Posted inଖେଳ

ବିଦେଶ ଟୁର୍‌ରେ ଅଛନ୍ତି ଭାରତୀୟ ବକ୍ସର

ନୂଆଦିଲ୍ଲୀ, ୮ା୬-ଭାରତୀୟ ବକ୍ସରମାନଙ୍କୁ ଚଳିତ ବର୍ଷ ବିଶ୍ୱ ଚାମ୍ପିୟନଶିପ୍‌ ସମେତ କେତେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଏଥିଲାଗି ଦକ୍ଷତା ବୃଦ୍ଧି ଲାଗି ସେମାନେ ବର୍ତ୍ତମାନ ଇଟାଲି, ଆୟର୍ଲାଣ୍ଡ ଓ କୋରିଆ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଇଟାଲି ଟିମ୍‌ ସହିତ ଏକ ଟ୍ରେନିଂ କ୍ୟାମ୍ପ ବ୍ୟତୀତ କେତୋଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇ ସାରିଛି। ଅନ୍ୟପକ୍ଷରେ ବର୍ତ୍ତମାନ ବେଲ୍‌ଫାଷ୍ଟଠାରେ କେତେଜଣ ଟପ୍‌ ବକ୍ସର ୬ଟି ଟପ୍‌ ୟୁରୋପିଆନ ଦେଶର ବକ୍ସରଙ୍କ ସହିତ ଟ୍ରେନିଂ ନେଉଛନ୍ତି। ଭାରତୀୟ ବକ୍ସରମାନଙ୍କ ୧୫ ଦିନିଆ ବିଦେଶ ଟୁର୍‌ ଜୁନ୍‌ ୧୨ ତାରିଖରେ ଶେଷ ହେବ। ଦକ୍ଷତା ବୃଦ୍ଧି କ୍ୟାମ୍ପରେ ଅଂଶଗ୍ରହଣ ଦ୍ୱାରା ଦ୍ୱାରା ଭାରତୀୟ ବକ୍ସରମାନେ ଆମେରିକା, ଜର୍ମାନୀ, ହଲାଣ୍ଡ, ରୋମାନିଆ, ଇଟାଲି ଏବଂ ଆୟୋଜକ ଆୟର୍ଲାଣ୍ଡର ଏଲିଟ୍‌ ବକ୍ସରମାନଙ୍କଠାରୁ ବହୁ ମୂଲ୍ୟ ଅଭିଜ୍ଞତା ହାସଲ କରିପାରିବେ। ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅମିତ ଫଙ୍ଗାଲ କହିଛନ୍ତି ଏହି ଟ୍ରେନିଂ ଦ୍ୱାରା ବକ୍ସିଂ ପାଇଁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଆମେ ନିଜକୁ ଅଧିକ ସୁଦୃଢ କରିପାରିଛୁ। ଅନ୍ୟ ଏକ ୩୫ ଜଣିଆ ବକ୍ସିଂ ଦଳ (୨୦ ପୁରୁଷ ଓ ୧୫ ମହିଳା) କୋରିଆର ଇଞ୍ଚତ୍ଅନ୍‌ଠାରେ ଏକ ସପ୍ତାହ ବ୍ୟାପୀ ଏକ କ୍ୟାମ୍ପରେ ସାମିଲ ହୋଇଛନ୍ତି। ଆସନ୍ତା ମାସରେ ଥାଇଲାଣ୍ଡ ଓ ଇଣ୍ଡୋନେସିଆରେ ବକ୍ସିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ବିଦେଶରେ ଦକ୍ଷତା ବୃଦ୍ଧି ଦ୍ୱାରା ଭାରତୀୟ ପ୍ରତିଯୋଗୀଙ୍କ ପଦକ ଜିତିବା ଆଶା ସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବର୍ଷିଲେ ଅତନୁ, କହିଲେ ଭାଜପା ସରକାର କେବଳ…

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟରେ ୨ ବର୍ଷ ଭାଜପା ସରକାରଙ୍କ ଶାସନ କଳଙ୍କିତ ଇତିହାସ। ମହିଳାମାନଙ୍କ ହକ୍‌ ପାଇଁ ବିଜେଡ଼ିର ପଥପ୍ରାନ୍ତ ସଭାରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ…

କଳା ଅନ୍ଧାରକରି ମାଡ଼ିଆସିଲା କାଳବୈଶାଖୀ : ବିଦ୍ୟୁତ୍ ସେବା ପ୍ରଭାବିତ, ବିଜୁ ପଟ୍ଟନାୟକ ପାର୍କ ୨ ଦିନ ବନ୍ଦ

ଭଞ୍ଜନଗର, ୩୧।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହା ଫଳରେ ବିଭିନ୍ନ ବିଭାଗରେ କ୍ଷତି…

ଅପେରା ନାୟିକା କରାଇବାକୁ କହି ଯୁବତୀଙ୍କୁ ହୋଟେଲ୍‌ ଡାକି ବଳାତ୍କାର: ଭିଡିଓ କରି ବ୍ଲାକମେଲିଂ, ଯାତ୍ରାପାର୍ଟି ମ୍ୟାନେଜର ଗିରଫ

ପଟ୍ଟାମୁଣ୍ଡାଇ, ୩୧ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାତ୍ରା ପାଟି ନାୟିକା କରାଇ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଅର୍ଥ…

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri