ବିଦେଶରେ ଥାଇ ସଂସ୍କାର ଭୁଲିନାହାନ୍ତି ପ୍ରିୟଙ୍କା, ଦେଢ଼ଶୁରଙ୍କ ବିବାହ ଉତ୍ସବରେ ପିନ୍ଧିଲେ ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇ ମଧ୍ୟ ସଂସ୍କାର ଭୁଲି ନାହାନ୍ତି। ଏହି ଦେଖୁନାହାନ୍ତି ଦେଢ଼ଶୁର ଅର୍ଥାତ ନିକ୍‌ଙ୍କ ବଡ଼ଭାଇ ଜୋ ଜୋନ୍‌ସ ଏବଂ ସଫି ଟର୍ନରଙ୍କ ଦ୍ୱିତୀୟ ବିବାହ ଉତ୍ସବରେ ସେ ଶାଢ଼ି ପିନ୍ଧିବାକୁ ଜମା ବି ଭୁଲି ନ ଥିଲେ। ନିକ୍‌ଙ୍କ ପୂରା ପରିବାର ଫ୍ରାନ୍ସର ପ୍ୟାରିସଠାରେ ବିବାହ ଉତ୍ସବ ମନାଉଛନ୍ତି। ଏହି ଉତ୍ସବରେ ସମସ୍ତଙ୍କ ନଜର ଦେଶୀ ଗାର୍ଲ ପ୍ରିୟଙ୍କାଙ୍କ ଉପରେ ଥିଲା। କାରଣ ସେ ପୂରା ଦେଶୀ ଗେଟ୍‌ଅପରେ ଥିଲେ। ନିକ୍‌ଙ୍କୁ ବିବାହ କରିବା ପରଠାରୁ ଆଜିପର୍ଯ୍ୟନ୍ତ ଓ୍ବେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧି ଆସୁଥିବା ପ୍ରିୟଙ୍କା ଦେଢ଼ଶୁରଙ୍କ ବିବାହ ଦିନ ଶାଢ଼ି ପିନ୍ଧିଥିଲେ। ଫ୍ୟାରିସରେ ଥିବାବେଳେ ପ୍ରିୟଙ୍କା କିଛି ନା ନୂଆ ଅନ୍ଦାଜରେ ନଜରକୁ ଆସନ୍ତି। ଦେଶୀ ଗାର୍ଲ ବିଦେଶରେ ଥାଇ ଦେଶୀ ଲୁକ୍‌ରେ ଫ୍ୟାନମାନଙ୍କ ହୃଦୟ ଜିତି ଯାଇଛନ୍ତି।

ଏକ ଗୋଲାପୀର ରଙ୍ଗର ନେଟ୍‌ ଶାଢ଼ି ସାଙ୍ଗକୁ ବ୍ୟାକ୍‌ଲେସ୍‌ ବ୍ଲାଉଜରେ ସେ ଖୁବ୍‌ ସୁନ୍ଦର ଲାଗୁଥିଲେ। ଶାଢ଼ିକୁ ମ୍ୟାଚ କରି ମୁଣ୍ଡରେ ଏକ ଗୋଲାପ ଫୁଲ ଖୋସିଥିଲେ। ସେହିପରି ବ୍ଲାକ୍‌ କଲର ଶୁଟ୍‌ରେ ନିକ୍‌ ବି କିଛି କମ୍‌ ହାଣ୍ଡସମ୍‌ ଲାଗୁ ନ ଥିଲେ।

ଜୋ ଏବଂ ସୋଫିଙ୍କ ବିବାହ ପ୍ୟାରିସର ଚାଟେଉ ନାମକ ଏକ ମହଲରେ ସମ୍ପନ୍ନ ହୋଇଛି। ଏହି ଉତ୍ସବରେ ପରିବାର ଲୋକ ଏବଂ କିଛି ସମ୍ପର୍କୀୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ବର୍ଷକ ତଳେ ଜୋ ଏବଂ ସଫି ଏହି ହୋଟେଲରେ ରହିବା ନେଇ ଚର୍ଚ୍ଚା ହୋଇଥିଲା। କାରଣ ଗୋଟିଏ ରାତି ରହିବା ପାଇଁ ପ୍ରାୟ ୩ ଲକ୍ଷ.୨୧ ଲକ୍ଷ ଖର୍ଚ୍ଚ କରିଥିଲେ ଜୋ। ଚଳିତବର୍ଷ ମେ ୧ ରେ ବିଧିବଦ୍ଧ ଭାବେ ବିବାହ କରିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ସୂର୍ଯ୍ୟ-ଗୁରୁଙ୍କ ଦ୍ୱିଦ୍ୱାଦଶ ଯୋଗ: ଆଜିଠୁ କର୍କଟ ସମେତ ଏହି ୪ ରାଶି ପାଇଁ ଗୋଲ୍‌ଡେନ୍‌ ସୁଯୋଗ, ଅଚାନକ ଧନଲାଭ

ଜ୍ୟୋତିଷ ଗଣନା ଅନୁସାରେ, ସେପ୍ଟେମ୍ବର ୭ ତାରିଖରେ ସୂର୍ଯ୍ୟ ଓ ଗୁରୁଙ୍କ ମଧ୍ୟରେ ଦ୍ୱିଦ୍ୱାଦଶ ଦୃଷ୍ଟି ଯୋଗ ଗଠିତ ହେଉଛି। ଦୁଇ ଗ୍ରହ ପରସ୍ପରଠାରୁ ଦ୍ୱିତୀୟ ଓ…

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri