ୍କ ଅଟକ ଏବଂ ସାଧାରଣ ଲୋକଙ୍କ ଉପରେ କଟକଣା ଜାରି ରହିଥିବାରୁ ଚିନ୍ତାବ୍ୟକ୍ତ କରିଛି। କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ନୂଆଦିଲ୍ଲୀ ଦୋହରାଉଥିବାବେଳେ ମାନବାଧିକାରକୁ ସମ୍ମାନ ଦେବା, ଆଇନଗତ ପ୍ରକ୍ରିୟା ଅନୁପାଳନ କରିବା ଏବଂ ପ୍ରଭାବିତମାନଙ୍କ ସହ ଆଲୋଚନା କରିବା ପାଇଁ ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ଆହ୍ବାନ ଦେଇଛନ୍ତି। ଏଥିସହିତ ନିୟନ୍ତ୍ରଣ ରେଖାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ସୀମାପାର ଆତଙ୍କବାଦ ରୋକିବା ପାଇଁ ମୁଖପାତ୍ର କହିବା ସହ ପରୋକ୍ଷରେ ପାକିସ୍ତାନକୁ ସତର୍କ କରାଇଦେଇଛନ୍ତି। ତେବେ କଶ୍ମୀର ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ସିଧାସଳଖ ଆଲୋଚନାକୁ ଆମେରିକା ସମର୍ଥନ କରେ ବୋଲି ସେ କହିଛନ୍ତି। ତିନିଦିନ ପୂର୍ବେ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri