Posted inଖେଳ

ବିଦାୟୀ ମ୍ୟାଚ୍‌ରେ ମାଲିଙ୍ଗାଙ୍କୁ ବିଜୟ ଭେଟି

କଲମ୍ବୋ,୨୭।୭(ଏଏଫ୍‌ପି)- କ୍ୟାରିୟର ଅନ୍ତିମ ମ୍ୟାଚ୍‌ରେ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ବିଜୟ ସହ ଦିନିକିଆରୁ ବିଦାୟ ନେଇଛନ୍ତି। ସ୍ଥାନୀୟ ଆର. ପ୍ରେମାଦାସା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା ୯୧ ରନରେ ବିଜୟୀ ହୋଇ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୮ ଉଇକେଟ ହରାଇ ୩୧୪ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୪୧.୪ ଓଭରରେ ୨୨୩ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ୧୧୧ ରନର ଶତକୀୟ ପାଳି ଖେଳିଥିବା ଶ୍ରୀଲଙ୍କା ଟପ୍‌ଅର୍ଡର ବ୍ୟାଟ୍ସମ୍ୟାନ କୁଶଲ ପେରେରା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ୩୧୫ ରନ ଟାର୍ଗେଟର ପିଛା କରିଥିବା ବାଂଲାଦେଶ ତରଫରୁ ମୁସ୍‌ଫିକର ରହିମ ୬୭ ଓ ସବୀର ରହମାନ ୬୦ ରନ୍‌ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ମାଲିଙ୍ଗା ଓ ନୂଆନ ପ୍ରଦୀପ ୩ଟି ଲୋଖାଏ, ଧନଞ୍ଜୟ ଡି’ ସିଲଭା ୨, ଲାହିରୁ କୁମାରା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ କୁଶଲ ପେରେରା ସର୍ବାଧିକ ୧୧୧ ରନ, ଆଞ୍ଜେଲୋ ମାଥ୍ୟୁସ ୪୮, କୁଶଲ ମେଣ୍ଡିସ ୪୩, ଅଧିନାୟକ ଦିମୁଥ କରୁଣାରତ୍ନେ ୩୬, ଲାହିରୁ ଥିରିମାନେ ୨୫, ଧନଞ୍ଜୟ ୧୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଂଲାଦେଶର ସୈଫୁଲ ଇସ୍‌ଲାମ ୩, ମୁସ୍ତାଫିଜୁର ରହମାନ ୨, ମେହିଦି ହାସନ, ରୁବେଲ ହୁସେନ ଓ ସୌମ୍ୟ ସରକାର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୫୦ ଓଭରରେ ୩୧୪/୮
(ପେରେରା- ୧୧୧, ମାଥ୍ୟୁସ୍‌- ୪୮, ମେଣ୍ଡିସ- ୪୩, ଇସ୍‌ଲାମ- ୩/୬୨, ମୁସ୍ତାଫିଜୁର- ୨/୭୫)।
ବାଂଲାଦେଶ ୪୧.୪ ଓଭରରେ ୨୨୩ ଅଲଆଉଟ୍‌
(ମୁସ୍‌ଫିକର- ୬୭, ରହମାନ- ୬୦, ମାଲିଙ୍ଗା- ୩/୩୮, ପ୍ରଦୀପ- ୩/୫୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri